ଦୁଷ୍କର୍ମ ମାମଲାରେ ଦୋଷମୁକ୍ତ ହୋଇଥିବା ବ୍ୟକ୍ତିଙ୍କର ମଧ୍ୟ ଡିଏନଏ ପରୀକ୍ଷା କରାଯାଇପାରିବ:ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ
ସୁପ୍ରିମକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି ଯେ, ପିତୃତ୍ୱ ବିବାଦରେ ଦୁଷ୍କର୍ମ ଅଭିଯୋଗ ମାମଲାରେ ଅଭିଯୁକ୍ତ ଦୋଷମୁକ୍ତ ହେବା ପରେ ମଧ୍ୟ ତାଙ୍କର ଡିଏନଏ ପରୀକ୍ଷା କରାଯାଇପାରିବ। କୋର୍ଟ କହିଛନ୍ତି, ପିତୃତ୍ୱ ବିବାଦ ମାମଲାରେ, କୋର୍ଟ ଡିଏନଏ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେଇପାରିବେ। ଖଣ୍ଡପୀଠ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଫୌଜଦାରୀ ମାମଲାରେ ଦୋଷମୁକ୍ତ ହେବା ପ୍ରମାଣିତ କରେ ନାହିଁ ଯେ ସମ୍ପୃକ୍ତ ବ୍ୟକ୍ତି ଜୈବିକ ପିତା ହୋଇପାରିବେ ନାହିଁ।
ବିଚାରପତି ସଞ୍ଜୟ କାରୋଲ ଏବଂ ଏନ. କୋଟିଶ୍ୱର ସିଂହଙ୍କ ଖଣ୍ଡପୀଠ ଆବେଦନକୁ ଖାରଜ କରି କହିଛନ୍ତି ଯେ, ଏକ ଫୌଜଦାରୀ ମାମଲାରେ ଦୋଷମୁକ୍ତ ହେବାର ଅର୍ଥ ଏହା ନୁହେଁ ଏହି ଯେ ଅଭିଯୋଗଗୁଡ଼ିକ ଯୁକ୍ତିଯୁକ୍ତ ଭାବେ ପ୍ରମାଣିତ ହୋଇପାରିବ ନାହିଁ। ଏହା ସୂଚିତ କରୁ ନାହିଁ ଯେ, ଦୁଇ ବୟସ୍କଙ୍କ ମଧ୍ୟରେ କୌଣସି ଜୈବିକ ସମ୍ପର୍କ ନଥିଲା। ତେଣୁ,ପୁଅର ପିତା କିଏ ତାହା ଜାଣିବାର ଅଧିକାର ଅଛି। କୋର୍ଟ କହିଛନ୍ତି ଯେ ଏହି ମାମଲାରେ, ଗୋଟିଏ ପଟେ, ଆବେଦନକାରୀଙ୍କର ଗୋପନୀୟତାର ଅଧିକାର ଅଛି, ଅନ୍ୟପଟେ, ଯୁବକଙ୍କର ତାଙ୍କ ଜୈବିକ ପିତାଙ୍କ ପରିଚୟ ଜାଣିବା ଏବଂ ଏହା ସହିତ ଜଡିତ ଆଇନଗତ ଅଧିକାର ଉପଭୋଗ କରିବାର ଅଧିକାର ଅଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق