BREAKING
Loading...
:

ହୀରାକୁଦ ଖୋଲିଲା ୨୬ ଗେଟ୍, ମହାନଦୀରେ ଛୋଟ ବନ୍ୟା, ଭାସିବ ଏସବୁ ଜିଲ୍ଲା

 ହୀରାକୁଦ ଖୋଲିଲା ୨୬ ଗେଟ୍, ମହାନଦୀରେ ଛୋଟ ବନ୍ୟା, ଭାସିବ ଏସବୁ ଜିଲ୍ଲା



ଦୁଃଖ ଦେଇଗଲା ଗଭୀର ଅବପାତ। ପ୍ରବଳ ବର୍ଷାରେ ଭାସୁଛି ସାରା ଓଡ଼ିଶା । ୪ର୍ଥ ଥର ପାଇଁ ଉଚ୍ଛୁଳୁଛି ନଦୀ । ସାରା ଓଡ଼ିଶା ଏବେ ବନ୍ୟାର ଆଁରେ। ମହାନଦୀରେ ପୁଣିଥାଏ ଏକ ଛୋଟ ବନ୍ୟା ଆସୁଥିବା ନେଇ ଜଳ ସମ୍ପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


ଚଳିତ ବର୍ଷ ମହାନଦୀରେ ଏହା ଚତୁର୍ଥ ବନ୍ୟା ହୋଇଥିବାବେଳେ ସ୍ଥିତିକୁ ଦୃଷ୍ଟିରେ ରଖି ହୀରାକୁଦ ଜଳଭଣ୍ଡାରର ଆଉ ୨ଟି ସୁଇସ୍‌ ଗେଟ୍ ଖୋଲାଯାଇଛି।ଏହାକୁ ମିଶାଇ ବର୍ତ୍ତମାନ ମୋଟ ୨୬ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ଜାରି ରହିଛି।


ମୁଣ୍ଡଳୀରେ ଆଜି ମଧ୍ୟରାତ୍ରିରୁ ସୋମବାର ସକାଳ ୯ଟା ଭିତରେ ପ୍ରାୟ ୮ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବାର ଆକଳନ କରାଯାଉଛି। ଏହା ଏକ ବଡ଼ ବନ୍ୟା ନୁହେଁ, ବରଂ ଏକ ଛୋଟ ଧରଣର ବନ୍ୟା ଅଟେ।


ଏହି ବନ୍ୟା କାରଣରୁ କଟକ, ଖୋର୍ଦ୍ଧା, ପୁରୀ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ଅଧିକ ପ୍ରଭାବିତ ହେବାର ସମ୍ଭାବନା ଅଛି। ବିଶେଷକରି ବାଙ୍କୀ, ବଡ଼ମ୍ବା, ଆଠଗଡ଼, କଣାସ, ନିମାପଡ଼ା, ଗୋପ, ଏରସମା, ବାଲିକୁଦା ଏବଂ ପାଟକୁରା ଭଳି ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଉପୁଜିପାରେ। ଏହି ସ୍ଥିତି ଆଗାମୀ ୨୪ ରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିପାରେ।


ଏପରିସ୍ଥିତିରେ ପ୍ରଶାସନ ଏବଂ ଇଞ୍ଜିନିୟରମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ନାଇଟ୍ ପାଟ୍ରୋଲିଂ ମଧ୍ୟ କରାଯିବ।


ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS