BREAKING
Loading...
:

ଲାଞ୍ଜିଗଡ଼ ବ୍ଲକ ଗ୍ରସ୍ତରେ ମୁଖ୍ୟ ଉନ୍ନୟନ ଅଧିକାରୀ,ଉନ୍ନୟନମୂଳକ କାଯ୍ୟ ତଦାରଖ କଲେ

 ଲାଞ୍ଜିଗଡ଼ ବ୍ଲକ ଗ୍ରସ୍ତରେ ମୁଖ୍ୟ ଉନ୍ନୟନ ଅଧିକାରୀ,ଉନ୍ନୟନମୂଳକ କାଯ୍ୟ ତଦାରଖ କଲେ 



ଲାଞ୍ଜିଗଡ଼,  -: ଲାଞ୍ଜିଗଡ଼ ବ୍ଲକ ଗ୍ରସ୍ତରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ସମୀୟ ରଞ୍ଜନ ପ୍ରଧାନ  ଲାଞ୍ଜିଗଡ଼ ବ୍ଲକ ଗସ୍ତ କରି ପ୍ରଧାନମନ୍ତ୍ରୀ ଜନମନ ଆବାସ ଯୋଜନା ଏବଂ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି।ଲାଞ୍ଜିଗଡ଼ ବ୍ଳକ ଭଟାଙ୍ଗ ପଦର ପଞ୍ଚାୟତ ଟୁଟୁଗୁମା,ଲାଞ୍ଜି ପଞ୍ଚାୟତ ତୁର୍କା ଓ ବିକାଶ ନଗର, ବିଜେପୁର ପଞ୍ଚାୟତ ପିଡ଼ିଶାଲ ଓ ଲାଞ୍ଜିଗଡ଼ ପଞ୍ଚାୟତ କେନ୍ଦୁଗୁଡା ଗାଁକୁ ଯାଇ ପ୍ରଧାନମନ୍ତ୍ରୀ ଜନମନ ଯୋଜନାରେ ନିର୍ମିତ ହେଉଥିବା ଘରଗୁଡ଼ିକର ନିରୀକ୍ଷଣ କରିଥିଲେ।ଏହି ଗସ୍ତରେ ବିଭିନ୍ନ ଉନ୍ନୟନ କାମର ସ୍ଥିତି ମଧ୍ୟ ଅନୁଧ୍ୟାନ କରିଥିଲେ।ଏହି ପରିଦର୍ଶନ ସମୟରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ଶ୍ରୀ ପ୍ରଧାନ ସମ୍ପୃକ୍ତ ଅଧିକାରୀମାନଙ୍କୁ ବାକି ଥିବା ଘର କାମ ତୁରନ୍ତ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଟୁଟୁଗୁମା ଗାଁକୁ ସଂଯୋଗ ପାଇଁ ଭଟାଙ୍ଗପଦର ଦାୟିତ୍ଵରେ ଥିବା କନିଷ୍ଠ ଯନ୍ତ୍ରୀଙ୍କୁ ତୁରନ୍ତ ରାସ୍ତା ନିର୍ମାଣ କାମ ଆରମ୍ଭ କରିବାକୁ କହିଛନ୍ତି। ପିଡ଼ିଶାଲ ଗାଁର ଗ୍ରାମବାସୀଙ୍କ ସହ ଆଲୋଚନା କରି ପାଇପ ଲାଇନ୍ ଯୋଗେ ପିଇବା ପାଣି ଯୋଗାଣ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି ପରିଦର୍ଶନ ପରେ ଲାଞ୍ଜିଗଡ଼ ବ୍ଲକ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ଶ୍ରୀ ପ୍ରଧାନ ଗ୍ରାମୀଣ ଆବାସ ଯୋଜନା ଏବଂ ଅନ୍ୟ ଉନ୍ନୟନ କାର୍ଯ୍ୟକ୍ରମକୁ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ଗ୍ରାମୀଣ ଗୃହ ପ୍ରକଳ୍ପ ପରିଚାଳକ ଅମୂଲ୍ୟ ବାହୁଲ, ଲାଞ୍ଜିଗଡ଼ ବିଡ଼ିଓ ଶଶାଙ୍କ ପାତ୍ର ସମେତ କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS