*ଦେବଗଡ଼ ଓ ଛେଣ୍ଡିପଦାରେ ଭୂକମ୍ପ ଝଟକା। ରିକ୍ଟର ସ୍କେଲରେ ତୀବ୍ରତା ୩.୯ ରହିଛି। ରାତି ପ୍ରାୟ ୧୦ଟା ୪୭ରୁ ୧୦ଟା ୪୮ ମିନିଟ ସମୟରେ ଲୋକେ ଭୂକମ୍ପର ଝଟକା ଅନୁଭବ କରିଥିବା ଜଣାପଡ଼ିଛି। ପ୍ରାଥମିକ ସୂଚନା ଅନୁସାରେ, ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୯ ରହିଛି। ଝଟକା ଅନୁଭୂତ ହେବା ପରେ ଛେଣ୍ଡିପଦା ସମେତ ଆଖପାଖ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ତେବେ ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق