BREAKING
Loading...
:

ଭିଜିଲାନ୍ସ ଜାଲରେ ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ୍

 



କଳାହାଣ୍ଡି - ଭିଜିଲାନ୍ସ ଜାଲରେ ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ୍ ।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରିନ୍ସିପାଲ୍ ସୀତାକାନ୍ତ ରଣା ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ସୂଚନା ଅନୁଯାୟୀ, ମା'ଧରଣୀ ସ୍ୱୟଂସହାୟକ ଗୋଷ୍ଠୀର ବିଲ୍ ପାସ୍ କରାଇଦେବା ପାଇଁ ସେ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏନେଇ ଅଭିଯୋଗ ପାଇବା ପରେ ଜୟପୁର ଓ ଭବାନୀପାଟଣା ଭିଜିଲାନ୍ସ ଟିମ୍‌ର ମିଳିତ ଚଢ଼ାଉରେ ତାଙ୍କୁ  ଗିରଫ କରାଯାଇଛି। ଘଟଣାର ଅଧିକ ତଦନ୍ତ ଭିଜିଲାନ୍ସ ପକ୍ଷରୁ ଜାରି ରହିଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS