ଗଣିଆରେ ଜନ୍ମାଷ୍ଟମୀ ପାଳିତ
ଗଣିଆ ୦୪/୦୯(ମଣିଭଦ୍ରା ଖବର) ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ ନିଷ୍ଠା ଓ ଭକ୍ତିର ସହିତ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ ହୋଇଯାଇଛି । ଦିନ ତମାମ ପ୍ରତ୍ୟକ ମଠ, ରାଧାକୃଷ୍ଣ ମନ୍ଦିର, ଜଗନ୍ନାଥ ମନ୍ଦିର,ଗୋପାଳ ସାହିରେ ଶ୍ରଦ୍ଧାଳୁ ଏବଂ ବ୍ରତଧାରୀ ମାନଙ୍କ ସମାଗମ ଦେଖିବାକୁ ମିଳିଥିଲା । ଘରେ ଘରେ ଥିବା ବାଳ୍ ଗୋପାଳଙ୍କୁ ମହିଳା ମାନେ ଧୁମଧାମରେ ପୂଜା କରିଥିଲେ । ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଗଣିଆ ପରିସରରେ ରାଧା କୃଷ୍ଣ ଏବଂ ସୁଦାମା ବେଶରେ ବଜ଼ାର ଓ ଗ୍ରାମ ପରିକ୍ରମା କରିବା ସହିତ ମନ୍ଦିରରେ ପୂଜା ପାଠ କରି ବିଦ୍ୟାଳୟକୁ ପ୍ରତ୍ୟାବର୍ତନ କରିଥିଲେ । ଅଭିଭାବକ , ଗୁରୁମା ଏବଂ ବିଦ୍ୟାଳୟ ର ସମସ୍ତ ଗୁରୁଜୀ ଗୁରୁମା ବୃନ୍ଦ ସହଯୋଗ କରିଥିଲେ । ମନ୍ଦିର ଗୁଡ଼ିକରେ ପୂଜାର୍ଚ୍ଚନା ସହିତ କୃଷ୍ନଜନ୍ମ ବିଧିମତେ ପାଳିତ ହୋଇଯାଇଛି । ଗଣିଆ ଗୋପାଳସାହିରେ ଜନ୍ମାଷ୍ଟମୀ ଅବସରରେ ଦିନ ତମାମ ସଂକୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସନ୍ଧ୍ୟାରେ ଭାଗବତ ପାଠ ହୋଇଥିଲା । ଶନିବାର ନନ୍ଦୋତ୍ସବ ଅବସରରେ ଗୋପାଳ ସାହିର ଯୁବକ ମାନେ ଲଉଡିଖେଳି ନଗର ପରିକ୍ରମା କରିବେ ବୋଲି ଜଣାପଡିଛି । ଗ୍ରାମରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା ।
ମଣିଭଦ୍ରା ଖବର, ଗଣିଆ



إرسال تعليق