BREAKING
Loading...
:

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର,

 ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର,  



ଲାଞ୍ଜିଗଡ,-:  ଲାଞ୍ଜିଗଡ ବ୍ଲକ ଛତ୍ରପୁର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗାଁ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି I ମୃତ ଯୁବକ ଜଣକ ବିଜେପୁର ଗ୍ରାମର ରଥ ଦଳେଇ (୪୬) ଅଟେ I ସୂଚନାନୁସାରେ ରଥ ଘର ବିଜେପୁର ଗାଁରେ ଅଟେ ଏବଂ ସେ ଦୀର୍ଘ ଦଶବର୍ଷ ହେବ ରଘୁନାଥପୁର ଗାଁରେ ଶଶୁର ଘର ନିକଟରେ ପରିବାର ସହିତ ରହୁଥିଲେ ଏବଂ ରାଜମିସ୍ତ୍ରୀ କାମ କରି ପରିବାର ପ୍ରତିପୋଷଣ କରୁଥିଲେ I ଗତ ରାତିରେ ରଥ ଘରୁ ବାହାରି ପୋଖରୀକୁ ଯାଇଥିଲେ ଏବଂ ଘରକୁ ଫେରିନଥିଲେ I ତା ପରଦିନ ସକାଳୁ ସେହି ଗ୍ରାମର ଜଣେ ଲୋକ ପୋଖରୀକୁ ଗାଧୋଇବାକୁ ଯିବା ସମୟରେ ପୋଖରୀରେ ଏକ ମୃତ ଦେହ ଭାସୁଥିବା ଦେଖିଥିଲେ ଏବଂ ଗାଁ ଭିତରକୁ ଯାଇ ଗାଁ ଲୋକଙ୍କୁ ଜଣାଇଥିଲେ I ଗାଁ ଲୋକେ ପୋଖରୀକୁ ଯାଇ ଭାସୁଥିବା ଅବସ୍ଥାରେ ଶବ ଦେଖିବା ପରେ ରଥ ଦଳେଇ ବୋଲି ଜାଣିବା ପରେ ଲାଞ୍ଜିଗଡ ପୋଲିସକୁ ଏବଂ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ I ଖବର ପାଇ ଲାଞ୍ଜିଗଡ ଥାନାଧିକାରୀ ଯଶବନ୍ତ ହିଆଲଙ୍କ ନେତୃତ୍ୱରେ ଏ.ଏସ.ଆଇ ମୋହନ କୁମାର ପରଜା ଓ ପୋଲିସ ବଳ ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ବେଳେ ଲାଞ୍ଜିଗଡ ଅଗ୍ନିଶମ ବିଭାଗ ଦଳ ମଧ୍ୟ ସେଠାରେ ପହଞ୍ଚିଥିଲେ ଏବଂ ବିଜେପୁରରୁ ପରିବାର ଲୋକେ ମଧ୍ୟ ଆସି ପହଞ୍ଚିଥିଲେ I ଅଗ୍ନିଶମ ବିଭାଗ ଦ୍ୱାରା ପୋଖରୀରେ ଭାସୁଥିବା ଶବକୁ ପାଣିରୁ ବାହାରକରି କୂଳକୁ ଆଣିଥିଲେ I ଲାଞ୍ଜିଗଡ ପୋଲିସ ତଦନ୍ତ କରି ଶବ ଜବତ କରିବା ସହିତ ବ୍ୟବଛେଦ ପାଇଁ ଲାଞ୍ଜିଗଡ ପଠାଇଥିଲେ I ଏ ନେଇ ଲାଞ୍ଜିଗଡ ଥାନା କେଶ ନଂ ୨/୨୬ ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଶବ ବ୍ୟବଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି I ପରିବାର ଲୋକେ ଶବ ଗ୍ରହଣ କରି ବିଜେପୁର ଗାଁକୁ ନେଇଥିଲେ ଏବଂ ନେଇ ଗାଁ ଶୋକାକୁଳ ପରିବେଶରେ ଗାଁ ସ୍ମଶାନରେ ଦାହ କରିଥିଲେ I ପରିବାରର ଜଣେ ରୋଜଗାରିଆ ମୁରବୀଙ୍କ ଦେହାନ୍ତ ହୋଇଥିବା ବେଳେ ପୁଅ ଦଶମ ଶ୍ରେଣୀରେ ପଢୁଛି ଏବଂ ପରିବାର ବେସାହାରା ହୋଇଯାଇଥିବା ବେଳେ ମା ଓ ପୁଅ ଓ ପରିବାର ଲୋକେ ଦୁଃଖରେ ଭାଙ୍ଗିପଡିଛନ୍ତି I

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS