BREAKING
Loading...
:

ଘରୋଇକରଣ ପରେ ସଫେଇକାର୍ଯ୍ୟ ଭଲଭାବେ ହେବ




 ଘରୋଇକରଣ ପରେ ସଫେଇକାର୍ଯ୍ୟ ଭଲଭାବେ ହେବ ସର୍ବସାଧାରଣ ଉପକୃତ ହେଵା ପାଇଁ ସରକାରୀରୁ ଘରୋଇକରଣ ହୋଇ କୌଣସି ସ୍ୱତନ୍ତ୍ର ଲାଭ ହେଲାନାହିଁ ବରଂ କାର୍ଯ୍ୟ ପାଇଁ କଣ୍ଟ୍ରାକ୍ଟ ନେଇଥିବା କଣ୍ଟ୍ରାକ୍ଟର ଓ ସେମାନଙ୍କ ଦ୍ୱାରା ନିୟୋଜିତ କର୍ମଚାରିଙ୍କ ହାବଭାବ  ଓ ବ୍ୟବହାର କୌଣସି ଗୁଣ୍ଡାହୁଣ୍ଡାଙ୍କ କର୍ମଠାରୁ କମ ନୁହଁ ତେଣୁ ସାଧାରଣ ଲୋକ ଏହି କଣ୍ଟ୍ରାକ୍ଟର ଏବଂ ଏରିଆର କର୍ପୋରେଟର ଙ୍କୁ କୌଣସି ସଫେଇକାର୍ଯ୍ୟ ନ ହେଵା ବିଷୟରେ କହିପାରିବନି ମଧ୍ୟ... କାରଣ ଜଣେ ଆରଜଣଙ୍କୁ ସାହାଯ୍ୟ କରିବାକୁ ଓ ଦବେଇବା କୁ ଆସିଯାନ୍ତି... ତେଣୁ ଏହି ସଫେଇ କାର୍ଯ୍ୟ "ଯଥା ପୂର୍ବଂ ତଥା ପରଂ " 

    ତେଣୁ BeMC ଅଫିସରମାନଙ୍କୁ, କର୍ପୋରେଟର ମାନଙ୍କୁ, ମେୟର ଡେପୁଟି ମେୟର ତଥା ନିୟୋଜିତ କର୍ମଚାରି ମାନେ ବେଳ ଥାଉଥାଉ ଉପଯୁକ୍ତ ସଫେଇ କାର୍ଯ୍ୟର ସମୀକ୍ଷା ତଦାରଖ କରନ୍ତୁ, ଏବଂ ପ୍ରତେକ ସାହି ୱାର୍ଡକୁ ଯାଇ ସର୍ବସାଧାରଣଙ୍କୁ ମିଶି କେମିତି କଣ କାର୍ଯ୍ୟ ଚାଲିଛି ଜାଣି ବୁଝି ପରିଷ୍କାର ପରିଛନ୍ନ କରିବାର ବ୍ୟବସ୍ଥା କରନ୍ତୁ କାରଣ ଗୋଟିଏ ବାତ୍ୟା, "ଅର୍ଣ୍ଣବ" ଆସି ଚାଲିଗଲା କେମିତି କଣ କାଯ୍ୟ ତୁଲ ହୋଇଗଲା କିନୁ ଆଗକୁ ଅକ୍ଟବର ମାସ ଦୁର୍ଗପୁଜାର ମାସ ଆସୁଛି ଏବଂ ଆମେ ମାନେ ସମସ୍ତେ ଅବଗତ ଅଛୁ ଯେ ଏହି ମାସରେ ବର୍ଷା, ପବନ, ଝଡ ବାତ୍ୟା ପ୍ରାୟ ଆସିଥାଏ, ବର୍ତମାନ ମିଡ଼ିଆ ଓ ପାଣିପାଗ ବିଭାଗ ମଧ୍ୟ ସତର୍କ କରିବା ଆରମ୍ଭ କରିଦେଲାଣି ଯେ, ପୁଣି ଏକ "ବାତ୍ୟା" ଆସୁଛି... 

     ୱାର୍ଡ 36ନଂ ଏଠିକୁ କୌଣସି BeMC କର୍ମଚାରି ନା ଆମ କର୍ପୋରେଟର ଆସୁଛନ୍ତି କି କୋଣସି ସଫେଇ କର୍ମଚାରୀ ମଧ୍ୟ ଆମ ସାହି ନିକଟର ନାଳ ନର୍ଦ୍ଧମା ସଫା କରୁଛନ୍ତି... ତେଣୁ ବର୍ଷା ଛାଡିଯାଇଥିଲେ ମଧ୍ୟ ଆମର ଦୁର୍ଦଶା କମୀନାହିଁ... ଗତ ବର୍ଷା ଯୋଗୁଁ ନାଳରେ ପାଣି ଜମି ଆମ ଘର ମଧ୍ୟକୁ ପଶିଥିବା ପାଣି ଆଜି ମଧ ବାରି ଘର ମଧ୍ୟରେ ନର୍ଦମା ପାଣି ଜମି ରହି ବର୍ତମାନ ମାଛ ଓ ବିଭିନ୍ନ ପୋକଯୋକ ମଶା ମାଛିଙ୍କ ରାଜୁତି ଚାଲିଛି...

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS