BREAKING
Loading...
:

ବ୍ରହ୍ମପୁରର ପ୍ରେକ୍ଷାଳୟଗୁଡିକରେ ରିହାତି ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ।

 ବ୍ରହ୍ମପୁରର ପ୍ରେକ୍ଷାଳୟଗୁଡିକରେ ରିହାତି ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ।



 ବ୍ରହ୍ମପୁର/ , ବ୍ରହ୍ମପୁର ହିଲପାଟଣାସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନର ଭଡ଼ା ରିହାତି ଏବଂ ରିହର୍ସାଲ (ଅଭ୍ୟାସ) ପାଇଁ ସ୍ଥାନ ଯୋଗାଇଦେବା ଓ ଅନ୍ୟାନ୍ୟ ସରକାରୀ/ବେସରକାରୀ ସଂସ୍ଥାଗୁଡ଼ିକୁ ଏହି ସୁବିଧା ସମ୍ପ୍ରସାରିତ କରିବା ପାଇଁ ନିର୍ଦ୍ଦେଶ ଦେବା ସମ୍ବନ୍ଧରେ  ବ୍ରହ୍ମପୁରର ୨୦ରୁ ଉର୍ଦ୍ଧ୍ୱ ନାଟକ ଓ ସାଂସ୍କୃତିକ ଅନୁଷ୍ଠାନର ମିଳିତ ମଞ୍ଚ 'ବ୍ରହ୍ମପୁର କଳାକାର ଏକତା ମଞ୍ଚ' ପକ୍ଷରୁ  ଗଞ୍ଜାମ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସୋମବାର ଜନଶୁଣାଣୀ ଶିବିରରେ  ପ୍ରଦାନ କରଯାଇଛି।

ବ୍ରହ୍ମପୁର କଳାକାର ଏକତା ମଞ୍ଚର ସଭାପତି ରମେଶ ମହାରଣାଙ୍କ ନେତ୍ତୃତ୍ୱରେ ଏକ ୭ ଜଣିଆ କଳାକାର ଟିମ ଜିଲ୍ଲାପାଳ ଭି.କୀର୍ତ୍ତିଭାସନଙ୍କୁ  ଭେଟି  ପ୍ରେକ୍ଷାଳୟଗୁଡ଼ିକର ଅତ୍ୟାଧିକ ଭଡ଼ା ଯୋଗୁଁ ବ୍ରହ୍ମପୁରର ନାଟକ ଓ ଥିଏଟର ଅନୁଷ୍ଠାନଗୁଡ଼ିକ କାର୍ଯ୍ୟକ୍ରମ ଆୟୋଜନ କରିବାରେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି ବୋଲି ଦୁଃଖ ଜଣେଇଥିଲେ । ନାଟ୍ୟ ସଂଗଠକ ରାଜ ଗୋପାଳ ପାଢ଼ୀ ସୌଖିନ ଓ ଅବ୍ୟବସାୟୀକ କଳାକାର ଓ କଳା ସଂଗଠନ ପାଇଁ ନାଟକ ନିମନ୍ତେ ଭଡା ରିହାତି ଓ ନାଟ୍ୟ ଅଭ୍ୟାସ ନିମନ୍ତେ ଯାଗା ପ୍ରଦାନ ନିମନ୍ତେ ଅନୁରୋଧ କରିଥିଲେ । କଳାକାର ଏକତା ମଂଚର ଉପଦେଷ୍ଟା ଅନୀଲ ପାତ୍ର ପଞ୍ଜିକୃତ ନାଟ୍ୟ ସଂସ୍ଥାଙ୍କୁ ନାଟକ ନିମନ୍ତେ ପ୍ରେକ୍ଷାଳୟରେ ରିହାତି ପ୍ରଦାନ ନେଇ ଦାବୀ ଜଣେଇଥିଲେ । ଜିଲ୍ଲାପାଳ କଳାକାରଙ୍କ ଦାବିପତ୍ର ଗ୍ରହଣ ପୂର୍ବକ ଏନେଇ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ସହ ଆଲୋଚନା ପାଇଁ କହିଥିଲେ ।  ଉପଯୁକ୍ତ ରିହର୍ସାଲ (ଅଭ୍ୟାସ) ସ୍ଥାନର ଅଭାବ ଯୋଗୁଁ କଳା ସଙ୍ଗଠନଗୁଡ଼ିକ ମଧ୍ୟ ଗମ୍ଭୀର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ନାଟକ ଗ୍ରୁପଗୁଡ଼ିକୁ ଅଭ୍ୟାସ କରିବା ଓ ନୂତନ ନାଟକ ପ୍ରସ୍ତୁତ କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସ୍ଥାନ ଉପଲବ୍ଧ ନାହିଁ। ତେଣୁ ବ୍ରହ୍ମପୁର ହିଲପାଟଣାସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନକୁ 'ବ୍ରହ୍ମପୁର କଳାକାର ଏକତା ମଞ୍ଚ' ସହ ଅନୁବନ୍ଧିତ ନାଟ୍ୟ ଅନୁଷ୍ଠାନଗୁଡ଼ିକୁ ଧାର୍ଯ୍ୟ ଭଡ଼ାରେ ୫୦% ରିହାତିରେ ଯୋଗାଇ ଦିଆଯିବା ଏବଂ ଅନ୍ୟାନ୍ୟ ବେସରକାରୀ ସଂସ୍ଥାଗୁଡ଼ିକୁ ମଧ୍ୟ ଏହି ସୁବିଧା ସମ୍ପ୍ରସାରିତ କରିବାକୁ ନିର୍ଦ୍ଦେଶ ଦିଆଯିବା, ବ୍ରହ୍ମପୁରସ୍ଥିତ ଗଞ୍ଜାମ କଳା ପରିଷଦର ଓ ସଂସ୍କୃତି ଭବନ ପରିସରରେ କୌଣସି ଗୋଟିଏ କୋଠରୀ ଦେବା ପାଇଁ ଦାବୀପତ୍ରରେ ଉଲ୍ଲେଖ ରହିଛି । ଦାବୀପତ୍ର ପ୍ରଦାନ ବେଳେ କଳାକାର ଏକତା ମଂଚର ସମ୍ପାଦକ ରାମଚନ୍ଦ୍ର ସାସମାଲ, ସୋମନାଥ ବେହେରା,କୈଳାସ ପାଣିଗ୍ରାହୀ ଓ ନବୀନ ହୋତା ପ୍ରମୂଖ ଉପସ୍ଥିତ ଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS