ବେଆଇନ ଜବର ଦଖଲ, ପାଲଟିଛି ସ୍ଥାନୀୟ ଲୋକଙ୍କ ଦୁଃଖର କାରଣ
ପାରାଦୀପ - ପାରାଦୀପ ଗଡ଼ ପଞ୍ଚାୟତ ୬ ନମ୍ବର ୱାର୍ଡ ରେ ଡ୍ରେନ ଉପରେ ବେଆଇନ ଘର ନିର୍ମାଣ ଫଳରେ ଅସରାଏ ବର୍ଷାରେ ଜଳର୍ଣ୍ଣବ ହୋଇପଡୁଛି ଅଞ୍ଚଳ l ଇଡ଼କୋ ଡ୍ରେନ ଉପରେ ବେଆଇନ ଭାବରେ ଘର ନିର୍ମାଣ ହୋଇଥିବା କାରଣରୁ ଡ୍ରେନ ରେ ଜଳ ନିଷ୍କାସନ ରେ ବାଧା ସୃଷ୍ଟି ହେବା ଫଳରେ ଅସରାଏ ବର୍ଷା ହେଲେ ଏହି ଅଞ୍ଚଳ ରେ ପାଣି ଲହଡି ଖେଳୁଛି l ଯାହାକୁ ନେଇ ଯେତେ ଅଭିଯୋଗ କଲେବି କିଛି ସୁଫଳ ମିଳୁନାହିଁ l ସୂଚନା ଅନୁଯାୟୀ ପାରାଦୀପ ଗଡ଼ ଗ୍ରାମ ପଞ୍ଚାୟତ ର ୬ ନମ୍ବର ୱାର୍ଡ ସତ୍ୟପ୍ରିୟା ଆଇସ ପ୍ଲାଣ୍ଟ ନିକଟରେ କିଛି ଲୋକ ବେଆଇନ ଭାବରେ ଇଡ଼କୋ ଡ୍ରେନେଜ ଉପରେ ନିଜର ଘର ତିଆରି କରିଛନ୍ତି l ଯାହା ଫଳରେ ବର୍ଷାଜଳ ନିଷ୍କାସନ ର ପ୍ରମୁଖ ରାସ୍ତା ପାଲଟିଥିବା ଏହି ଡ୍ରେନ ପୋତିହୋଇଯିବା ଫଳରେ ବର୍ଷା ଦିନ ଆସିଲେ ସାଧାରଣ ଲୋକ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି l ଏ ନେଇ ସ୍ଥାନୀୟ ପଞ୍ଚାୟତ ଅଧିକାରୀ, ସରପଞ୍ଚ ଙ୍କ ସହିତ ବିଭିନ୍ନ ଦପ୍ତର ରେ ଅଭିଯୋଗ କରିଲେ ମଧ୍ୟ କେହି କର୍ଣଗୋଚର କରୁନାହାନ୍ତି l ଯାହା ଫଳରେ ଚଳିତ ବର୍ଷର ବର୍ଷା ଆସିବା ପୂର୍ବରୁ ଅସରାଏ ଦୁଇ ଅସରା ବର୍ଷା ହେଲେ ଏହି ଅଞ୍ଚଳ ପୋଖରୀ ସଦୃଶ ପାଲଟୁଛି l ଯାହାକୁ ନେଇ ଇଡ଼କୋ ଅଧିକାରୀ ଙ୍କୁ ଯେତେ ଅଭିଯୋଗ ଜଣାଇଲେ ମଧ୍ୟ ଏହାର କିଛି ସୁଫଳ ମିଳିପାରୁନାହିଁ l ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳ ରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଯଦି କେହି ଏ ନେଇ ପ୍ରତିବାଦ କରୁଛି ତେବେ ବେଆଇନ ଘର ନିର୍ମାଣ କରିଥିବା ଲୋକ ଙ୍କ ଆକ୍ରୋଶ ର ଶିକାର ହେଉଥିବା ନେଇ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା l ଯଥାଶୀଘ୍ର ଇଡ଼କୋ କର୍ତୃପକ୍ଷ ଏ ନେଇ ଦୃଷ୍ଟି ଗୋଚର କରିବା ସହିତ ଜବରଦଖଲ ଡ୍ରେନେଜ ଲାଇନ କୁ ଖୋଲିବାକୁ ସାଧାରଣ ରେ ଦାବି ଜୋର ଧରିଛି l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment