BREAKING
Loading...
:

ମାତ୍ର ୪୩୬ ଟଙ୍କାର ବୀମାରେ ୨ ଲକ୍ଷର ଭରସା

 ମାତ୍ର ୪୩୬ ଟଙ୍କାର ବୀମାରେ ୨ ଲକ୍ଷର ଭରସା ।



ଏସ୍‌ବିଆଇର ବୀମାରାଶି ପାଇ ଗରିବ ଗ୍ରାହକଙ୍କ ମୁହଁରେ ଖୁସିର ମୁହୂର୍ତ୍ତ ।


ଲାଞ୍ଜିଗଡ: ମାତ୍ର ୪୩୬ ଟଙ୍କାର ବୀମା ପ୍ରିମିୟମ ଏକ ଗରିବ ପରିବାର ପାଇଁ ଦୁର୍ଦ୍ଦିନରେ ୨ ଲକ୍ଷ ଟଙ୍କାର ଆର୍ଥିକ ଭରସା ପାଲଟିଛି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ଜଳକିରଡ଼ା ଗ୍ରାମରେ ଦେଖିବାକୁ ମିଳିଛି।ଜଳକିରଡ଼ା ଗ୍ରାମର ସୌଦାମିନୀ ନାଏକଙ୍କ ଅକାଳ ବିୟୋଗ ପରେ ତାଙ୍କ ସ୍ୱାମୀ ଉଦ୍ଧବ ନାଏକଙ୍କୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଅଧୀନରେ ୨ ଲକ୍ଷ ଟଙ୍କାର ବୀମାରାଶି ପ୍ରଦାନ କରାଯାଇଛି। ବେନଗାଁ ଷ୍ଟେଟ ବ୍ୟାଙ୍କ ଶାଖର ଶାଖା ପରିଚାଳକ ହିତେଶ କୁମାର ବିଶ୍ୱାଳଙ୍କ ପକ୍ଷରୁ ଏହି ବୀମା ଦାବିର ପ୍ରକ୍ରିୟା ସମ୍ପନ୍ନ କରାଯାଇ ବୀମାରାଶି ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ସୌଦାମିନୀ ନାଏକ ମାତ୍ର ୪୩୬ ଟଙ୍କାର ବୀମା ପ୍ରିମିୟମ ଦେଇ ଏହି ବୀମା ଯୋଜନାରେ ସାମିଲ ହୋଇଥିଲେ। କିନ୍ତୁ ତାଙ୍କ ଅକାଳ ବିୟୋଗ ପରେ ସେହି ଅଳ୍ପ ପରିମାଣର ପ୍ରିମିୟମ ତାଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତାର ମାଧ୍ୟମ ହୋଇଛି। ସ୍ତ୍ରୀଙ୍କୁ ହରାଇ ଦୁଃଖରେ ଥିବା ଉଦ୍ଧବ ନାଏକଙ୍କ ପରିବାର ପାଇଁ ଏହି ବୀମାରାଶି ନିଶ୍ଚିତ ଭାବେ ଏକ ବଡ଼ ଆର୍ଥିକ ସମ୍ବଳ ପାଲଟିଛି। ଜୀବନର ଏଭଳି ଦୁର୍ଦ୍ଦିନରେ ମିଳିଥିବା ଏହି ଆର୍ଥିକ ସହାୟତା ପରିବାରକୁ କିଛିଟା ଆଶ୍ୱାସନ ଦେଇଥିବା ବେଳେ ଉଦ୍ଧବଙ୍କ ମୁହଁରେ ମଧ୍ୟ ଆଶାର ଆଲୋକ ଫୁଟିଥିବା ଦେଖାଯାଇଛି। ଗ୍ରାମାଞ୍ଚଳର ଗରିବ ଓ ନିମ୍ନ ଆୟକାରୀ ପରିବାର ପାଇଁ ଅଳ୍ପ ପ୍ରିମିୟମରେ ବୀମା ସୁରକ୍ଷା ଏଭଳି ଆପତ୍ତିକାଳୀନ ସମୟରେ କେତେ ଗୁରୁତ୍ୱପୂର୍ଣ୍ଣ ଏହି ଘଟଣା ତାହାର ଏକ ଉଦାହରଣ ବୋଲି କୁହାଯାଇଛି। ବୀମା ସମ୍ପର୍କରେ ଅଧିକରୁ ଅଧିକ ଲୋକ ସଚେତନ ହେଲେ ଆକସ୍ମିକ ଦୁର୍ଘଟଣା କିମ୍ବା ଅକାଳ ମୃତ୍ୟୁ ସମୟରେ ପରିବାରକୁ ଆର୍ଥିକ ଭାବେ ସହାୟତା ମିଳିପାରିବ। ମାତ୍ର ୪୩୬ ଟଙ୍କାର ବୀମା ପ୍ରିମିୟମ ବଦଳରେ ୨ ଲକ୍ଷ ଟଙ୍କାର ବୀମାରାଶି ପାଇବା ଘଟଣା ଜଳକିରଡ଼ା ଗ୍ରାମ ସମେତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଗରିବ ପରିବାରଙ୍କ ପାଇଁ ଏଭଳି ବୀମା ଯୋଜନା ଏକ ଆର୍ଥିକ ସୁରକ୍ଷାର ଏକ ଭରସା ହୋଇପାରେ ବୋଲି ମତ ପ୍ରକାଶ ପାଇଛି l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS