BREAKING
Loading...
:

ପୁଣି ଲାଞ୍ଜିଗଡ ଦୁର୍ଗମ ଅଞ୍ଚଳ ର ବେନଗାଁ ପଂଚାୟତ ର ଅନେକ ଗ୍ରାମରେ ଜଙ୍ଗଲୀ ହାତୀଙ୍କ ଉପଦ୍ରଵ !

 ପୁଣି ଲାଞ୍ଜିଗଡ ଦୁର୍ଗମ ଅଞ୍ଚଳ ର ବେନଗାଁ ପଂଚାୟତ ର ଅନେକ  ଗ୍ରାମରେ ଜଙ୍ଗଲୀ ହାତୀଙ୍କ ଉପଦ୍ରଵ   !



ଲାଞ୍ଜିଗଡ , କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ,ମୁସାନାଲ, ବିଜେପୁର ବିଟ ଅଞ୍ଚଳରେ  ବର୍ଷ ସାରା ଜଙ୍ଗଲୀ ହାତୀ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି। ଦିନକୁ ଦିନ ଜଙ୍ଗଲୀ ହାତୀପଲ ଗାଁ ମୁହାଁ ହୋଇ  ଫସଲ ନଷ୍ଟ କରିବା ସହ ଅନେକ ଲୋକଙ୍କ ଘରଦ୍ୱାର ଭଙ୍ଗାରୁଜା କରୁଛନ୍ତି ହାତୀପଲ  l ଏହି ଭଲି ଏକ ଅଭାବନୀୟ ଘଟଣା ଘଟିଛି ବିଜେପୁର ଓ ମୁସାନାଳ ସେକ୍ସନ ବେନଗାଁ ପଞ୍ଚାୟତ ଅନ୍ତର୍ଗତ ଘୋଡ଼ାପୋଖରୀ ଓ ପଦ୍ମଥୋପା ଗାଁ ରେଦେଖିବାକୁ ମିଳିଛି । ସୂଚନା ମତେ ବେନଗାଁ ପଞ୍ଚାୟତ ଅନ୍ତର୍ଗତ ପଦ୍ମଥୋପା  ଗାଁର ରାଜୁ କାଣ୍ଡ, କପୁର ହରିଜନ ଙ୍କ ଘର ଭାଙ୍ଗିଛୀନ ଛତର କରିଦେଇ ଥିବା ବେଳେ ଘୋଡାପୋଖରୀ ଗ୍ରାମର ବିଦ୍ୟାଳୟ ର ପାଚିରିଓ ଫାଟକ ଭାଙ୍ଗି ସହ ଗୋପୀ ବେନାଳ ଙ୍କ କୁକୁଡ଼ା ଫାର୍ମ ଭାଙ୍ଗି ଛନ୍ତି !ହେଲେ ମଙ୍ଗଳ ବାର ବିଳମ୍ବିତ ରାତିରେ ଦାନ୍ତା ହାତୀ ପଲ ରାହୁଳ ଝିମରେଇ ଜଙ୍ଗଳରୁ ଗାଁ ମୁହାଁ ହୋଇ  ଏହି ଭଳି ବର୍ବରତା କାଣ୍ଡ ଘଟାଇ ଥିଲେ l ଗର୍ଜନ ଶୁଣି  ପରିବାର ଲୋକେ ଜୀବନ ବଞ୍ଚାଇ ବା ବିକଳରେ ଘର ଛାଡି ନିକଟସ୍ଥ ପୋଡ଼ସୀ ଘରେ କୁ ପଳାଇବାରୁ ଅଳ୍ପକେ  ବର୍ତ୍ତୀ ଯାଇଥିଲେ ହେଲେ ସକାଳୁ ଘରକୁ ଆସିକି ଦେଖିଲା ବେଳକୁ ଏପଟେ ସର୍ବସ୍ୱାନ୍ତ  ଭାଙ୍ଗିବା ସହିତ ଧାନ,ଚାଉଳ, ମାଣ୍ଡିଆ, ବିରି ଓ ଆସବା ପତ୍ରକୁ ମାଡି ଚକଟି ଦେଇଥିବା ଦେଖିବାକୁ ମିଳିଛି l ବର୍ତମାନ ହାତୀପଲ ଗାଁ ନିକଟରେ ଥିବା ପଦ୍ମଥୋପା ଗ୍ରାମ ନିକଟରେ ଏକ ପାହାଡ଼ରେ ରହିଥିବା ବେଳେ ଲୋକେ  ବେନଗାଁ ଠାରୁ ଲାଞ୍ଜିଗଡ ଦେଇ ସେହି ରାସ୍ତାରେ ଯାତାୟାତ ପାଇଁ ଭୟଭୀତ ହୋଇପଡିଛନ୍ତି l   ତେବେ ଉକ୍ତ ଅଞ୍ଚଳରେ ଏହି ଭଲି ଘଟଣା ବାରମ୍ବାର ଘଟୁଥିବା ବେଳେ କ୍ଷତିଗ୍ରସ୍ତ ପରି ବାର କୁ ସରକାର ପକ୍ଷରୁ କ୍ଷତିପୂରଣ ଦେବାକୁ ଦୁଇ ପରିବାର ଆକୁଳ ନିବେଦନ କରିଛନ୍ତି  !

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS