BREAKING
Loading...
:

ହାଉସ କିପିଙ୍ଗ୍ ଫେଡେରେସନ୍ ବ୍ରହ୍ମପୁର ଜୋନର ସାଧାରଣ ପରିଷଦ ବୈଠକ

 



ହାଉସ କିପିଙ୍ଗ୍ ଫେଡେରେସନ୍ ବ୍ରହ୍ମପୁର ଜୋନର ସାଧାରଣ ପରିଷଦ ବୈଠକ

ବ୍ରହ୍ମପୁର,- : ସ୍ଥାନୀୟ ନବୀନ ଭବନ ପରିସରର ହାଉସ କିପିଙ୍ଗ୍ ଫେଡ଼େରେସନ ବ୍ରହ୍ମପୁର ଜୋନର ସାଧାରଣ ପରିଷଦ ବୈଠକ  ହିନ୍ଦ୍ ମଜଦୁର ସଭାର ରାଜ୍ୟ ଉପସଭାପତି ତଥା ଶ୍ରମିକ ନେତା ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଅସନ୍ତୁଲୁ ସେଠୀ ଅତିଥି ଭାବେ ଯୋଗଦେଇ କର୍ମଚାରୀମାନଙ୍କ ଏକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସଂଗଠନର ସଭାପତି ସନ୍ତୋଷ କୁମାର ସାହୁ ବିଗତ ଦିନ ମାନଙ୍କର ବିଭିନ୍ନ ଦାବିଗୁଡ଼ିକ ସମ୍ପର୍କରେ ଆଲୋକପାତ କରିଥିଲେ । ବୈଠକରେ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ସମାଧାନ ନେଇ    ଆଲୋଚନା କରାଯିବା ସହ ୟୁନିୟନ ଗଠନ ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା । ସଂଗଠନକୁ କ୍ରିୟାଶୀଳ କରାଯିବା ପାଇଁ କାର୍ଯ୍ୟକାରୀ ସଭାପତି ଭାବେ ହିମାଂଶୁ ଶେଖର ପଲାଇଙ୍କୁ ମନୋନୀତ କରାଯାଇଥିଲା । ସେହିପରି କୋଷାଧ୍ୟକ୍ଷ ଭାବେ ପ୍ରସନ୍ନ ମହାନ୍ତିଙ୍କ ସମେତ ଅନ୍ୟ ସାତ ଜଣଙ୍କୁ କାର୍ଯ୍ୟକାରୀ ସଦସ୍ୟ ମନୋନୀତ କରାଯାଇଥିଲା । ଏହି ଅବସରରେ ମୁଖ୍ୟତଃ କର୍ମଚାରୀମାନଙ୍କୁ ମାସିକ ପ୍ରାପ୍ୟ ସର୍ବନିମ୍ନ ତିରିଶି ହଜାର ଟଙ୍କା ଦିଆଯିବା, ହାଉସକିପିଙ୍ଗ କର୍ମଚାରୀଙ୍କୁ ଅନ୍ୟ କାର୍ଯ୍ୟରେ ନିୟୋଜିତ କରାନଯିବା, କର୍ମଚାରୀମାନଙ୍କୁ ପ୍ରତ୍ୟେକ ମାସର ପ୍ରଥମ ସପ୍ତାହ ମଧ୍ୟରେ ଦରମା ପ୍ରଦାନ କରାଯିବା, ସମାନ କାମକୁ ସମାନ ଦରମା ପ୍ରଦାନ କରାଯିବା, କର୍ମଚାରୀଙ୍କୁ ମୂଳ କାର୍ଯ୍ୟ ପରିବର୍ତ୍ତେ ଅନ୍ୟାନ୍ୟ କାର୍ଯ୍ୟରେ ନିୟୋଜନ କରାଯାଉଥିବାରୁ ଏଥିପାଇଁ ଅଧିକ ପ୍ରାପ୍ୟ ବ୍ୟବସ୍ଥା କରାଯିବା, କର୍ମଚାରୀମାନଙ୍କ ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି ଲାଗୁ କରାଯିବା ଏବଂ ସମସ୍ତ ସ୍ବଳ୍ପ ବେତନ ଭୋଗୀ କର୍ମଚାରୀଙ୍କ କ୍ଷେତ୍ରରେ ବଦଳି ନୀତି ଲାଗୁ କରାନଯିବା ଇତ୍ୟାଦି ଦାବି ଉପସ୍ଥାପନ କରାଯାଇଥିଲା । ସଂଗଠନର ଉପଦେଷ୍ଟା ଭାବେ ବରିଷ୍ଠ ସାମ୍ବାଦିକ ରବି ରଥ ଓ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଅସନ୍ତୁଲୁ ସେଠୀଙ୍କୁ ମନୋନୀତ କରାଯାଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ସମ୍ପାଦକ ନାରାୟଣ ମହାରଣା, କୋଷାଧ୍ୟକ୍ଷ ପ୍ରସନ୍ନ ମହାନ୍ତିଙ୍କ ସମେତ ଗଣେଶ ପାତ୍ର, ଶରତ ଚନ୍ଦ୍ର ମହାପାତ୍ର, ବିପିନ ବରାଳ, ଧୋବା ଗୌଡ଼, ଶ୍ରୀନିବାସ ରେଡ଼ି, ପିଙ୍କି ସିଂଙ୍କ ସମେତ ବହୁ କର୍ମଚାରୀ ଯୋଗଦେଇ ଆଲୋଚନାରେ ଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS