BREAKING
Loading...
:

ଘଣ୍ଟାପଡ଼ା ପ୍ୟାକ୍ସରେ ଧାନ ମଣ୍ଡି ଉଦଘାଟିତ

 




ଘଣ୍ଟାପଡ଼ା ପ୍ୟାକ୍ସରେ ଧାନ ମଣ୍ଡି ଉଦଘାଟିତ 

ଉଦଘାଟନୀ ଦିବସରେ ୫ ଜଣ ଚାଷିଙ୍କ ଠାରୁ ମୋଟ ୨୭୯.୭୨ କ୍ଵିଣ୍ଟାଲ ଧାନ କ୍ରୟ,


ବୌଦ୍ଧ :-ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର ଘଣ୍ଟାପଡ଼ା  ପ୍ୟାକ୍ସଠାରେ ରେ ଧାନମଣ୍ଡି ଉଦଘାଟିତ ହୋଇଯାଇଛି।ଧାନ ମଣ୍ଡି ଉଦ୍ଘାଟନୀ କାର୍ଯ୍ୟକ୍ରମ ରେ ଘଣ୍ଟାପଡ଼ା ପ୍ୟାକ୍ସର ସଂପାଦକ କର୍ଣ୍ଣ ରଣାଙ୍କ ତତ୍ୱାବଧାନରେ ସଭାପତି ମାନୁ ରଣାଙ୍କ ଦ୍ଵାରା ଧାନମଣ୍ଡି ଉଦଘାଟିତ ହୋଇଯାଇଛି। ଉକ୍ତ ଉଦଘାଟନ କାର୍ଯ୍ୟକ୍ରମରେ ଚାଷିନେତା ସୁଶାନ୍ତ ମାଝୀ,ଗୋପୀନାଥ କହଁର,ପେକ୍ସ ର ନିର୍ଦ୍ଦେଶକ ମାଧବ ସାହୁ, ଶରତ ରଣା, ମନୋଜ ପାଣିଗ୍ରାହୀ,ସମେତ ପେକ୍ସ ର ସଦସ୍ୟ ମାନେ ଉପସ୍ଥିତ ଥିଲେ। ଆମ୍ବଗାଁ ପ୍ରାଥମିକ କୃଷି ସମବାୟ ସମିତି ର ସଂପାଦକ ଅଗସ୍ତୀ ମଲିକ,ଘଣ୍ଟାପଡା ପେକ୍ସ କର୍ମଚାରୀ ଯୋଗୀ ରାମ ରଣା, ଶଙ୍କର ସାହୁ, ରାଜା ଦେହୁରୀ, କାର୍ତ୍ତିକ ରଣା ପ୍ରମୁଖ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ମଣ୍ଡି ଉଦଘାଟନ ପରେ ଧାନ କ୍ରୟ ଆରମ୍ଭ ହୋଇଥିଲା। ନବ କିରଣ ମିଲର୍ସ ଦ୍ୱାରା ପ୍ରଥମଦିନରେ ୫ ଜଣ ଚାଷିଙ୍କ ଠାରୁ ୨୭୯.୭୨ କ୍ଵିଣ୍ଟାଲ ଧାନ କ୍ରୟ ହୋଇଥିବା ନେଇ ସଂପାଦକ କର୍ଣ୍ଣ ରଣା ସୂଚନା ଦେଇଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS