'ନିମ୍ନ ଅଦାଲତଙ୍କ ଆଦେଶକୁ କାର୍ଯ୍ୟକାରୀ କରୁନାହିଁ ପୁଲିସ'; ହାଇକୋର୍ଟ କ୍ଷୁବ୍ଧ, ପଦକ୍ଷେପ ନେବାକୁ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ
ନିମ୍ନ ଅଦାଲତଙ୍କ ଆଦେଶକୁ କାର୍ଯ୍ୟକାରୀ କରିବା ଦାୟିତ୍ୱ ସ୍ଥାନୀୟ ଥାନା ଅଧିକାରୀଙ୍କର । ଯଦି ଥାନା ଅଧିକାରୀ ଅଦାଲତଙ୍କ ଆଦେଶକୁ କାର୍ଯ୍ୟକାରୀ ନ କରନ୍ତି ତାହେଲେ ବାଧ୍ୟହୋଇ କ୍ଷତିଗ୍ରସ୍ତ ବ୍ୟକ୍ତି ବା ମହିଳାମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ । ଯାହାଦ୍ୱାରା ହାଇକୋର୍ଟଙ୍କ ଉପରେ ଅଯଥାରେ ମାମଲାର ପାହାଡ଼ ସୃଷ୍ଟି ହେବ ।
ନିମ୍ନ ଅଦାଲତଙ୍କ ଆଦେଶକୁ ସ୍ଥାନୀୟ ଥାନା ପକ୍ଷରୁ କାର୍ଯ୍ୟକାରୀ କରାଯାଉ ନାହିଁ । ପୁଲିସ ଅଧିକାରୀଙ୍କ ଏଭଳି ମନୁମୁଖି କାର୍ଯ୍ୟକୁ ନେଇ ହାଇକୋର୍ଟ ଗଭୀର ଉଦ୍ବେଗ ପ୍ରକାଶ କରିବା ସହ ପୁଲିସ ଡିଜିଙ୍କୁ ଏ ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ପୁଲିସ କମିସନର ଏବଂ ଜିଲ୍ଲା ଏସ୍ପି ପ୍ରତ୍ୟେକ ଥାନା ଅଧିକାରୀଙ୍କୁ ନିମ୍ନ ଅଦାଲତଙ୍କ ଆଦେଶକୁ ଯେପରି କାର୍ଯ୍ୟକାରୀ କରାଯାଏ ତାହା ପୁଲିସ ଡିଜି ନିଶ୍ଚିତ କରିବେ ବୋଲି ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି । ଯାହାଦ୍ୱାରା ହାଇକୋର୍ଟ ଉପରେ ଏଭଳି ମାମଲା ଆଉ ବୋଝ ହେବ ନାହିଁ । ଏହି ପରିପ୍ରେକ୍ଷୀରେ ପୁଲିସ ଡିଜି ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେବେ ବୋଲି ହାଇକୋର୍ଟ ଆଶାବ୍ୟକ୍ତ କରିଛନ୍ତି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق