*ପୁଣି ବାତ୍ୟା ଭୟ; ଦଶହରାକୁ ଭିଜାଇବ ବର୍ଷା, ୧୩ରୁ ଲଘୁଚାପ*
ଆସୁଛି ଆଉ ଏକ ଲଘୁଚାପ। ଦଶହରାରେ ଭିଜିବ ଓଡିଶା। ଫିକା ପଡିଯିବ ଦଶହରା। ୧୨ ତାରିଖରେ ଉତ୍ତର ଆଣ୍ଡାମାନ ସାଗର ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି। ୧୩ରେ ଲଘୁଚାପ ଏବଂ ୧୫ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗର କିମ୍ବା ପାର୍ଶ୍ବବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ରୂପ ନେଇପାରେ।
ଅକ୍ଟୋବର ପ୍ରଥମ ସପ୍ତାହ ଶେଷ କିମ୍ବା ଦ୍ବିତୀୟ ସପ୍ତାହ ଆରମ୍ଭ ବେଳକୁ ଓଡ଼ିଶା ସମେତ ପ୍ରାୟ ଅର୍ଦ୍ଧାଧିକ ରାଜ୍ୟରୁ ମୌସୁମୀ ବିଦାୟ ନେଇସାରିଥିବ। ତେଣୁ ବାତ୍ୟା ପାଇଁ ପାଗ ଅନୁକୂଳ ରହିବ ଏବଂ ଅବପାତ ହେବାର ସମସ୍ତ ସମ୍ଭାବନା ଅଧିକ ରହୁଥିବା ଆଇଏମଡିର ବିସ୍ତାରିତ ପରିସର ଆକଳନରେ କୁହାଯାଇଛି।
ସମ୍ଭାବ୍ୟ ଅବପାତ ଅଧିକ ଘନୀଭୂତ ହେବ କି ନାହିଁ ସେନେଇ କୌଣସି ଆକଳନ କରାଯାଇ ନାହିଁ। ତେବେ ଏହା ଦକ୍ଷିଣ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଆସିପାରେ ବୋଲି ବିଶ୍ବସ୍ତରୀୟ ପାଣିପାଗ ମଡେଲ୍ ଗୁଡ଼ିକ ଆକଳନ କରିଛନ୍ତି। ବର୍ତ୍ତମାନର ୧୫ ଯାଏଁ ବିଶେଷ ବର୍ଷା ନାହିଁ।
କିନ୍ତୁ,୧୭/୧୮ ତାରିଖବେଳକୁ ବର୍ଷା ବଢ଼ିପାରେ। ଏମିତିକି ଦଶହରାବେଳକୁ ସମ୍ଭାବ୍ୟ ଅବପାତ ଉପକୂଳ ପାଖାପାଖି ରହିବାର ସମ୍ଭାବନା ଥିବାରୁ ବର୍ଷା ବଢ଼ିବା ସମ୍ଭାବନା ଅଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା



إرسال تعليق