'ଫୁଲ୍ ଔର୍ କାଣ୍ଟେ'ର ନିର୍ଦ୍ଦେଶକ କୁକୁ କୋହଲିଙ୍କ ପରଲୋକ, ମୁମ୍ବାଇର ଘରୋଇ ହସ୍ପିଟାଲରେ ହେଉଥିଲେ ଚିକିତ୍ସିତ*
୧୯୯୧ ମସିହାରେ ଆସିଥିବା ସୁପରହିଟ୍ ଫିଲ୍ମ 'ଫୁଲ୍ ଔର୍ କାଣ୍ଟେ'ର ନିର୍ଦ୍ଦେଶକ କୁକୁ କୋହଲି ଆଉ ନାହାନ୍ତି। ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି। କୁକୁ କୋହଲିଙ୍କ ଫିଲ୍ମ 'ଫୁଲ୍ ଔର୍ କାଣ୍ଟେ' ମାଧ୍ୟମରେ ଅଜୟ ଦେବଗନ ବଲିଉଡରେ ଡେବ୍ୟୁ କରି ଥିଲେ।
-
ମୁମ୍ୱାଇ : ୧୯୯୧ ମସିହାରେ ଆସିଥିବା ସୁପରହିଟ୍ ଫିଲ୍ମ 'ଫୁଲ୍ ଔର୍ କାଣ୍ଟେ'ର ନିର୍ଦ୍ଦେଶକ କୁକୁ କୋହଲି ଆଉ ନାହାନ୍ତି। ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି। କୁକୁ କୋହଲିଙ୍କ ଫିଲ୍ମ 'ଫୁଲ୍ ଔର୍ କାଣ୍ଟେ' ମାଧ୍ୟମରେ ଅଜୟ ଦେବଗନ ବଲିଉଡରେ ଡେବ୍ୟୁ କରି ଥିଲେ। ଉକ୍ତ ଫିଲ୍ମରେ ହିଁ ଅଜୟ ଦେବଗନ ପ୍ରଥମ ଥର ଦୁଇଟି ବାଇକ୍ ଉପରେ ଗୋଡ଼ ରଖି ଏକ ସ୍ୱତନ୍ତ୍ର ଅବତାରରେ ଏଣ୍ଟ୍ରି କରିବା ନଜର ଆସିଥିଲେ। କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଏକ ସଫଳ ଷ୍ଟେଣ୍ଟ୍ ପ୍ରକ୍ରିୟାର ଗୋଟିଏ ଦିନ ପରେ, ହଠାତ୍ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି।
ଫିଲ୍ମ ନିର୍ମାତା ଅଶୋକ ପଣ୍ଡିତ ଏକ ପୋଷ୍ଟ ସେୟାର୍ କରି କୁକୁ କୋହଲିଙ୍କ ଦେହାନ୍ତ ବିଷୟରେ ସୂଚନା ଦେଇଛନ୍ତି। ଭାରତୀୟ ସିନେମାରେ କୁକୁ କୋହଲିଙ୍କ ଯାତ୍ରା କଥା ଯଦି କହିବା ତ , ସେ 'ଫୁଲ୍ ଔର୍ କାଣ୍ଟେ' ବ୍ୟତୀତ 'କୋହରାମ' (୧୯୯୧), 'ସୁହାଗ' (୧୯୯୪), 'ହକିକତ୍' (୧୯୯୫) ଏବଂ 'ଅନାଡ଼ି ନମ୍ବର ୱାନ୍' (୧୯୯୯) ଭଳି ଚର୍ଚ୍ଚିତ ଫିଲ୍ମ ହିନ୍ଦୀ ଫିଲ୍ମ ଦେଇ ଥିଲେ। ସେ ୨୦୦୪ ମସିହାରେ 'ୱୋ ତେରା ନାମ୍ ଥା' ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ, ଯାହା ତାଙ୍କ କ୍ୟାରିୟରର ଶେଷ ଫିଲ୍ମ ଥିଲା। ଏହା ପରେ ସେ ଫିଲ୍ମ ମେକିଂରୁ ଦୂରେଇ ଯାଇଥିଲେ। ତାଙ୍କର ଚାଲି ଯିବା ଭାରତୀୟ ସିନେମା ପାଇଁ ଏକ ବଡ଼ କ୍ଷତି।
କୁକୁ କୋହଲିଙ୍କୁ ବଲିଉଡରେ ଅଜୟ ଦେବଗନଙ୍କ ଗଡଫାଦର କୁହାଯାଏ। କୁକୁ କୋହଲିଙ୍କର ପ୍ରକୃତ ନାଁ ଅବତାର କୋହଲୀ ଥିଲା ଏବଂ ତାଙ୍କର ଜନ୍ମ ୪ ଜୁନ ୧୯୪୯ରେ ପେଶାବରରେ ହୋଇ ଥିଲା। ପରେ ସେ ମୁମ୍ୱାଇ ଆସି ଫିଲ୍ମ ଦୁନିଆରେ ପାଦ ରଖିଥିଲେ। ସିନେମା ଜଗତରେ ସେ ମହାନ ଫିଲ୍ମ ନିର୍ମାତା ରାଜ କପୁରଙ୍କ ସହ ଆସିଷ୍ଟାଣ୍ଟ ଭାବେ କାମ ଆରମ୍ଭ କରି ଥିଲେ। ସେ 'ବବି', 'ସତ୍ୟମ୍ ଶିବମ୍ ସୁନ୍ଦରମ୍' ଏବଂ 'ପ୍ରେମ ରୋଗ' ଭଳି କ୍ଲାସିକ୍ ଫିଲ୍ମ ଗୁଡ଼ିକରେ ରାଜ କପୁରଙ୍କ ସହ କାମ କରି ନିଜର ନିର୍ଦ୍ଦେଶନା ଦକ୍ଷତାକୁ ଚମକାଇ ଥିଲେ।
କୁକୁ କୋହଲି ୧୯୯୦ ମସିହାରେ ଅଭିନେତ୍ରୀ ଅରୁଣା ଇରାନୀଙ୍କୁ ବିବାହ କରିଥିଲେ। ଏହା ତାଙ୍କର ଦ୍ୱିତୀୟ ବିବାହ ଥିଲା। ତାଙ୍କର ପ୍ରଥମ ପତ୍ନୀ ଥିଲେ ରୀତା କୋହଲି। ଆଶ୍ଚର୍ଯ୍ୟର କଥା ହେଉଛି, ବିବାହ ସମୟରେ ଅରୁଣା ଇରାନୀ ଜାଣି ନଥିଲେ ଯେ, କୁକୁ କୋହଲି ପୂର୍ବରୁ ବିବାହିତ ଏବଂ ତାଙ୍କର ସନ୍ତାନ ମଧ୍ୟ ଅଛନ୍ତି। ପରେ ଦୁହେଁ ବୁଝାମଣା ସହ ଏହି ସମ୍ପର୍କକୁ ଆଗକୁ ନେଇଥିଲେ। କୁକୁ କୋହଲିଙ୍କ ପ୍ରଥମ ବିବାହରୁ ଦୁଇଟି ଝିଅ ଅଛନ୍ତି । ପ୍ରଥମ ଝିଅ ପୂଜା କୋହଲି, ଯିଏ ଜଣେ ପ୍ରଡ୍ୟୁସର ଏବଂ ଦ୍ୱିତୀୟ ଝିଅ କରିଶ୍ମା କୋହଲି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق