BREAKING
Loading...
:

କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ପରିସରରେ ଗୁରୁ ପୂଜନ ଓ ଶିକ୍ଷକ ସମ୍ମାନ ସମାରୋହ

 କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ପରିସରରେ ଗୁରୁ ପୂଜନ ଓ ଶିକ୍ଷକ ସମ୍ମାନ ସମାରୋହ



ଗଣିଆ (ମଣିଭଦ୍ରା ଖବର) ଗଣିଆ ପିଏମଶ୍ରୀ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ପରିସରରେ ଗୁରୁ ପୂଜନ ଓ ଶିକ୍ଷକ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷୟିତ୍ରୀ ନିହାରବାଳା ରାଉତଙ୍କ ସଭାପତିତ୍ବରେ ଅବସରପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ପଣ୍ଡା, ମଧୁସୂଦନ ରାଉତ, ଭାଗିରଥି ନାୟକ, ସବିତା ସୁନ୍ଦରୀ ସାହୁ, ପବିତ୍ର କୁମାର ବେହେରାଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ । 



ଗଣଶିକ୍ଷା ବିଭାଗ ନିର୍ଦ୍ଦେଶକ୍ରମେ ରାଜ୍ୟର ପ୍ରତ୍ୟେକ ବିଦ୍ୟାଳୟରେ ଅବସରପ୍ରାପ୍ତ ଶିକ୍ଷକ ମାନଙ୍କୁ ଡାକି ସମ୍ବର୍ଦ୍ଧନା ପାଳନ କରାଯିବ । ଏହି ପରୀପ୍ରେକ୍ଷୀରେ ଉପସ୍ଥିତ ଅବସରପ୍ରାପ୍ତ ଶିକ୍ଷକ ମାନେ ଛାତ୍ର ଛାତ୍ରୀ ମାନଙ୍କୁ ଅନେକ ନୀତିବାଣୀ ଶୁଣାଇଥିଲେ । ଛାତ୍ର ଛାତ୍ରୀ ମାନେ ଗୁରୁଙ୍କ କଥା ମାନି ଆଦର୍ଶ ଛାତ୍ର ଛାତ୍ରୀ ହେବାକୁ ଚେଷ୍ଟା କରିବାକୁ ଆହ୍ବାନ କରିଥିଲେ । ଏହି ଅବସରରେ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରାୟ ୩୦ରୁ ଅଧିକ ଶିକ୍ଷକଙ୍କୁ ଛାତ୍ର ଛାତ୍ରୀ ମାନେ ଫୁଲ,ଚନ୍ଦନ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS