ମଧ୍ୟଖଣ୍ଡ ପ୍ରିମିଅର୍ ଲିଗ୍ ଦେବ୍ ୱାରିଅରସ୍ ଦଳ ବିଜୟୀ
ଦଶପଲ୍ଲା ୧୧/୦୬ :- ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ମଧ୍ୟଖଣ୍ଡ ଠାରେ ରେଡ଼୍ ଷ୍ଟାର କ୍ରିକେଟ୍ କ୍ଲବ ଦ୍ୱାରା ଆୟୋଜିତ ମଧ୍ୟଖଣ୍ଡ ପ୍ରିମିଅର୍ ଲିଗ୍ ସିଜିନ୍ - ୯ ସପ୍ତମ ଦିବସର ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ଆଜି ପ୍ରଥମ ମ୍ୟାଚରେ ବ୍ୟାଟିଂ କରି ଦେବ୍ ୱାରିଅରସ୍ ୧୧ ଦଳ ୧୨ ଓଭରରେ ମୂଲ୍ୟବାନ୍ ୦୮ ଗୋଟି ୱିକେଟ୍ ହରାଇ ୧୨୯ ରନ୍ ସଂଗ୍ରହ କରିଥିବା ବେଳେ ଜବାବରେ ସୁହାନି ଇଲେଭେନ୍ ୧୧ ଦଳ ୧୨ ଓଭରରେ ମୂଲ୍ୟବାନ୍ ୦୮ ଗୋଟି ୱିକେଟ୍ ହରାଇ ୧୦୦ ରନ୍ ସଂଗ୍ରହ କରିଥିଲେ। ଏହି ମ୍ୟାଚ୍ ଟି ଦେବ୍ ୱାରିଅରସ୍ ଦଳ ବିଜୟ ଲାଭ କରିଥିଲା। ଏହି ଦଳର ଆଶିଷ୍ ସ୍ୱାଇଁ ୨୦ ବଲରେ ୩୨ ରନ୍ ଏବଂ ଶୁଭଙ୍କର ନାୟକ (ହାପି) ୧୫ ବଲରେ ଧୂଆଁଧାର ୩୪ ରନ୍ ସଂଗ୍ରହ କରିଥିଲେ।
ମଧ୍ୟଖଣ୍ଡ ପ୍ରିମିଅର୍ ଲିଗ୍ କମିଟି ର ଶ୍ରୀକାନ୍ତ କୁମାର ଦଳାଇ, ଅଜୟ ବାରିକି, ଜ୍ଞାନରଞ୍ଜନ ଦାଶ, ଦେବ ପ୍ରଧାନ, ସୁଶାନ୍ତ କୁମାର ପରିଡ଼ା, ଗୋବିନ୍ଦ ଚନ୍ଦ୍ର ନାୟକ, ବାବୁ ପ୍ରଧାନ, ଆଲୋକ ବେହେରା, ଶିବପ୍ରସାଦ ପଟ୍ଟନାୟକ, ଦିପୁ ମଳିକ, ବାବୁନି ବାରିକ, ଅରୁଣ କୁମାର ପ୍ରଧାନ, ବିଟନ୍ ଦଳେଇ, ବିଶ୍ୱନାଥ ପରିଡ଼ା ଓ ଦୁର୍ଯ୍ୟୋଧନ ବାରିକ ପ୍ରମୁଖ ଏମ୍.ପି.ଏଲ୍ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ।
ମଣିଭଦ୍ରା ଖବର, ଦଶପଲ୍ଲା


إرسال تعليق