BREAKING
Loading...
:

ପରିବହନ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପବ୍ଲିକ ଟ୍ରାନ୍ସପୋର୍ଟ ସେବାର ସୁଚାରୁ ପରିଚାଳନା ପାଇଁ ବସ୍ ଓ ଟ୍ରକ୍‌ ମାଲିକ ସଙ୍ଘ ସହ STA ର ବୈଠକ

 




ପରିବହନ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପବ୍ଲିକ ଟ୍ରାନ୍ସପୋର୍ଟ ସେବାର ସୁଚାରୁ ପରିଚାଳନା ପାଇଁ ବସ୍ ଓ ଟ୍ରକ୍‌ ମାଲିକ ସଙ୍ଘ ସହ STA ର ବୈଠକ

- ପ୍ରତି ଜିଲ୍ଲାରେ ସ୍ୱତନ୍ତ୍ର ରିଟେଲ୍ ଆଉଟଲେଟ୍ ସ୍ଥିର କରାଯିବ 

- ଇନ୍ଧନ ପ୍ରସଙ୍ଗରେ ଗୁଜବକୁ ବିଶ୍ୱାସ ନ କରିବାକୁ ଅନୁରୋଧ

- ସ୍ୱାଭାବିକ ରହିବ ପବ୍ଲିକ୍ ଟ୍ରାନ୍ସପୋର୍ଟ ସେବା


କଟକ, 

:

ପବ୍ଲିକ ଟ୍ରାନ୍ସପୋର୍ଟ ସେବାର ସୁଚାରୁ ପରିଚାଳନା ପାଇଁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ପରିବହନ ପ୍ରାଧିକରଣ କାର୍ଯ୍ୟାଳୟରେ ପରିବହନ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଟ୍ରକ ମାଲିକ ସଂଘ, ବସ୍ Story ସଂଘ ଏବଂ ପ୍ରମୁଖ ତୈଳ କମ୍ପାନୀର ପ୍ରତିନିଧି ତଥା ରାଜ୍ୟ ସଂଯୋଜକଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। 

ବସ ଓ ଟ୍ରକ ମାଲିକମାନେ ପର୍ଯ୍ୟାପ୍ତ ଇନ୍ଧନ ପାଉନଥିବା ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଆଧାର କରି ପବ୍ଲିକ୍ ଟ୍ରାନ୍ସପୋର୍ଟ ସେବାରେ କୌଣସି ବିଘ୍ନ ନଉପୁଜେ ସେଥିପାଇଁ ଏହି ବୈଠକରେ ଅନେକ ସ୍ୱଳ୍ପକାଳୀନ ନିଷ୍ପତ୍ତି ନିଆଯାଇଛି, ଯେଉଁଥିରେ ପ୍ରତି ଜିଲ୍ଲାରେ ବସ୍ ଏବଂ ଟ୍ରକ୍ ପାଇଁ ସ୍ୱତନ୍ତ୍ର ପେଟ୍ରୋଲ ପମ୍ପ ସଂରକ୍ଷିତ (Reserve) ରଖିବା ସହ ଗାଡ଼ି ମାଲିକମାନେ ପୂର୍ବରୁ ବ୍ୟବହାର କରୁଥିବା ତେଲ ଟାଙ୍କିର ଏକ ସୂଚୀ ପ୍ରଦାନ କରିବେ ଏବଂ ଚିହ୍ନଟ ହୋଇଥିବା ସେହି ନିର୍ଦ୍ଦିଷ୍ଟ ଆଉଟ୍‌ଲେଟ୍‌ ଗୁଡ଼ିକରେ ସର୍ବଦା ଆବଶ୍ୟକୀୟ ଇନ୍ଧନ ମହଜୁଦ ରଖାଯିବ। 

ଏହା ସହିତ ଟ୍ରକଗୁଡ଼ିକ ସୁବିଧା ପାଇଁ ଜାତୀୟ ରାଜପଥ (ହାଇୱେ) କଡ଼ରେ ପ୍ରତି ଜିଲ୍ଲାରେ ପେଟ୍ରୋଲ ପମ୍ପ ଚିହ୍ନଟ କରାଯିବ ଏବଂ ଗାଡ଼ିଗୁଡ଼ିକର ଦୈନିକ ଆବଶ୍ୟକତା ଅନୁଯାୟୀ ସେହି ନିର୍ଦ୍ଦିଷ୍ଟ ପମ୍ପଗୁଡ଼ିକୁ ତୈଳ ଯୋଗାଣ ପ୍ରକ୍ରିୟାକୁ ସରକାର ଓ ତୈଳ କମ୍ପାନୀ ସିଧାସଳଖ ମନିଟରିଂ କରିବେ। 

ଇନ୍ଧନ ପ୍ରସଙ୍ଗରେ କୌଣସି ଗୁଜବକୁ ବିଶ୍ୱାସ ନ କରିବାକୁ ଅନୁରୋଧ କରାଯାଇଛି । ପବ୍ଲିକ ଟ୍ରାନ୍ସପୋର୍ଟ ସ୍ୱାଭାବିକ ରହିବ ବୋଲି ଆଶ୍ୱାସନା ଦିଆଯାଇଛି।

ଏହି ବୈଠକରେ ପରିବହନ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS