*ଉଦ୍ଘାଟନ ପୂର୍ବରୁ ପ୍ରସ୍ତୁତିର ତଦାରଖ କଲେ ବିଜେପିର ବରିଷ୍ଠ ନେତା ସଞ୍ଜୟ କୁମାର ଜେନା*
*କଟକ ମହାନଦୀ ବିହାରରେ ନିର୍ମିତ ମହାନଦୀ ବିହାର ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଆସନ୍ତା ୧୨ ତାରିଖ ସୋମବାର* *ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଉଦ୍ଘାଟିତ ହେବ। ଏହି ଉଦ୍ଘାଟନୀ ଉତ୍ସବ ପୂର୍ବରୁ ମହାନଦୀ ବିହାର ଡେଭଲପମେଣ୍ଟ ଆସୋସିଏସନର ସଭାପତି ତଥା ବିଜେପିର ବରିଷ୍ଠ ନେତା ସଞ୍ଜୟ କୁମାର ଜେନା ସ୍ପୋର୍ଟ୍ସ କମ୍ପ୍ଲେକ୍ସ ପରିଦର୍ଶନ କରିବା ସହ ଉଦ୍ଘାଟନୀ କାର୍ଯ୍ୟକ୍ରମର ପ୍ରସ୍ତୁତି ଓ ବିଭିନ୍ନ ବ୍ୟବସ୍ଥାର ତଦାରଖ କରିଛନ୍ତି।*
*ଏହି ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଅଞ୍ଚଳରେ କ୍ରୀଡ଼ା ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ସହ ଯୁବପିଢ଼ିଙ୍କୁ କ୍ରୀଡ଼ା ପ୍ରତି ଆକୃଷ୍ଟ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି। ଏହାର ଉଦ୍ଘାଟନକୁ ନେଇ ମହାନଦୀ ବିହାର ଅଞ୍ଚଳରେ ଉତ୍ସାହ ପ୍ରକାଶ ପାଇଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment