BREAKING
Loading...
:

ଆନ୍ତର୍ଜାତୀୟ ପ୍ରେଜେଣ୍ଟ୍‌ରେ ଓଡ଼ିଶାର ଦବଦବା

 ଆନ୍ତର୍ଜାତୀୟ ପ୍ରେଜେଣ୍ଟ୍‌ରେ ଓଡ଼ିଶାର ଦବଦବା ।



ଡିମ୍ପେଲଙ୍କ ମୁଣ୍ଡରେ ‘ମିସ୍ ଏସିଆ ୱାର୍ଲ୍ଡ ଇଣ୍ଟରନ୍ୟାସନାଲ୍ ଗୋଲ୍ଡ’, ଷ୍ଟେଫିଙ୍କୁ ‘ମିସେସ୍ ଏସିଆ ୱାର୍ଲ୍ଡ ବ୍ରାଣ୍ଡ ଆମ୍ବାସାଡର’ ମୁକୁଟ ।


ଖୋର୍ଦ୍ଧା, -: ଆନ୍ତର୍ଜାତୀୟ ସୌନ୍ଦର୍ଯ୍ୟ ଓ ଫ୍ୟାଶନ୍ ପ୍ରେଜେଣ୍ଟ୍‌ରେ ଓଡ଼ିଶାର ନାରୀ ପ୍ରତିଭା ପୁଣିଥରେ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଥାଇଲ୍ୟାଣ୍ଡର ପଟାୟାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାର ଡିମ୍ପେଲ ମହାପାତ୍ର ଓ ଷ୍ଟେଫି ସେନାପତି ଦୁଇଟି ଗୌରବମୟ ଟାଇଟଲ୍ ହାସଲ କରି ଦେଶ ଓ ରାଜ୍ୟର ନାମ ଉଜ୍ଜ୍ୱଳ କରିଛନ୍ତି।


ଏ ନେଇ  ବରୁଣେଇସ୍ଥିତ ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରେ ଆୟୋଜିତ ପ୍ରେସ୍ କନଫରେନ୍ସରେ ସଫଳତାର ବିଭିନ୍ନ ଦିଗ ସମ୍ପର୍କରେ ସୂଚନା ଦିଆଯାଇଥିଲା।


ଡିମ୍ପେଲ ମହାପାତ୍ର ‘ମିସ୍ ଏସିଆ ୱାର୍ଲ୍ଡ ଇଣ୍ଟରନ୍ୟାସନାଲ୍ ଗୋଲ୍ଡ ୨୦୨୬-୨୭’ ଟାଇଟଲ୍ ଜିତିଛନ୍ତି। ବଲିଉଡ୍‌ର ବରିଷ୍ଠ ଅଭିନେତା ସୁରେନ୍ଦ୍ର ପାଲଙ୍କ ନିକଟରୁ ସେ ବିଜୟୀ ମୁକୁଟ ଗ୍ରହଣ କରିଥିଲେ। ଓଡ଼ିଶୀ ନୃତ୍ୟରୁ ନିଜ କଳାଯାତ୍ରା ଆରମ୍ଭ କରିଥିବା ଡିମ୍ପେଲ ପରବର୍ତ୍ତୀ ସମୟରେ ମଡେଲିଂ ଓ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଜରିଆରେ ଆନ୍ତର୍ଜାତୀୟ ମଞ୍ଚରେ ନିଜର ସ୍ୱତନ୍ତ୍ର ପରିଚୟ ଗଢ଼ିଛନ୍ତି।


ସେହିପରି ଷ୍ଟେଫି ସେନାପତି ‘ମିସେସ୍ ଏସିଆ ୱାର୍ଲ୍ଡ ବ୍ରାଣ୍ଡ ଆମ୍ବାସାଡର ୨୦୨୬’ ଟାଇଟଲ୍ ହାସଲ କରିଛନ୍ତି। ଶିକ୍ଷା ଓ ବ୍ୟବସାୟ ସହ ଫ୍ୟାଶନ୍, ମଡେଲିଂ, ଅଭିନୟ ଓ ଆଙ୍କରିଂ କ୍ଷେତ୍ରରେ ସକ୍ରିୟ ଥିବା ଷ୍ଟେଫିଙ୍କ ପାଇଁ ଏହି ସଫଳତା ଏକ ବଡ଼ ଉପଲବ୍ଧି ବୋଲି କୁହାଯାଇଛି।


୧୦୦ରୁ ଅଧିକ ପ୍ରତିଯୋଗୀଙ୍କ ମଧ୍ୟରୁ ଚୟନ


ମୁମ୍ବାଇ ଗ୍ଲୋବାଲ୍ ପକ୍ଷରୁ ଆୟୋଜିତ ଏହି ପ୍ରେଜେଣ୍ଟ୍‌ରେ ଭାରତରୁ ୧୦୦ରୁ ଅଧିକ ପ୍ରତିଯୋଗୀ ଡିଜିଟାଲ୍ ଅଡିସନ୍‌ରେ ଭାଗ ନେଇଥିଲେ। ବିଭିନ୍ନ ପର୍ଯ୍ୟାୟର ଚୟନ ପରେ ଭାରତରୁ ମାତ୍ର ୧୦ ଜଣ ପ୍ରତିଯୋଗୀ ଆନ୍ତର୍ଜାତୀୟ ପର୍ଯ୍ୟାୟ ପାଇଁ ମନୋନୀତ ହୋଇଥିଲେ। ସେମାନଙ୍କ ମଧ୍ୟରେ ଡିମ୍ପେଲ ଓ ଷ୍ଟେଫି ନିଜର ପ୍ରତିଭା, ଆତ୍ମବିଶ୍ୱାସ ଓ ଦକ୍ଷତା ବଳରେ ବିଜୟୀ ହୋଇଛନ୍ତି।


ପ୍ରତିଯୋଗିତାରେ ରାମ୍ପ ୱାକ୍, ନ୍ୟାସନାଲ୍ କଷ୍ଟ୍ୟୁମ୍, ଗାଉନ୍ ରାଉଣ୍ଡ, ପ୍ରଶ୍ନୋତ୍ତର, ଗ୍ରୁମିଂ, ଟ୍ରେନିଂ ଓ ବିଭିନ୍ନ ମିଡିଆ ପର୍ଯ୍ୟାୟ ରହିଥିଲା। ସମସ୍ତ ପର୍ଯ୍ୟାୟରେ ଉଭୟ ନିଜର ପ୍ରତିଭାର ପରିଚୟ ଦେଇ ବିଚାରକମଣ୍ଡଳୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।


ଏହି ଆନ୍ତର୍ଜାତୀୟ କାର୍ଯ୍ୟକ୍ରମର ଆୟୋଜକ ଥିଲେ ରାଜ କୁମାର ତିୱାରୀ। ସହ-ଆୟୋଜକ ତଥା ମୁମ୍ବାଇ ଗ୍ଲୋବାଲ୍ ଇଣ୍ଡିଆର ମୁଖ୍ୟ ବ୍ୟୁରୋ ଭାବେ ସମ୍ବିତ ପଟ୍ଟନାୟକ ଦାୟିତ୍ୱ ତୁଲାଇଥିଲେ।


ଡିମ୍ପେଲ ମହାପାତ୍ର ଓ ଷ୍ଟେଫି ସେନାପତିଙ୍କ ଏହି ସଫଳତା ପାଇଁ ନାସନାଲ ହିୟୁମ୍ୟାନ ରାଇଟ୍ସ ୱେଲଫେୟାର ଆସୋସିଏସନ୍‌ର ଖୋର୍ଦ୍ଧା ଜିଲ୍ଲା ସଭାପତି ଜନ୍ମେଜୟ ପଟ୍ଟନାୟକ, ଖୋର୍ଦ୍ଧା ଜିଲ୍ଲା ସାଧାରଣ ସମ୍ପାଦକ ତଥା ବରିଷ୍ଠ ଆଡଭୋକେଟ୍ ବିଜୟ ଛୋଟରାୟ ଏବଂ ବରିଷ୍ଠ ସାମ୍ବାଦିକ ରାଜେଶ ଚନ୍ଦ୍ର ମହାନ୍ତି ଉଭୟଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।


ସେମାନେ କହିଛନ୍ତି, “ଏହି ସଫଳତା କେବଳ ଦୁଇଜଣ ବିଜେତାଙ୍କର ନୁହେଁ; ଏହା ସମଗ୍ର ଓଡ଼ିଶାର ଗୌରବ। ଆମ ରାଜ୍ୟର ନାରୀ ପ୍ରତିଭା ଆଜି ବିଶ୍ୱ ମଞ୍ଚରେ ନିଜର ପରିଚୟ ସୃଷ୍ଟି କରିଛି। ଆଗାମୀ ପିଢ଼ିର ଯୁବପିଢ଼ି ଏଥିରୁ ପ୍ରେରଣା ନେଇ ଆହୁରି ବଡ଼ ସଫଳତା ହାସଲ କରନ୍ତୁ—ଏହା ଆମର ଆଶା ଓ ବିଶ୍ୱାସ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS