ଶରଣକୂଳ ଥାନା ଇନ୍ସପେକ୍ଟରଙ୍କ ବିରୋଧରେ ମହିଳାଙ୍କ ଅଭିଯୋଗ
ନୟାଗଡ଼ ଜିଲ୍ଲାର ଶରଣକୂଳ ଥାନାର ଇନ୍ସପେକ୍ଟର ଶ୍ରୀ ସୁଜିତ ଦାସଙ୍କ ବିରୋଧରେ ଜଣେ ମହିଳାଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ଗ୍ରହଣ କରାଯାଇଛି।
ଏହି ଘଟଣାରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି ।
ଘଟଣାର ନିଷ୍ପକ୍ଷ ଓ ସଠିକ୍ ତଦନ୍ତ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା (CAW & CW) ଦ୍ୱାରା କରାଯିବ।
ସେହିପରି, ତଦନ୍ତ ପ୍ରକ୍ରିୟାର ସ୍ୱଚ୍ଛତା ଓ ନିରପେକ୍ଷତାକୁ ଦୃଷ୍ଟିରେ ରଖି ଇନ୍ସପେକ୍ଟର ଶ୍ରୀ ସୁଜିତ ଦାସଙ୍କୁ ଯଥାଶୀଘ୍ର ଶରଣକୂଳ ଥାନାରୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରିବା ପାଇଁ ରାଜ୍ୟ ପୋଲିସ ମୁଖ୍ୟାଳୟ ତରଫରୁ ନିର୍ଦ୍ଦେଶ ଦିଆଯାଇଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق