BREAKING
Loading...
:

ସରକାରୀ ଟଙ୍କା ଆତ୍ମସାତ୍ କରିବା ମହଙ୍ଗା ପଡ଼ିଲା




 ସରକାରୀ ଟଙ୍କା ଆତ୍ମସାତ୍ କରିବା ମହଙ୍ଗା ପଡ଼ିଲା 

ଶେଷରେ ବନ୍ଧାହେଲା ଶଶିକାନ୍ତ ରଣା ।

କେନ୍ଦ୍ରପଡ଼ା, -) : 

ଡେରାବିଶ ବ୍ଳକର ବରିଷ୍ଠ ରାଜସ୍ୱ ସହାୟକ ଶଶିକାନ୍ତ ରଣାଙ୍କୁ ଗିରଫ କରିଛି କଟକ ଭିଜିଲାନ୍ସ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ । ଗତ କିଛି ଦିନ ହେବ ଶ୍ରୀ ରଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ପରିସରକୁ ଆସିଥିଲେ । ସରକାରୀ ତହବିଲରୁ ବିପୁଳ ମାତ୍ରାରେ ଅର୍ଥ ଆତ୍ମସାତ୍ କରିଥିବା ନେଇ ତାଙ୍କ ନାମରେ ସଙ୍ଗିନ୍ ଅଭିଯୋଗ ହୋଇ ଆସୁଥିଲା । ସୂଚନା ଅନୁଯାୟୀ, ଡେରାବିଶ ବ୍ଲକରେ କାର୍ଯ୍ୟରତ ବରିଷ୍ଠ ରାଜସ୍ୱ ସହାୟକ (ଏସଆରଏ) ଶଶିକାନ୍ତ ରାଣା ପେନସନ ଏବଂ ଗ୍ରାଚ୍ୟୁଇଟି (ଏଚଆରଏମଏସ) ବାବଦକୁ ସରକାରୀ ପାଣ୍ଠିରୁ ୩.୦୩ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଆତ୍ମସାତ୍ କରି ନିଜ ପତ୍ନୀ, ବାପା, ଭାଇ ଏବଂ ସମ୍ପର୍କୀୟ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏନଇଏଫଟି ମାଧ୍ୟମରେ ଟ୍ରାନସ୍ଫର୍ କରିଥିଲେ । ଏପରି ଏକ ଦୁର୍ନୀତିର ପେଡ଼ି ଜିଲ୍ଲା ଟ୍ରେଜରୀ ଅଫିସର ସଚ୍ଚିଦାନନ୍ଦ ବେହେରାଙ୍କ ହାତରେ ଲାଗିଥିଲା । ଦୁଇଟି ପୃଥକ କ୍ଷେତ୍ରରେ ସରକାରୀ ଅର୍ଥକୁ ହେରଫେର ହୋଇଥିବା ଖବର ସାମ୍ନାକୁ ଆସିଥିଲା । ପୂର୍ବରୁ ୨୦୨୩ ଆର୍ଥିକ ବର୍ଷରେ ରାଜକନିକା ବ୍ଲକରେ ଦାୟିତ୍ୱରେ ଥିବା ସମୟରେ ୧ କୋଟି ୪୬ ଲକ୍ଷ ୬୮ ହଜାର ଟଙ୍କା ହେରଫେର କରିଥିଲେ । ୨୦୨୫ ଆର୍ଥିକ ବର୍ଷରେ ଡେରାବିଶ ବ୍ଲକରେ କାର୍ଯ୍ୟରତ ସମୟରେ ୧ କୋଟି ୫୬ ଲକ୍ଷ ୯୮ ହଜାର ଟଙ୍କା ହେରଫେର କରି ଆତ୍ମସାତ୍ କରିଥିବାର ଅଭିଯୋଗ ସାମ୍ନାକୁ ଆସିଥିଲା । ସରକାରୀ ପାଣ୍ଠିର ଅପବ୍ୟବହାର ନେଇ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା । ତଦନ୍ତ ସମୟରେ ଏଚଆରଏମଏସ ଟଙ୍କା ହଡ଼ପ କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଖବର ପ୍ରଘଟ ହେବାପରେ ଡେରାବିଶ ବିଡ଼ିଓ ନମିତା ବାରିକ ଅକ୍ଟୋବର ୩୦ ତାରିଖରେ ଏନେଇ ସଦର ଥାନାରେ ଶଶିକାନ୍ତ ରଣାଙ୍କ ନାଁରେ ଏକ ଏଫଆଇଆର୍ କରିଥିଲେ । ଅଭିଯୋଗ ପାଇ ସଦର ପୋଲିସ ତଦନ୍ତ ଆଳରେ କେସ୍ ନଂ-୬୬୭/୨୬ ରେ ଏକ ମାମଲା ରୁଜୁ କରି ଚୁପ୍ ହୋଇ ବସିଯାଇଥିଲା । ଏହି ଆର୍ଥିକ ଅନିୟମିତତାର ଖବର ପର୍ଦ୍ଦାଫାସ୍ ହେବାପରେ ଶ୍ରୀ ରଣା ଦୀର୍ଘ ଦିନ ଧରି ଫେରାର ଥିବା ଜଣାପଡ଼ିଛି । ଶେଷରେ କଟକ ଭିଜିଲାନ୍ସର ଏକ ଟିମ୍ ଡ଼ିଜିଟାଲ୍ ଟ୍ରାକିଂ ସାହାର୍ଯ୍ୟରେ ତାଙ୍କୁ ଅନୁଗୁଳୁରୁ ଠାବ କରି ଧରିବାରେ ସଫଳ ହୋଇଛି । ଏବେ ଏହି ବଡ଼ ଧରଣର ଦୁର୍ନୀତି ପଛରେ ଅନ୍ୟ କାହାର ସମ୍ପୃକ୍ତି ରହିଛି ତାକୁ ନେଇ ଭିଜିଲାନ୍ସର ଅଧିକ ତଦନ୍ତ ଜାରି ରହିଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS