BREAKING
Loading...
:

ସାପ କାମୁଡ଼ାରେ ନାବାଳିକାଙ୍କ ମୃତ୍ୟୁ, ପୋଲିସ ଭୂମିକାକୁ ନେଇ ପ୍ରଶ୍ନ ।

 ସାପ କାମୁଡ଼ାରେ ନାବାଳିକାଙ୍କ ମୃତ୍ୟୁ, ପୋଲିସ ଭୂମିକାକୁ ନେଇ ପ୍ରଶ୍ନ ।




କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ବାର୍ଷିକୋନା ଗ୍ରାମର ଜଣେ ୧୬ ବର୍ଷୀୟା ନାବାଳିକା ସାପ କାମୁଡ଼ାରେ ପ୍ରାଣ ହରାଇଛନ୍ତି। ହେଲେ ମୃତ୍ୟୁ ପରେ ଶବ ବ୍ୟବଚ୍ଛେଦକୁ ନେଇ ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟପ୍ରଣାଳୀ ଉପରେ ଗୁରୁତର ପ୍ରଶ୍ନ ଉଠିଛି।

ପରିବାରର ଅଭିଯୋଗ ଅନୁସାରେ, ଶବ ବ୍ୟବଚ୍ଛେଦ ପାଇଁ ମୃତଦେହକୁ କଲମପୁର, ଥୁଆମୂଳ ରାମପୁର ଓ ଜୟପାଟଣା ମଧ୍ୟରେ ବାରମ୍ବାର ସ୍ଥାନାନ୍ତର କରାଯାଇଥିଲା। ଫଳରେ ଜଣେ ଅସହାୟ ବାପାଙ୍କୁ ପ୍ରାୟ ୩୬ ଘଣ୍ଟା ଧରି ମୃତ ଝିଅର ଶବ ସହ ମେଡିକାଲରୁ ମେଡିକାଲ ଘୁରିବାକୁ ପଡ଼ିଥିଲା। ଏହି ଘଟଣାକୁ ନେଇ ପୋଲିସର ଦାୟିତ୍ୱବୋଧ ଉପରେ ପ୍ରଶ୍ନ ଉଠିଥିବା ବେଳେ, ଘଟଣାର ନିରପେକ୍ଷ ତଦନ୍ତ ଓ ଦାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ଲୋକ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS