ବିଶ୍ୱରେ ବିରଳ ଘଟଣା!
ଗଞ୍ଜାମ ଜିଲ୍ଲାର କୁଳାଡ଼ରେ JCB ସାହାଯ୍ୟରେ ଟଣାଗଲା ରଥ !
ଭଞ୍ଜନଗର ,ଗଞ୍ଜାମ ଜିଲ୍ଲାର କୁଲାଡ଼ ଅଞ୍ଚଳରେ ଚଳିତ ବର୍ଷ ରଥଯାତ୍ରା ସମୟରେ ଏକ ବିବାଦୀୟ ଘଟଣା ସାମ୍ନାକୁ ଆସିଛି। ରଥକୁ ଭକ୍ତମାନଙ୍କ ପରିବର୍ତ୍ତେ JCB ମେସିନ୍ ସାହାଯ୍ୟରେ ଟଣାଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଏହାକୁ ନେଇ ଜଗନ୍ନାଥ ପ୍ରେମୀ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଓ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଏହି ଘଟଣା ଦ୍ୱାରା ପ୍ରାୟ ଅଢ଼େଇ ଶହ ବର୍ଷର ରଥଯାତ୍ରା ପରମ୍ପରା ଭଙ୍ଗ ହୋଇଛି। ସ୍ଥାନୀୟ ପ୍ରଶାସନର ଏଭଳି ନିଷ୍ପତ୍ତିକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।
ଏହାସହ ଅଭିଯୋଗ ହେଉଛି ଯେ, ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ଭୟରେ ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ଭିଡିଓ କରିବାକୁ ବାରଣ କରାଯାଇଥିବା ଅଭିଯୋଗ ହୋଇଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق