*ଅସୁରକ୍ଷିତ ଭାବରେ କାର୍ଯ୍ୟରତ ଶ୍ରମିକ, ଜିଲ୍ଲା ଶ୍ରମ ଅଧିକାରୀ, ଓ ପ୍ରଶାସନ ଆଖିରେ ପଟି !*
ସମ୍ବଲପୁର ଜିଲ୍ଲା, ରେଢ଼ାଖୋଲ ଉପଖଣ୍ଡରେ ଦେଖିବାକୁ ମିଳିଛି, ଅସୁରକ୍ଷିତ ଭାବରେ, ଦିନ 11 ଟା ପରେ ପାଣି ଟାଙ୍କି କାମ କରୁଛନ୍ତି ଶ୍ରମିକ ! ରେଢ଼ାଖୋଲ ଉପଖଣ୍ଡରୁ ପ୍ରାୟ 5 କିମି ଦୂରତାରେ 55 ନୋ ଜାତୀୟ ରାଜପଥ ପାର୍ଶ୍ୱ ରେ RWSS ର ମେଗା ପ୍ରୋଜେକ୍ଟ କାର୍ଯ୍ୟ ଚାଲିଛି ! ଏହି ମେଗା ପ୍ରୋଜେକ୍ଟ କାର୍ଯ୍ୟରେ ନିର୍ମିତ ହେଉଥିବା ଆନୁମାନିକ 50 ଫୁଟ ରୁ ଉର୍ଦ୍ଧ ପାଣିଟାଙ୍କି ଉପରେ, ଅସୁରକ୍ଷିତ ଭାବରେ କାର୍ଯ୍ୟ ରତ ଶ୍ରମିକ !
ଶ୍ରମିକଙ୍କ ପାଖରେ ନାହିଁ, ସେଫଟି ବେଲ୍ଟ, ହାତ ଗ୍ଳୋବ୍ସ, ମୁଣ୍ଡରେ ଟୋପି, ଗୋଡ଼ରେ ଜୋତା ଇତ୍ୟାଦି !
ଏହାଛଡ଼ା ଗ୍ରୀଷ୍ମ ପ୍ରବାହ ଯୋଗୁଁ, ଆଗାମୀ ଜୁନ 15 ପର୍ଯ୍ୟନ୍ତ ଶ୍ରମିକ ମାନେ ଦିନ 11 ଟାରୁ ଅପରାହ୍ନ 3 ଘଟିକା ପର୍ଯ୍ୟନ୍ତ କାର୍ଯ୍ୟରେ ନିୟୋଜିତ ହୋଇପାରିବେ ନାହିଁ !
ଯଦି ଏହିଭଳି ଦୃଶ୍ୟ ଦୃଷ୍ଟି ଗୋଚର ହୁଏ, ତେବେ ଠିକାଦାର ଓ ସଂସ୍ଥା ବିରୋଧରେ ଆଇନ ଭିତିକ କାର୍ଯ୍ୟାନୁଷ୍ଠାନ ନିଆଯିବାର ସରକାର ଅନୁମୋଦିତ କରିଛନ୍ତି !
ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଆଖିରେ, ପଟି ବାନ୍ଧି ଧୃଷ୍ଟ ରାଷ୍ଟ୍ର ସାଜିବା କେତେଦୂର ଆଇନ ସଂମତ, ତାହା ସାଧାରଣ ରେ ଚର୍ଚ୍ଚା ହେଉଛି !
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق