ଜିଲ୍ଲାସ୍ତରୀୟ ଖେଳ ପ୍ରତିଯୋଗିତାରେ ବେଳପଡ଼ା ବ୍ଲକର ଚମତ୍କାର ସଫଳତା।
ବେଳପଡ଼ା- ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ରମାଇହାଇସସ୍କୁଲ ଖେଳପଡ଼ିଆ ଠାରେ ଜିଲା ସ୍ତରୀୟ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏହି ଖେଲ ଖେଳ ପ୍ରତିଯୋଗିତା ଦୁଇଦିନ ଧରି ଚାଲିଥିଲା। ଏଥିରେ ଅନେକ ବ୍ଲକ ର ହାଇସ୍କୁଲ ର ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ। ସମସ୍ତ ଙ୍କୁ ପଛରେ ପକାଇ ବେଳପଡ଼ା ବ୍ଲକ ର ଛାତ୍ର ଛାତ୍ରୀ ମାନେ କୃତିତ୍ୱ ଅର୍ଜନ କରିଛନ୍ତି। ଏଥିରେ ସଟଫୁଟ ଫିଙ୍ଗିବା ରେ ୧୪ ବର୍ଷ ରୁ କମ ବାଳିକା ବିଭାଗ ରେ ତେନ୍ତୁଳିମୁଣ୍ଡା ହାଇସ୍କୁଲ ର ଛାତ୍ରୀ ସୋନିକା ବନଗୁଲା ଓ ବାଳକ ବିଭାଗ ରେ ଏନ ୟୁ ପିଏସ ସିହିନୀ ଘନଶ୍ୟାମ ରଣା ପ୍ରଥମ ସ୍ଥାନ ଅଧିକାର କରିଥିଲେ। ବାଳିକା ବିଭାଗ ର ସୁଲେକେଲା କଲେଜ ଅର୍ପିତା ମଲ୍ଲିକ ୩୦୦୦ ମିଟର ୧୫୦୦ ମିଟର ୪୦୦ ମିଟର ଓ ଲମ୍ଵ ଡିଆଁ ରେ ପ୍ରଥମ ସ୍ଥାନ ଅଧିକାର କରିବା ସହ ଚମ୍ପିୟାନ ହାସଲ କରିଥିଲେ।ଭରୁଆପାଲି ହାଇସ୍କୁଲ ର ରୋଷନ ନାଏକ ୩୦୦ ମିଟର ୧୫୦୦ ମିଟର ଦୌଡ଼ ରେ ସମସ୍ତ ଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ।ରିଲେ ରେଶ ରେ ୧୭ ବର୍ଷ ରୁ କମ ବାଳକ ବିଭାଗ ରେ ମଧ୍ୟ ବେଳପଡ଼ା ବ୍ଲକ ପ୍ରଥମ ସ୍ଥାନ ପାଇଥିଲା।ଠିକ ସେହିପରି ୧୪ ବର୍ଷ ରୁ କମ ବାଳିକା ବିଭାଗ ରେ ତୃତୀୟ ସ୍ଥାନରେ ରହିଯାଇଥିଲା ବେଳପଡ଼ା ବ୍ଲକ।ଏହି ବ୍ଲକ ସ୍ତରୀୟ ଟିମ ମ୍ୟାନେଜର ଭାର ତୁଲାଇ ଥିଲେ ଶିକ୍ଷକ ସୁଦାମ ସୁନା,ଠଗ ସୁନ୍ଦର ସୁନା,ଲଷ୍ମୀ ମଲ୍ଲିକ,ଜିତେନ୍ଦ୍ର ମେହେର ସାମିଲ ଥିଲେ।କୃତିତ୍ୱ ଅର୍ଜନ କରିଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ବେଳପଡ଼ା ବ୍ଲକ ଶିକ୍ଷା ଅଧିକାରୀ ଅଭିନବ ମିଶ୍ର,ବ୍ଲକ ଭାରପ୍ରାପ୍ତ କ୍ରୀଡ଼ା ସମ୍ପାଦକ ସରୋଜ କୁମାର ବିଶ୍ବାଳ,ଦୁର୍ଗା ପାଣିଗ୍ରାହୀ, ଗିରିଷ ମିଶ୍ର,ଭେଳାସାଗର ଭାଟି, ଚିତ୍ତରଞ୍ଜନ ପଣ୍ଡା,ପ୍ରବୋଦ ଠାକୁର, ପ୍ରମୁଖ ବିଭିନ୍ନ ବିଦ୍ୟାଳୟ ର ଶିକ୍ଷକ ମାନେ ଭବିଷ୍ୟତ ଉଜ୍ଜ୍ୱଳ କାମନା କରିବା ସହ କିପରି ଆଗକୁ ଆହୁରି ବେଳପଡ଼ା ବ୍ଲକ ର ନା ରଖିବେ ଓ ରାଜ୍ୟ ସ୍ତରୀୟ ରେ ଅଂଶଗ୍ରହଣ କରି ଭଲ ଖେଳ ପ୍ରଦର୍ଶନ କରିବେ ସେ ନେଇ ପଦକ୍ଷେପ ନିଆଯିବ ବୋଲି ସମସ୍ତ ଶିକ୍ଷକ ମତ ରଖିଛନ୍ତି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment