BREAKING
Loading...
:

ବଢୁଛି ମହାନଦୀ; ସିଂହନାଥ ଓ ଭଟ୍ଟାରିକା ପୀଠରେ BNS ୧୬୩ ଲାଗୁ...

 ବଢୁଛି ମହାନଦୀ; ସିଂହନାଥ ଓ ଭଟ୍ଟାରିକା ପୀଠରେ BNS ୧୬୩ ଲାଗୁ...



ସିଂହନାଥ ଓ ଭଟ୍ଟାରିକା ପୀଠରେ BNS ୧୬୩ ଲାଗୁ ହୋଇଛି । ମହାନଦୀରେ ଜଳସ୍ତର ବୃଦ୍ଧି ପାଇବା କାରଣରୁ ବଡ଼ମ୍ବା  ଅଞ୍ଚଳରେ ଥିବା ପ୍ରସିଦ୍ଧ ସିଂହନାଥ ଏବଂ ଭଟ୍ଟାରିକା ପୀଠରେ ବନ୍ୟା ଜଳ ପ୍ରବେଶ କରିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସେଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ମହାନଦୀ ଜଳସ୍ତର ବଢ଼ୁଥିବାରୁ ୧୬୩ ଲାଗୁ କରିଛନ୍ତି ବଡ଼ମ୍ବା ତହସିଲଦାର ।


ମହାନଦୀର ଜଳସ୍ତର କମିବା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ । ଦୁର୍ଘଟଣା ରୋକିବା ପାଇଁ ନଦୀକୂଳ ନିକଟରେ ସାଧାରଣ ପ୍ରବେଶ ଏବଂ ସମାବେଶକୁ ପ୍ରତିବନ୍ଧିତ କରାଯାଇଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS