ଉଦେପୁର ଛକ ନିକଟରୁ କାର ସହ 60 କେଜି ଗଞ୍ଜେଇ ଜବତ କଲା କଣ୍ଟାମାଳ ପୁଲିସ, ଚାଲାଣକାରୀ ଫେରାର
ବୌଦ୍ଧ, କଣ୍ଟାମାଳ ଥାନା ପୁଲିସ ପକ୍ଷରୁ ପ୍ରାପ୍ତ ସୂଚନା ଅନୁଯାୟୀ କଣ୍ଟାମାଳ ଥାନା ପୁଲିସ ପକ୍ଷରୁ ଉଦେପୁର ଛକ ନିକଟରୁ କାର ସହ ୬୦କେଜି ଗଞ୍ଜେଇ ଜବତ ହୋଇଛି | ମିଳିଥିବା ସୂଚନା ଅନୁଯାୟୀ ଗଞ୍ଜେଇ ଚାଲାଣ ହେବାକୁ ଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କଣ୍ଟାମାଳ ପୁଲିସର ଏକ ଟିମ ଉଦେପୁର ଛକ ନିକଟରେ ଚଢାଉ କରିଥିଲା l ପୁଲିସକୁ ଦେଖି କାର ଛାଡି ଚାଲାଣକାରୀ ଫେରାର ମାରିଥିବା ବେଳେ କାରକୁ ଯାଞ୍ଚ କରିବାରୁ ସେଥିରୁ ଗଞ୍ଜେଇ ବାହାରି ଥିଲା l ମାଜିଷ୍ଟ୍ରେଟ୍ ତଥା କଣ୍ଟାମାଳ ତହସିଲଦାର ଶ୍ବେତ ପଦ୍ମା ଜୋଶୀଙ୍କ ଉପସ୍ଥିତିରେ ଓଜନ କରାଯିବାରୁ ତାହା ୬୦ କେଜି ହୋଇଥିଲା | ଏ ସମ୍ପର୍କରେ କଣ୍ଟାମାଳ ଥାନାରେ ଏନଡିପିଏସ ଆକ୍ଟରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ଭାରପ୍ରାପ୍ତ ଥାନା ଅଧିକାରୀ ପ୍ରକାଶ ଭୋଇ ସୂଚନା ଦେଇଛନ୍ତି l ଚଢାଉରେ ସବ୍ ଇନ୍ସପେକ୍ଟର ପ୍ରକାଶ ଭୋଇ, ହାବିଲଦାର୍ ଟୁକୁ ମେହେର, କନେଷ୍ଟବଳ ବିଶ୍ବନାଥ କନ୍ହର, ହୋମ ଗାର୍ଡ କାର୍ତ୍ତିକ କପଟ ଓ ଅନ୍ୟ ମାନେ ସାମିଲ୍ ହୋଇଥିଲେ |
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment