BREAKING
Loading...
:

ବ୍ରହ୍ମପୁରରେ ହତ୍ୟା ଉଦ୍ୟମ ମାମଲା: ବାପା-ପୁଅ ଗିରଫ ।

 ବ୍ରହ୍ମପୁରରେ ହତ୍ୟା ଉଦ୍ୟମ ମାମଲା: ବାପା-ପୁଅ ଗିରଫ ।



ବ୍ରହ୍ମପୁର:ବଡ଼ବଜାର ଥାନା ଅନ୍ତର୍ଗତ ମ୍ୟୁନିସିପାଲିଟି କଲୋନୀ ହରିଜନ ସାହିରେ ଗଣ୍ଡଗୋଳକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଆକ୍ରମଣ ଅଭିଯୋଗରେ ବାପା ଓ ପୁଅଙ୍କୁ ଗିରଫ କରିଛି ବଡ଼ବଜାର ପୋଲିସ।


ପୋଲିସ ସୂଚନା ଅନୁଯାୟୀ, ଗତ ୨୨ ତାରିଖ ସନ୍ଧ୍ୟା ପ୍ରାୟ ୫ଟା ୩୦ ମିନିଟ୍‌ରେ ପଡ଼ୋଶୀଙ୍କ ମଧ୍ୟରେ ବଚସା ଓ ମାରପିଟ୍ ହୋଇଥିଲା। ଏହି ସମୟରେ ଚନ୍ଦନ କାଣ୍ଡି (୨୪)ଙ୍କୁ ଲୁହା ରଡ୍‌ ଓ ପଥରରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଚନ୍ଦନଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ତାଙ୍କୁ ବ୍ରହ୍ମପୁର ସିଟି ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।


ଏନେଇ ବଡ଼ବଜାର ଥାନାରେ କେସ୍ ନଂ ୭୯୬/୨୦୨୬ ରୁଜୁ ହୋଇଥିଲା। ଘଟଣାର ତଦନ୍ତ କରି ପୋଲିସ ଖକନ ନାଗ (୫୦) ଓ ତାଙ୍କ ପୁଅ ବିଶାଳ ନାଗ ଓରଫ ବାବୁ (୧୯)ଙ୍କୁ ଗିରଫ କରିଛି। ଘଟଣାସ୍ଥଳରୁ ଗୋଟିଏ ଲୁହା ରଡ୍‌ ଓ ଗୋଟିଏ ପଥର ଜବତ କରାଯାଇଛି।


ଗିରଫ ଦୁଇ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଏସ୍‌ଡିଜେଏମ୍‌ ଅଦାଲତକୁ ପଠାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS