BREAKING
Loading...
:

ପୂର୍ବତନ ସେନା ଅଧିକାରୀଙ୍କ ନାଁରେ ପୋଲିସର ମିଥ୍ୟା ମାମଲା , ନ୍ୟାୟ ପାଇଁ ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ

 



ପୂର୍ବତନ ସେନା ଅଧିକାରୀଙ୍କ ନାଁରେ ପୋଲିସର ମିଥ୍ୟା ମାମଲା ,

ନ୍ୟାୟ ପାଇଁ ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ।

କେନ୍ଦ୍ରପଡ଼ା,- : 

ଭାରତୀୟ ସ୍ଥଳସେନାର ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ ରଞ୍ଜନ କୁମାର କର ଯିଏ କି' ୨୦୧୩ ମସିହା ଅକ୍ଟୋବର ମାସରେ ଚାକିରୀରୁ ଅବସର ଗ୍ରହଣ କରିଥିଲେ । ଜୀବନ ବ୍ୟାପି ଭାରତୀୟ ସେନାରେ ନିୟୋଜିତ ରହି ବାହ୍ୟ ଶତ୍ରୁ ମାନଙ୍କ କବଳରୁ ଦେଶ ମାତୃକାକୁ ରକ୍ଷା କରିବା ସହ ଦେଶବାସୀଙ୍କୁ ସୁରକ୍ଷା ଯୋଗାଇ ଆସୁଥିଲେ । ସେନା ଚାକିରୀ ଜୀବନରୁ ନିବୃତ୍ତ ହେବାପରେ ନିଜ ପୈତୃକ ଘର କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ଥାନା ଅନ୍ତର୍ଗତ ବେଲାରପୁର ଗ୍ରାମରେ ରହି ନିଜକୁ ସମାଜସେବା କ୍ଷେତ୍ରରେ ଉତ୍ସର୍ଗ କରିବାକୁ ଚାହିଁଥିଲେ । ସ୍ଥାନୀୟ ଅଞ୍ଚଳର କିଛି ଯୁବକ, ମହିଳା ଓ ବୁଦ୍ଧିଜୀବୀ ମାନଙ୍କୁ ନେଇ "ଗୋପବନ୍ଧୁ ସ୍ୱେଚ୍ଛାସେବୀ ସଙ୍ଗଠନ" ନାମକ ଏକ ଅନୁଷ୍ଠାନ ଗଠନ କରି ଜିଲ୍ଲାର ବିଭିନ୍ନ ସାମାଜିକ କଲ୍ୟାଣ ନିମନ୍ତେ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ସଙ୍ଗଠନ ପକ୍ଷରୁ ନିଶାମୁକ୍ତ ଓଡ଼ିଶା, ପ୍ରଦୂଷଣମୁକ୍ତ ବାତାବରଣ, ଜଳଛତ୍ର, ବୃକ୍ଷ ରୋପଣ, ଜୀବଜନ୍ତୁ ଏବଂ ଗୋମାତା ସୁରକ୍ଷା ପରି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରିଥିଲେ । ଏହାସହିତ ଏକ ଦୁର୍ନୀତି ଭ୍ରଷ୍ଟାଚାର ମୁକ୍ତ ସମାଜ ଗଠନ ଦିଗରେ ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ବାସ୍ତବ କ୍ଷେତ୍ରରେ କିନ୍ତୁ ଏଥିପାଇଁ ତାଙ୍କୁ ଅନେକ ଷଡ଼ଯନ୍ତ୍ରର ଶିକାର ହେବାକୁ ପଡ଼ିଲା । ସ୍ଥାନୀୟ ଅଞ୍ଚଳର କିଛି ମୁଷ୍ଟିମେୟ ରାଜନୈତିକ ଲୋକଙ୍କ ଆକ୍ରୋଶର ସମ୍ମୁଖୀନ ହେବାକୁ ପଡ଼ିଲା । ତାଙ୍କର ଲୋକପ୍ରିୟତାକୁ ଦେଖି ସେହି ଷଡଯନ୍ତ୍ରକାରୀ ମାନେ ଈର୍ଷାନ୍ୱିତ ହୋଇ ତାଙ୍କ ନାଁରେ ମିଥ୍ୟା ମକଦ୍ଦମା କରି ଫସେଇବାକୁ ଯୋଜନା କଲେ । ୧୫ ଜାନୁଆରୀ ୨୦୨୩ ମସିହାରେ ତାଙ୍କ ନାମରେ ଡେରାବିଶ ଥାନାରେ ମିଥ୍ୟା ଅଭିଯୋଗ କରାଗଲା ଏପରିକି ୪ ମାସ ମଧ୍ୟରେ ପାଞ୍ଚ ଥର ବିଭିନ୍ନ ପ୍ରକାର ମିଥ୍ୟା ଅଭିଯୋଗ ରୁଜୁ କରାଗଲା । ଆହୁରି ମଧ୍ୟ ତତ୍କାଳୀନ ଥାନା ଅଧିକାରୀ (ଆଇଆଇସି) ଜ୍ୟୋର୍ତିମୟୀ ସେଠୀଙ୍କ ଜୁଲମ୍ ର ଶିକାର ହେବାକୁ ପଡ଼ିଲା । ଦୁଃଖର ବିଷୟ ତାଙ୍କ ତରଫରୁ ଦିଆଯାଇଥିବା କୌଣସି ଅଭିଯୋଗକୁ ତତ୍କାଳୀନ ଥାନା ଅଧିକାରୀ ଗ୍ରହଣ କଲେ ନାହିଁ । ଘରେ ରହୁଥିବା ତାଙ୍କର ୮୦ ବର୍ଷୀୟ ବୃଦ୍ଧ ବାପା ଓ ନାବାଳକ ପୁଅ ନାଁରେ ମଧ୍ୟ ଧର୍ଷଣ-ଧାରା-୩୭୬, ଜୀବନରେ ମାରିଦେବା ଉଦ୍ଦେଶ୍ୟରେ-ଧାରା-୩୦୭, ଜାତିଗତ ଆକ୍ଷେପ ଭଳି ବିଭିନ୍ନ ସଙ୍ଗିନ୍ ଦଫାରେ ଏକାଧିକ ମାମଲା ରୁଜୁ କରାଗଲା । ରାଜନୈତିକ କୁଚକ୍ରୀଙ୍କ ନିର୍ଦ୍ଦେଶରେ ଆଇଆଇସି ଜ୍ୟୋର୍ତିମୟୀ ସେତେବେଳେ ଭୁଲିଗଲେ ଜଣେ ସେନା ଅଧିକାରୀଙ୍କ ପ୍ରତି ଥିବା ତାଙ୍କର କର୍ତ୍ତବ୍ୟ । ଏପରି ପ୍ରତିକୂଳ ପରିସ୍ଥିତିରେ ବାଧ୍ୟ ହୋଇ ସେ ପରିବାର ସହ ନିଜ ଗାଁ ଭିଟା ମାଟିକୁ ଛାଡିବାକୁ ପଡ଼ିଲା । ଏହାପରେ ଉଚ୍ଚ ନ୍ୟାୟାଳୟଙ୍କ ସମେତ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହୋଇ ନ୍ୟାୟ ପାଇଁ ଲଢ଼େଇ ଜାରି ରଖିଛନ୍ତି । କେନ୍ଦ୍ରପଡ଼ା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହିତ ଡେରାବିଶ ଥାନା ଅଧିକାରୀଙ୍କୁ ଉଚ୍ଚ ନ୍ୟାୟାଳୟ ଏବଂ ରାଜ୍ୟ ମାନବାଧିକାର କମିଶନଙ୍କ ପକ୍ଷରୁ ବ୍ୟକ୍ତିଗତ ଭାବେ ହାଜର ହୋଇ ପକ୍ଷ ରଖିବାକୁ ବାରମ୍ବାର ନୋଟିସ୍ ଜାରି କରାଯାଇଛି । ଅପରପକ୍ଷେ ନ୍ୟାୟାଳୟଙ୍କ ଆଦେଶ ଅନୁସାରେ ସମସ୍ତ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଆରୋପି ମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଏସପି କେନ୍ଦ୍ରାପଡା ଏବଂ ଡେରାବିଶ ଆଇଆଇସି ତରଫରୁ ମାମଲା ଗୁଡ଼ିକୁ ରଫାଦଫା କରିବା ଲାଗି ପୀଡ଼ିତ ସୈନିକ ଓ ତାଙ୍କ ପରିବାର ଉପରେ ଚାପ ପକାଉଛନ୍ତି ବୋଲି ନିଜେ ରଞ୍ଜନ କର କୋର୍ଟରେ ଅଭିଯୋଗ କରିଛନ୍ତି । ଦେଖିବାକୁ ବାକି ରହିଛି ପୀଡ଼ିତ ସୈନିକ ପରିବାରକୁ କେବେ ମିଳୁଛି ନ୍ୟାୟ ?

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS