BREAKING
Loading...
:

ବ୍ରହ୍ମପୁରରେ ମହିଳାଙ୍କୁ ଆକ୍ରମଣ ଓ ହତ୍ୟା ଉଦ୍ୟମ ଅଭିଯୋଗ: ଅଭିଯୁକ୍ତ ଗିରଫ ।

 ବ୍ରହ୍ମପୁରରେ ମହିଳାଙ୍କୁ ଆକ୍ରମଣ ଓ ହତ୍ୟା ଉଦ୍ୟମ ଅଭିଯୋଗ: ଅଭିଯୁକ୍ତ ଗିରଫ ।



ବ୍ରହ୍ମପୁର: ମହିଳାଙ୍କୁ ଅସଦାଚରଣ, ଆକ୍ରମଣ ଓ ହତ୍ୟା ଉଦ୍ୟମ ଅଭିଯୋଗରେ ବଡ଼ବଜାର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି।


ପୋଲିସ ସୂଚନା ଅନୁଯାୟୀ, ଗତ ୨୨ ତାରିଖ ସନ୍ଧ୍ୟା ପ୍ରାୟ ୫ଟା ୩୦ ମିନିଟ୍ ସମୟରେ ବ୍ରହ୍ମପୁର ମ୍ୟୁନିସିପାଲିଟି କଲୋନୀ ହରିଜନ ସାହିରେ ଏକ ପରିବାର ଓ ପଡ଼ୋଶୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପରିବାରର ଦୁଇ ମହିଳାଙ୍କୁ ଆକ୍ରମଣ, ଅଶ୍ଳୀଳ ଭାଷା ପ୍ରୟୋଗ ଓ ହତ୍ୟା ଉଦ୍ୟମ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା।


ଘଟଣାରେ ଆହତ ହୋଇଥିବା ସମସ୍ତଙ୍କୁ ଚିକିତ୍ସା ଓ ଡାକ୍ତରୀ ପରୀକ୍ଷା ପାଇଁ ବ୍ରହ୍ମପୁର ସିଟି ହସ୍ପିଟାଲକୁ ନିଆଯାଇଥିଲା।


ଏନେଇ ବଡ଼ବଜାର ଥାନାରେ କେସ୍ ନମ୍ବର ୮୦୦/୨୦୨୬ ରୁଜୁ କରାଯାଇଛି। ଅଭିଯୋଗ ଆଧାରରେ ମ୍ୟୁନିସିପାଲିଟି କଲୋନୀ ହରିଜନ ସାହିର ଚନ୍ଦନ କାଣ୍ଡି (୨୪)ଙ୍କୁ ପୋଲିସ ଗିରଫ କରିଛି।


ଗିରଫ ଅଭିଯୁକ୍ତଙ୍କୁ ବ୍ରହ୍ମପୁର SDJM ଅଦାଲତରେ ହାଜର କରାଯାଇ ନ୍ୟାୟିକ ହେପାଜତକୁ ପଠାଇବା ପାଇଁ ଆବେଦନ କରାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS