BREAKING
Loading...
:

ଯମଟାଙ୍ଗୀରେ ସ୍ୱାସ୍ଥ୍ୟ ପରୀକ୍ଷା ଓ ସଚେତନତା ଶିବିର।

 ଯମଟାଙ୍ଗୀରେ ସ୍ୱାସ୍ଥ୍ୟ ପରୀକ୍ଷା ଓ ସଚେତନତା ଶିବିର।



ବୌଦ୍ଧ -:ବୌଦ୍ଧ ବ୍ଲକ ମନୁପାଲି ପଞ୍ଚାୟତ ଯମଟାଙ୍ଗୀ ଗ୍ରାମରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ୱାଇସିଡ଼ିଏ ଓ ଦେଶାଇ ଫାଉଣ୍ଡେସନର ମିଳିତ ଆୟୋଜନରେ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ବାଉଁଶୁଣୀ ମେଡିକାଲର ଡା.  ପ୍ରାଚୀ ଗୁପ୍ତା ଶିବିରରେ ଯୋଗଦେଇ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ଲୋକମାନଙ୍କୁ ସ୍ୱାସ୍ଥ୍ୟ ସଚେତନତା ସମ୍ବନ୍ଦୀୟ ପରାମର୍ଶ ପ୍ରଦାନ କରିଥିଲେ। ଏଥିରେ ୩୦୦ ଜଣ ପୁରୁଷ ଓ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ଅନୁଷ୍ଠାନର ବ୍ଲକ କୋଡିନେଟର ଶୁଭଲକ୍ଷ୍ମୀ ବାରିକ ଓ ସୁପ୍ରିତ ମେହେର  ଶିବିର ପରିଚାଳନା କରିଥିଲେ। ପ୍ରଦୀପ ନନ୍ଦ, ସଂଜିତ ବେହେରା, ଭଗବତୀ ମେହେର ପ୍ରମୁଖ ସ୍ବେତ୍ସାସେବୀଙ୍କ ସହିତ ସ୍ଥାନୀୟ ଅଙ୍ଗନବାଡି ଓ ଆଶା କର୍ମୀମାନେ ପରିଚାଳନାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ କବିତା ସ୍ୱାଇଁ ମଧ୍ୟ ଯୋଗ ଦେଇଥିଲେ। ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ଓ ଲୋକଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା କରିବା ଲକ୍ଷରେ ଏହି ଶିବିରର ଆୟୋଜନ କରାଯାଇଥିଲା।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 


Post a Comment

أحدث أقدم
Header ADS