BREAKING
Loading...
:

ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘ (ଓଷ୍ଠା ) କାଶୀପୁର ପକ୍ଷରୁ ଧାରଣା ଓ ବିଡ଼ିଓ ଙ୍କୁ ଦାବୀପତ୍ର ପ୍ରଦାନ

 ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘ (ଓଷ୍ଠା ) କାଶୀପୁର ପକ୍ଷରୁ ଧାରଣା ଓ ବିଡ଼ିଓ ଙ୍କୁ ଦାବୀପତ୍ର ପ୍ରଦାନ l 

,,,,,,,,,,,,,,,,,,,,,,,,,,,,,,,,,,,,,,,,,,




 ରାୟଗଡା ଜିଲ୍ଲା କାଶୀପୁର। ଓଡିଶା ସ୍କୁଲ କଲେଜ ଓ କର୍ମଚାରୀ ସମନ୍ୱୟ ସମିତି( ଓଷ୍ଠା )କାଶୀପୁର ପକ୍ଷରୁ  କାଶୀପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଶମ୍ବୁଖରେ ଧାରଣା ଓ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା। ଦୀର୍ଘ ଦିନ ଧରି ବିଭିନ୍ନ ଦାବିକୁ ନେଇଁ ସରକାରଙ୍କ ଠାରେ ଉପସ୍ଥାପନା କରାଯାଉଥିଲେ ସୁଧା ରାଜ୍ୟ ଶିକ୍ଷକଙ୍କ ଦାବୀ ପ୍ରତି ସରକାର ଅଣଦେଖା କରୁଥିବା ହେତୁ ରାଜ୍ୟ ବ୍ୟାପୀ ଆନ୍ଦୋଳନ ର ଚେତାବନୀ ଦେଇଛି ଓଷ୍ଠା।

ପ୍ରସଙ୍ଗ ହେଲା ୧୯୯୪ ମସିହା ଠାରୁ ବ୍ଲକ ଗ୍ରାଣ୍ଟ ଭୋଳି କ୍ଵଚିତ ପ୍ରଥା ପୂର୍ବ ସରକାରଙ୍କ କାର୍ଯ୍ୟକାଳ ରେ ପ୍ରଚଳନ କରାଯାଇଥିଲା ହେଲେ ବର୍ତମାନ ର ସରକାର ଏକ କମିଟି କରି ଏହାର ୬ ମାସ ପୂର୍ବରୁ ତର୍ଜମା କରିଥିଲେ। ଏବଂ ଏହାର ରିପିଟ ସରକାର ଙ୍କୁ ଉକ୍ତ କମିଟି ପ୍ରଦାନ କରିସାରିଛି। କିନ୍ତୁ ସରକାରଙ୍କ ଟାଳଟୁଳ ନୀତିଯାଗୁଁ ଏହି କମିଟି କୁ ଅଧିକ ୬ ମାସ ଅବଧି ବୃଦ୍ଧି କରିଛନ୍ତି। ଏଣୁ ଓଷ୍ଠା ପକ୍ଷରୁ ସମସ୍ତ ଯୋଗ୍ୟ ବିବେଚିତ ବିଦ୍ୟାଳୟ ଓ ମହାବିଦ୍ୟାଳୟ କୁ ଅନୁଦାନ ଦେବା, ପୁରୁଣା ପେନସନ ସୁବିଧା ଦେବା , ଅବସରକାଳୀନ ସମସ୍ତ ସୁବିଧା ଏବଂ ଚାକିରୀ ସର୍ତ୍ତାବଳି ଭୋଳି ଦାବୀ ତୁରନ୍ତ ପୂରଣ କରିବା ପାଇଁ ସରକାରଙ୍କ ଠାରେ ଗୁହାରୀ କରି ଆସିଛି। ବର୍ତମାନ ର ସରକାର ଏଥିପ୍ରତି ଅହେତୁକ ବିଳମ୍ବ ଓ ଧ୍ୟାନ କେନ୍ଦ୍ର ନ କରିବା ହେତୁ 

ଏହାର  ପ୍ରତିବାଦରେ ଅଗଷ୍ଟ ୧୬ / ୮/୨୬  ତାରିଖ ଠାରୁ ଅଧିରାତ୍ର ଧାରଣା ଭୁବନେଶ୍ୱର PMG ଠାରେ ଓଷ୍ଠା ର ସମସ୍ତ କର୍ମଚାରୀ ଧାରଣା ଦେବାକୁ ଯାଉଛନ୍ତି। 

ଏହାର ପ୍ରତିବାଦ ରେ  ସାମନାଥ ଗଣ୍ଠିଆ, ମାନସ ମାନଶରଞ୍ଜନ ମହାନ୍ତି, ପ୍ରଶାନ୍ତ କୁମାର ରାଉତ, ବଟକୃଷ୍ଣ ରାଉତ ଓ ରଞ୍ଜିତ ଗଉଡ଼ ପରି ଅନେକ ଶିକ୍ଷକଙ୍କ ଉପସ୍ଥିତ ରେ ମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ, ଗଣଶିକ୍ଷା ଓ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଉଦେଶ୍ୟରେ BDO କାଶୀପୁରଙ୍କ ମାଧ୍ୟମରେ ଏକ ଦାବୀ ପତ୍ର ପ୍ରଦାନ କରାଗଲା।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS