BREAKING
Loading...
:

ଟ୍ରେନ୍‌ରେ ଗଞ୍ଜେଇ ଚାଲାଣ ବେଳେ ୩ ଯୁବକ ଗିରଫ

 ଟ୍ରେନ୍‌ରେ ଗଞ୍ଜେଇ ଚାଲାଣ ବେଳେ ୩ ଯୁବକ ଗିରଫ



ବ୍ରହ୍ମପୁର ରେଳ ଷ୍ଟେସନରେ ଟ୍ରେନ୍‌ ଯୋଗେ ଓଡ଼ିଶାରୁ ଆନ୍ଧ୍ରପ୍ରଦେଶକୁ ଗଞ୍ଜେଇ ଚାଲାଣ କରୁଥିବା ବେଳେ ୩ ଜଣ ଯୁବକଙ୍କୁ ଗିରଫ କରାଯାଇଛି।


 ବିଶେଷ ସୂତ୍ରରୁ ଖବର ପାଇ RPF ଓ GRP ଟିମ୍‌ ବ୍ରହ୍ମପୁର ରେଳ ଷ୍ଟେସନର ବାହାର ପାର୍ଶ୍ୱରେ, ପ୍ଲାଟଫର୍ମ 4 ନିକଟରୁ ୩ ଜଣ ଯୁବକଙ୍କୁ ସନ୍ଦେହରେ ଧରିଥିଲେ। ସେମାନଙ୍କ ନିକଟରୁ ୩ଟି ବ୍ୟାଗରେ ଥିବା ଗଞ୍ଜେଇ ,3 ଗୋଟି ଦାମୀ mobile, ବ୍ରହ୍ମପୁର ରୁ ବିଜୟୱାଡା ଟ୍ରେନ ଟିକେଟ ଜବତ କରାଯାଇଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯିବା ପରେ ସମୁଦାୟ ୨୫ କେଜି ୮୪୫ ଗ୍ରାମ ଗଞ୍ଜେଇ ଥିବା ଜଣାପଡ଼ିଥିଲା।


ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତମାନେ ଖଲିକୋଟ ଷ୍ଟେସନରୁ ବ୍ରହ୍ମପୁର ଆସିଥିଲେ ଏବଂ ବ୍ରହ୍ମପୁରରୁ ଟ୍ରେନ୍‌ ଯୋଗେ ବିଜୟୱାଡ଼ା ଯିବା ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ଧରାପଡ଼ିଥିଲେ।


ଗିରଫ ଅଭିଯୁକ୍ତମାନେ ହେଲେ ଭି. ଦୀପକ, ଆନ୍ଧ୍ରପ୍ରଦେଶ; ଏସ୍. ମାଣି ଗାଦନ, ଆନ୍ଧ୍ରପ୍ରଦେଶ ଏବଂ ଶିବ ବେହେରା, କୋଦଳା ଥାନା ଅନ୍ତର୍ଗତ କୋଦଳା ଗ୍ରାମର ବାସିନ୍ଦା। ସମସ୍ତଙ୍କ ବୟସ ପ୍ରାୟ ୧୯ରୁ ୨୨ ବର୍ଷ ମଧ୍ୟରେ।


ଏହି ସଂକ୍ରାନ୍ତରେ ବ୍ରହ୍ମପୁର GRPS କେସ୍ ନମ୍ବର ୧୦୭, ଧାରା 20(b)(ii)(C) NDPS Act ଅନୁଯାୟୀ ମାମଲା ରୁଜୁ କରାଯାଇଛି। ମାମଲାର ତଦନ୍ତ ଭାର GRPS ଥାନାର Sub-Inspector ଶ୍ରୀ ବିଶ୍ୱନାଥ ମଲ୍ଲିକ ନେଇଛନ୍ତି।


ଆବଶ୍ୟକୀୟ ଆଇନଗତ ପ୍ରକ୍ରିୟା ସମ୍ପନ୍ନ ପରେ ଗିରଫ ଅଭିଯୁକ୍ତମାନଙ୍କୁ ମାନ୍ୟବର ଅଦାଲତରେ ହାଜର କରାଯ।ଇଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS