ଡାକ୍ତରଙ୍କ ପରଲୋକରେ ସାହିତ୍ୟ ସମାଜର ଶୋକସଭା
ଆଠଗଡ, ଆଠଗଡ ଅଞ୍ଚଳର ଜଣାଶୁଣା ଡାକ୍ତର ଲଷ୍ମୀପ୍ରସାଦ ମହାପାତ୍ର ଙ୍କ ପରଲୋକରେ ଆଠଗଡ ସାହିତ୍ୟ ସମାଜ ତରଫରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି | ସାହିତ୍ୟ ସମାଜ ଉପଦେଷ୍ଟା ପ୍ରାଣକୃଷ୍ଣ ଦାଶଙ୍କ ବାସଭବନରେ ଅନୁଷ୍ଠିତ ଏହି ଶୋକସଭା ରେ ସଭାପତି ସୁରେଶ ଚନ୍ଦ୍ର ପରିଡାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ଶୋକସଭା ରେ ସମ୍ପାଦକ ଲଲାଟେନ୍ଦୁ ସେନାପତି, ଉପସଭାପତି ବିଷ୍ଣୁପ୍ରସାଦ ସାହୁ, ସଭ୍ୟ ତ୍ରିଲୋଚନ ବେହେରା, ଅଶୋକ ଦାଶ, ପ୍ରମୋଦ ବିଶୋଇ, ଗଣେଶ ପ୍ରସାଦ ରାଉତ, ବିଷ୍ଣୁ ପ୍ରସାଦ ଦାସ, ସୁବାସଚନ୍ଦ୍ର ରାଉତ, ଦୀପାଳି ଦାଶ ପ୍ରମୁଖ ଡାକ୍ତର ଲଷ୍ମୀପ୍ରସାଦ ମହାପାତ୍ରଙ୍କ ସମ୍ପର୍କରେ ଆଲୋକପାତ କରିଥିଲେ | ସ୍ବର୍ଗତ ମହାପାତ୍ର ଙ୍କ ପାଇଁ ଆଠଗଡ ସାହିତ୍ୟ ସମାଜ ତରଫରୁ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା |
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق