ଦ୍ବାଦଶ ପଞ୍ଚାଯତ ସମିତି ବୈଠକ ଅନୁଷ୍ଠିତ। ସାମାଜିକ ସୁରକ୍ଷା ଭତ୍ତାକୁ ନେ଼ଇ ହଟ୍ଟ ଗୋଳ।
(ର୍ଖୁଣ୍ଟା )- ପଞ୍ଚାଯତ ସମିତି ଖୁଣ୍ଟା ମୟୂରଭଞ୍ଜ ପକ୍ଷାରୁ ଦ୍ଵାଦଶ ପଞ୍ଚାଯତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ସମିତି ପକ୍ଷରୁ ଉପସ୍ଥିତ ସମସ୍ତ ପି ଆର ଆଇ ମେମ୍ବର ଏବଂ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଅଧ୍ୟକ୍ଷ ଶ୍ରୀ ସୁଧନ୍ୟା ନାଏକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ବୈଠକରେ, ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ସରେନ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବିଡ଼ିଓ ଶ୍ରୀ ସତ୍ୟଜିତ ରାଉତ,ସାଂସଦଙ୍କ ପ୍ରତିନିଧି ଶ୍ରୀ ସରଦାର ହେମ୍ବ୍ରମ, ଉପାଧକ୍ଷା ଶ୍ରୀମତୀ ଜବା କିସ୍କୁ,୧୨ ନମ୍ବର ଜୋନ ସଦସ୍ୟ ଶ୍ରୀ ହୃଦାନନ୍ଦ ମୂର୍ମୁ ,୧୩ ନମ୍ବର ଜୋନ ସଦସ୍ୟା ଶ୍ରୀମତୀ ସୁନୀତା ମାରାଣ୍ଡି, ଆସିଷ୍ଟାଣ୍ଟ ଇଂଜିନିୟର ଶ୍ରୀ ବିନୟଜ୍ୟୋତି ଲେଙ୍କା ଏବଂ ଜି ପି ଓ ଶ୍ରୀ ସୁରେନ୍ଦ୍ର ଟୁଡୁ ପ୍ରମୁଖ ଯୋଗ ଦେଇଥିଲେ।ବିଡ଼ିଓ ଶ୍ରୀ ରାଉତ ସ୍ବାଗତ ଭାଷଣ ଦେବା ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନରେ ମାସ ମାସ ଧରି ବିଳମ୍ବକୁ ନେଇ,ସରପଂଚ ବଡପଥରା ଶ୍ରୀ ମଙ୍ଗଲ ମାଝି ଏବଂ ସପଞ୍ଚୁଆ ସରପଞ୍ଚ ଶ୍ରୀ ଲୁଧିଆ ମାଝୀ ଆଣିଲେ ସଙ୍ଗୀନ ଅଭିଯୋଗ । ବିକାଶର ଧାରା ନୁହେଁ ଏତ ବିନାଶର ଧାରା। ଏ ଘଟଣା ନେଇ ବୈଠକରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।ବିଭାଗୀୟ ଅଧିକାରୀଙ୍କ ସୁଚନା ମତେ ଖୁଣ୍ଟା ପଂଚାୟତ ସମିତି ପକ୍ଷରୁ ତିନି ତିନି ଟା ଚିଠି ଜିଲ୍ଲାକୁ ପଠା ଯାଇଥିଲେ ମଧ୍ୟ କିଛି ଉତ୍ତର ଆସି ନାହିଁ। ବିଧାୟକଙ୍କ ମୌଖିକ ସୁଚନା ମୋତେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଭତ୍ତା ସମ୍ବନ୍ଧୀୟ ଅନଲାଇନ କଣ ଟେକ୍ନିକାଲ ସମସ୍ୟା ସୃଷ୍ଟି ହୋଇଥିବାରୁ ଏ ଭଳି ଜଟିଳ ସମସ୍ୟା ସୃଷ୍ଟି ହୋଇଅଛି। ଖୁଣ୍ଟା ଶିଶୁ ବିକାଶ ଅଧିକାରୀଣିଙ୍କ ବିରୁଦ୍ଧରେ ଆସିଲା ସଙ୍ଗୀନ ଅଭିଯୋଗ।ଆମ୍ବର୍ସିର ନିଅଣ୍ଟିଆ ଅଟକଳ ବଜେଟ ପାଇଁ ୧୭ ଟି ଅଙ୍ଗନୱାଡ଼ି କାର୍ଯ୍ୟ ଅସମ୍ପୂର୍ଣ୍ଣ ଅବସ୍ଥାରେ ଅଛି। କୃଷି ବିଭାଗ ପକ୍ଷରୁ କୃଷକ ରେଜିଷ୍ଟ୍ରେସନ୍ ଚାଲିଛି। ବିହନ ସମ୍ବନ୍ଧୀୟ ସୂଚନା।୧୮୨ କୃଷକ ମାନଙ୍କୁ ଧଣିଚା ପ୍ରଦାନ କରାଯାଇଥିବା ସୁଚନା ଦେଇଛନ୍ତି ବିଭାଗୀୟ ଅଧିକାରୀ। ଜଳନିଧି -୨ ବୋରଉଏଲ୍ ଯୋଜନା ବନ୍ଦ ସୁଚନା। ପି ଆର ଆଇ ମେମ୍ବର ଶ୍ରୀ ସୁନିଲ ଟୁଡୁ ସମସ୍ତ ପଂଚାୟତ ରେ ବୋରଉଏଲ୍, ଲିଫ୍ଟ ଇରିଗେଶନ କରିବା ପାଇଁ ପ୍ରସ୍ତାବ ଆଗତ କରିଥିଲେ।ଉଦ୍ୟାନ ବିଭାଗ ଅଫିସ ଅଛି କର୍ମଚାରୀ ନାହାଁନ୍ତି। ଉଦଳା ରୁ ଅପରେଟିଂ ହେଉଛି। ଅଧିକାରୀ ଅନୁପସ୍ଥିତ ରହୁ ଥିବାରୁ ଚାଷୀ ମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ପକ୍ଷରୁ ଷ୍ଟେବେରି ଚାଷର ଶୁଭାରମ୍ଭ ହୋଇଛି। ଛତୁ ଚାଷ, ଜିଆ ଚାଷ ମଧ୍ଯ ଚାଲିଛି।ଲକ୍ଷ ଲକ୍ଷ ଟଙ୍କାର ପ୍ରକଳ୍ପ ରେ ଗଛ ଲାଗିଲା ହେଲେ ଗୋଟେ ବି ଗଛ ରହିଲା ନାହିଁ। ରାଜସ୍ୱ ବିଭାଗ ,। ପଶୁ ସମ୍ପଦ ବିଭାଗ ପକ୍ଷରୁ ପଶୁ ସମ୍ପଦ ମାନଙ୍କ ପାଇଁ ଇଉଜର ଚାର୍ଜ ବିହୀନ ଚିକିତ୍ସା ପ୍ରଦାନ। ଗୋ ସୁଗମ ଯୋଜନାରେ ଲାଭ ନେଇ ପାରୁ ନାହାଁନ୍ତି ଚାଷୀ। ଦେଶୀ କୁକୁଡ଼ା ଚାଷ ଉପରେ ଗୁରୁତ୍ୱାରୋପ। ମତ୍ସ୍ୟ ବିଭାଗ ପକ୍ଷରୁ ଚାଷୀ ମାନେ ଇଣ୍ଟିଗ୍ରେଟେଡ ଚାଷ ମାଧ୍ୟମ ରେ ଲାଭ ଉଠାଇ ପାରିବେ। କେତେ ଚାଷୀ ଙ୍କୁ ମାଛ କୁଣ୍ଡ ପ୍ରଦାନ କରାଇଛି ତାର ସଠିକ ତଥ୍ୟ ନାହିଁ। ବିଦ୍ୟୁତ ବିଭାଗ ପକ୍ଷରୁ ପ୍ରଧାନ ମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନା ଉପରେ ଗୁରୁତ୍ୱାରୋପ। ୧୯୧ ଟୋଲ ଫ୍ରି ନମ୍ବର। ବୈଠକ ରେ ସବୁ ବିଭାଗ ପକ୍ଷରୁ ଅଧସ୍ତନ ଅଧିକାରୀ ମାନେ ଯୋଗ ଦେଉଥିବାରୁ , ସେମାନେ ସଠିକ ତଥ୍ୟ ଗୃହରେ ଉପସ୍ଥାପନ କରିବାରେ ବିଫଳ ହେଉଛନ୍ତି। ଫାଙ୍କିମାରି ବୈଠକକୁ ଆସୁ ନାହାନ୍ତି ଉଚ୍ଚପଦସ୍ଥ୍ ଅଧିକାରୀ।ତାହାକୁ ସଦସ୍ୟ ମାନେ ପ୍ରବଳ ବିରୋଧ କରିଥିଲେ। ଯେଉଁଥି ପାଇଁ ବହୁ ସମସ୍ୟା ସମାଧାନ ହୋଇ ପାରୁ ନାହିଁ। ଖାଦ୍ୟ ସୁରକ୍ଷା ଯୋଜନାରେ ମୁଖ୍ୟ ମନ୍ତ୍ରୀ ଅନ୍ନପୂର୍ଣା ଯୋଜନା ରେ ୫ କିଲୋ ଚାଉଳ ଅଧିକ ମିଳିବ ହିତାଧିକାରୀ ମାନଙ୍କୁ। ଅନ୍ତୋଦୋୟ ଏବଂ ରେଶନ କାର୍ଡ ରେ ମହା କେଳେଙ୍କାରି ର ଗନ୍ଧ। କେବେ କଣ ହୋଇଛି ପି ଆର ଆଇ ମେମ୍ବର ଜାଣି ପାରୁ ନାହାଁନ୍ତି। ଅନ୍ଧାର ଘରେ ଚାଲିଛି ଯୋଗାଣ ବିଭାଗ।କିଛି ଜାଣିବାକୁ ଚାହିଁଲେ ମିଳୁଛି ଅଭଦ୍ର ବ୍ୟବହାର। ଏ ନେଇ ଗୃହରେ ହଟ୍ଟଗୋଳ। ସମାଧାନ ପାଇଁ ହେବ ସ୍ଵତନ୍ତ୍ର ବୈଠକ।ମେଗା ପାନୀୟ ଜଳ ଯୋଗାଣରେ ବିଳମ୍ୱ ପାଇଁ ବୈଠକ ରେ କ୍ଷୋଭ ପ୍ରକାଶ ପାଇଛି।୧୪ +ଝିଅ ପିଲା ମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସର୍ଭାଇକାଲ କେଂସର ଭେକସିନ ପ୍ରଦାନ କରାଯାଇଛି। P M J A Y ଏବଂ G J AY ଅଧିନରେ ୪୦ ହଜାର ରୁ ଅଧିକ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଇଛି। କେଉଁଠି କେଉଁଠି ରୋଗୀ ମାନେ ସ୍ୱାସ୍ଥ୍ୟ କାର୍ଡ ରେ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଲେ ଅଧିକାରୀ।ଖୁଣ୍ଟା ଶିକ୍ଷା ବିଭାଗ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ କରିଛନ୍ତି ପି ଆର ଆଇ ମେମ୍ବର ଶ୍ରୀମତୀ ସାବିତ୍ରୀ ଟୁଡୁ। ଗୟଳମାରା କେ ଜି ଭି ଭି ରେ ପାଇଁ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ନିଯୁକ୍ତିରେ ସ୍ବଚ୍ଛତା ଆଣିବାକୁ ପ୍ରତିଶ୍ରୁତି।ମ୍ୱଗ୍ରାମ୍ୟ ଉନ୍ନୟନ ବିଭାଗ ବିରୁଦ୍ଧରେ ଅଭିଯୋଗ ପୂର୍ବ ବୈଠକର ପ୍ରସ୍ତାବ ଗୁଡିକ କାର୍ଯ୍ୟକାରୀ ହେଉ ନାହିଁ। ପୁଣି ନୂଆ ପ୍ରସ୍ତାବ ଆଗତ। ବ୍ଲକରେ ଖୁବ ଶୀଘ୍ର ଭି ଭି ଜି ରାମ ଜୀ ର ଶୁଭାରମ୍ଭ ହେବାକୁ ଯାଉଛି। ୪୦ ଭାଗ ଉନ୍ନୟନ ମୂଳକ କାର୍ଯ୍ୟ ଶେଷ ହୋଇଥିବା ବେଳେ କିଛି କିଛି ସମ୍ପୂର୍ଣ ହୋଇଥିବା ଉନ୍ନୟନ ମୂଳକ କାର୍ଯ୍ୟର ବିଲ ପେମେଣ୍ଟ ବାକି ଅଛି।ସୂଚନା ପ୍ରଦାନ କରିବା ସହ,ବୈଠକରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ଶ୍ରୀ ଲେଙ୍କା। ସମସ୍ୟା ବହୁଳ ଖୁଣ୍ଟା ବ୍ଲକ ପ୍ରତି ଡବଲ ଇଞ୍ଜିନ ସରକାର ଦୃଷ୍ଟି ଦେବାକୁ ସବୁ ମହଲରୁ ଦାବି ଯୋର ଧରିଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment