BREAKING
Loading...
:

ଦୁଃଖ ବୁଝିଲେ ବିଧାୟକ। ଗ୍ରାମବାସୀ ରାସ୍ତା ପାଇଁ କରିଥିଲେ ଭୋଟ ବର୍ଜନ l

 ଦୁଃଖ ବୁଝିଲେ ବିଧାୟକ। ଗ୍ରାମବାସୀ ରାସ୍ତା ପାଇଁ କରିଥିଲେ ଭୋଟ ବର୍ଜନ l



 ପରଜଙ୍ଗ, / ପରଜଙ୍ଗ, ସିଆରିମାଳିଆ ଗାଁ ଠାରୁ ବାଘମୁଣ୍ଡା ପର୍ଯ୍ୟନ୍ତ  ୮ କିଲୋମିଟର ରାସ୍ତାର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ। ପ୍ରାୟ ୭ କୋଟି ୪ ଲକ୍ଷ ଟଙ୍କାରେ ନିର୍ମାଣ ହେବାକୁ ଯାଉଛି ଏହି ରାସ୍ତା।  ୮ ଦଶନ୍ଧିରୁ ଉର୍ଦ୍ଧ୍ୱ  ରାସ୍ତା ପାଇଁ ସଂଘର୍ଷ କରି ଆସୁଥିଲେ କଙ୍କଡ଼ାହାଡ଼ ବ୍ଲକ କୁଟୁରିଆ ପଞ୍ଚାୟତର ବାଘମୁଣ୍ଡା ଗ୍ରାମବାସୀ। ବାଘମୁଣ୍ଡା ସିଆରିମାଳିଆ ରାସ୍ତା ଏବେ ଲୋକଙ୍କ ଯାତାୟାତରେ ସୁଗମ ହେବ। ମାନ୍ୟବର ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ ଇଲେକ୍ସନ ବେଳେ ଲୋକଙ୍କୁ କଥା ଦେଇ ଏବେ କଥା ରଖିଛନ୍ତି। ଏପରିକି ନିର୍ବାଚନ ସମୟରେ ବାଘମୁଣ୍ଡା ଗ୍ରାମବାସୀ ରାସ୍ତା ସମସ୍ୟାକୁ ନେଇ ଭୋଟ ବର୍ଜନ ମଧ୍ୟ କରିଥିଲେ। ତେବେ ବହୁ ପ୍ରତିକ୍ଷିତ ଏହି ଜଙ୍ଗଲ ପରିବେଷ୍ଟିତ ରାସ୍ତା ଏବେ ଲୋକଙ୍କ ଯାତାୟାତ ଏବଂ ମୌଳିକ ସୁବିଧା କ୍ଷେତ୍ରରେ ବେଶ ସହାୟକ ହେବ। ଏହି ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଅନୁଗୋଳ ଆରସିସିଏଫ (RCCF ) ସଞ୍ଜୟ କୁମାର ସ୍ୱାଇଁ, ବିଜେପି ଜିଲ୍ଲା ସଭାପତି ରାସବିହାରୀ ବେହେରା, ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ଦଳବେହେରା,ଗ୍ରାମ୍ୟ ଉନ୍ନୟନ ଅଧିକ୍ଷଣ ଯନ୍ତ୍ରୀ ଶିବଜ୍ୟୋତି ସାହୁ,ଜିଲ୍ଲା ପରିଷଦ ସଭ୍ୟ ନିରାକାର ପ୍ରଧାନ , ସ୍ଥାନୀୟ ସରପଞ୍ଚ ମିତାରାଣୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ରାସ୍ତାଟିକୁ ୨୦୨୭ ମସିହା ମେ ମାସ ସୁଦ୍ଧା ସମ୍ପୂର୍ଣ୍ଣ କରାଯିବାକୁ ଅଧିକ୍ଷଣ ଯନ୍ତ୍ରୀ ପ୍ରକାଶ କରିଛନ୍ତି। 


 ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS