BREAKING
Loading...
:

ନୟାଗଡ଼ରୁ ଆରମ୍ଭ ହେଲା ଉତ୍କଳ ସାମ୍ବାଦିକ ସଂଘର ସାଂଗଠନିକ ଅଭିଯାନ:ବ୍ଲକସ୍ତରୀୟ ବନ୍ଧୁ ମିଳନରେ ଏକତା ଓ ସାମ୍ବାଦିକଙ୍କ ସ୍ୱାର୍ଥ ସୁରକ୍ଷା ଉପରେ ଗୁରୁତ୍ୱ

 



ନୟାଗଡ଼ରୁ ଆରମ୍ଭ ହେଲା ଉତ୍କଳ ସାମ୍ବାଦିକ ସଂଘର ସାଂଗଠନିକ ଅଭିଯାନ:ବ୍ଲକସ୍ତରୀୟ ବନ୍ଧୁ ମିଳନରେ ଏକତା ଓ ସାମ୍ବାଦିକଙ୍କ ସ୍ୱାର୍ଥ ସୁରକ୍ଷା ଉପରେ ଗୁରୁତ୍ୱ

ନୟାଗଡ଼:ଉତ୍କଳ ସାମ୍ବାଦିକ ସଂଘର ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ନୟାଗଡ଼ ପ୍ୟାଲେସ ପରିସରରେ ନୟାଗଡ଼ ବ୍ଲକ ଓ ସହରାଞ୍ଚଳର ସାମ୍ବାଦିକମାନଙ୍କୁ ନେଇ ଏକ ବ୍ଲକସ୍ତରୀୟ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ନବନିର୍ବାଚିତ ଜିଲ୍ଲା ସଭାପତି ଚିତ୍ତରଞ୍ଜନ ମିଶ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ସମାବେଶରେ ସାମ୍ବାଦିକଙ୍କ ଏକତା, ସଂଘର ସାଂଗଠନିକ ମଜଭୁତି ଓ ସାମ୍ବାଦିକଙ୍କ ସ୍ୱାର୍ଥ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ଅବସରରେ ଉପସ୍ଥିତ ସାମ୍ବାଦିକମାନେ ନବନିର୍ବାଚିତ ସଭାପତି ଚିତ୍ତରଞ୍ଜନ ମିଶ୍ରଙ୍କୁ ସ୍ୱାଗତ ଜଣାଇବା ସହ ଶୁଭେଚ୍ଛା ଜଣାଇଥିଲେ। ନୟାଗଡ଼ ଜିଲ୍ଲାରେ ସାମ୍ବାଦିକମାନଙ୍କ ହକ୍‌ ଓ ସ୍ୱାର୍ଥ ପାଇଁ ପୂର୍ବତନ ସଭାପତି ଶ୍ରୀକାନ୍ତ ଖଟେଇ ଯେପରି ଲଢ଼େଇ କରି ଆସିଥିଲେ ଏବଂ ସମସ୍ତଙ୍କୁ ଏକଜୁଟ କରି ରଖିଥିଲେ, ସେହି ଏକତା ଓ ସଂଗ୍ରାମର ଧାରାକୁ ଆଗକୁ ନେବାକୁ ନବନିର୍ବାଚିତ ସଭାପତି ଆହ୍ୱାନ ଦେଇଥିଲେ। ସଂଘର ପ୍ରତ୍ୟେକ ସଦସ୍ୟଙ୍କୁ ନିଜ ପରିବାରର ସଦସ୍ୟ ଭାବେ ଗ୍ରହଣ କରି କାମ କରିବି।” ଏଥିସହ କାହାରି ପ୍ରରୋଚନାରେ ନପଡ଼ି ସମସ୍ତେ ଏକଜୁଟ ହୋଇ ରହିବା ସହ ରାଜ୍ୟସ୍ତରରେ ନୟାଗଡ଼ ଜିଲ୍ଲା ଶାଖାର ଏକତା ଓ ଗାରିମା ବଜାୟ ରଖିବାକୁ ସେ ଆହ୍ୱାନ ଦେଇଥିଲେ। ଆଗାମୀ ଦିନରେ ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା କମିଟି ପ୍ରତ୍ୟେକ ବ୍ଲକକୁ ଗସ୍ତ କରି ସାଂଗଠନିକ କାର୍ଯ୍ୟକୁ ସୁଦୃଢ଼ କରିବା ସହ ନୂତନ ଭାବେ ସଂଗଠନକୁ ସକ୍ରିୟ କରିବ। ନୟାଗଡ଼ ବ୍ଲକରୁ ଏହି ଅଭିଯାନ ଆରମ୍ଭ ହୋଇଥିବାବେଳେ ଅବଶିଷ୍ଟ ସାତଟି ବ୍ଲକରେ ବୈଠକ ଆୟୋଜନ ପରେ ଜିଲ୍ଲାସ୍ତରୀୟ ବନ୍ଧୁ ମିଳନ କାର୍ଯ୍ୟକ୍ରମ ହେବ ବୋଲି ଜଣାପଡ଼ିଛି।ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରିତ ପରାମର୍ଶଦାତା ତଥା ନୟାଗଡ଼ ପ୍ୟାଲେସର ନିର୍ଦ୍ଦେଶକ ଶେଖ ଇସୁବ୍, ଉତ୍କଳ ସାମ୍ବାଦିକ ସଂଘର ନୟାଗଡ଼ ଜିଲ୍ଲା ଶାଖା ସମ୍ପାଦକ ବୈଦ୍ୟଭୂଷଣ ମହାପାତ୍ର, କାର୍ଯ୍ୟକାରୀ ସଭାପତି ରବି ଦାସ, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ସାମ୍ବାଦିକ ଭବନ ସମ୍ପାଦକ ଅନୱର ଅଲ୍ଲୀ, ନବ ମିଶ୍ର, ବାସୁଦେବ ମହାନ୍ତି, ପ୍ରଭାତ ମହାପାତ୍ର, ସୁଦର୍ଶନ ବେହେରା, ମନୋଜ ବେହେରା, ପୂର୍ଣ୍ଣଚନ୍ଦ୍ର ସାହୁ, ସୁବାଶିଷ ପଟ୍ଟନାୟକ, ଭାସ୍କର ଚନ୍ଦ୍ର ସ୍ୱାଇଁ, ନିହାର ରଞ୍ଜନ ପଟ୍ଟନାୟକ, କୈଳାସ ଶିଅ, ବିଶ୍ୱଜିତ ନାୟକ, ଅନିଲ କୁମାର ପଣ୍ଡା, ସନ୍ତୋଷ ନାୟକ, ଗୌରୀ ଶଙ୍କର ଦାସ, ସନ୍ତୋଷ କୁମାର ପ୍ରଧାନ, ଜୟନ୍ତ ମିଶ୍ର, ସ୍ୱରୂପ ପଟ୍ଟନାୟକ, ଅମିତ ପଟ୍ଟନାୟକ, ସୂର୍ଯ୍ୟପ୍ରସାଦ ଦାଶ, ମନୋରଞ୍ଜନ ମିଶ୍ର, ସନ୍ତୋଷ କୁମାର ଷଡ଼ଙ୍ଗୀ, ପ୍ରଦୀପ୍ତ କୁମାର ପାତ୍ର ଓ ବିଭୂତି ଭୂଷଣ ସ୍ୱାଇଁଙ୍କ ସମେତ ବହୁ ସାମ୍ବାଦିକ ଉପସ୍ଥିତ ଥିଲେ। ସାମ୍ବାଦିକଙ୍କ ମଧ୍ୟରେ ଭାଇଚାରା ଓ ସହଯୋଗ ବୃଦ୍ଧି ସହ ଜିଲ୍ଲାରେ ସଂଘର ସାଂଗଠନିକ ଏକତାକୁ ଆହୁରି ସୁଦୃଢ଼ କରିବାର ସଂକଳ୍ପ ସହ କାର୍ଯ୍ୟକ୍ରମ ଶେଷ ହୋଇଥିଲା।

ମଣିଭଦ୍ରା ଖବର,ନୟାଗଡ 

Post a Comment

Previous Post Next Post
Header ADS