*ଆବାସ ଯୋଜନା କୁ ଚାହିଁ ରହି ଭଙ୍ଗା ଘରେ ବିତୁଛି ଜୀବନ l*
ମାଲକାନଗିରି ,
ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ନାୟକଗୁଡା ପଞ୍ଚାୟତ ନିକଟସ୍ଥ ଚଲାଣ ଗୁଡା ଗ୍ରାମରେ ୨ ଝିଅ ଓ ୨ ପୁଅ ଏବଂ ସ୍ୱାମୀ ସ୍ତ୍ରୀ ଏମିତି ୬ ଜଣ ଏହି ଭଙ୍ଗା ଦଦରା କୁଡ଼ିଆ ଘରେ ତାହାବି ତେନ୍ତୁଳି ଗଛ ମୂଳେ କାଳ ବୈଶାଖୀ ଭୟ ହେଉଥିଲେ ମଧ୍ୟ ବସବାସ କରି ରହିଛନ୍ତି ରହିତ ପାଙ୍ଗି l ଏହା ବଡ଼ ଦୁଃଖ ପରୀତାପ ର ଦୃଶ୍ୟ ଯାହାକି ପୂର୍ବତନ ବିଧାୟକ ରହିଛନ୍ତି ଏହି ଗାଁରେ ଏବଂ ବର୍ତମାନ ମାଥିଲି ବ୍ଲକ ଅଧ୍ୟକ୍ଷ ଙ୍କ ଘର ମଧ୍ୟ ଏହି ଚଲାଣ ଗୁଡା ଗାଁରେ l ରହିତ ଆଜକୁ କିଛି ବର୍ଷ ହେବ ନିଜ ଦୁଃଖ ଗୁହାରି କରିଛନ୍ତି ବିଧାୟକ ଙ୍କୁ ଏବଂ ଗୁହାରି କରିଛନ୍ତି ବ୍ଲକ ଅଧ୍ୟକ୍ଷ ଏବଂ ବିଡ଼ିଓ ମାଥିଲି ଙ୍କୁ ହେଲେ ମଧ୍ୟ କେହି ଶୁଣୁନାହାନ୍ତି l ଏମିତି କି ଏହି ଦୃଶ୍ୟ ଦେଖିବାକୁ ମଧ୍ୟ ଆସିଥିଲେ ବିଡ଼ିଓ ମହୋଦୟ ଏବଂ ଅଧ୍ୟକ୍ଷ ମହୋଦୟ ଏବଂ ଅତି ଶୀଘ୍ର କରିଦେବା କହି ଆଜିଯାଏଁ କିଛି ନାହିଁ l ଏବଂ ପାଖରେ ଥିବା ତେନ୍ତୁଳି ଗଛର ଭୟ କେଉଁ ମୁହୂର୍ତ୍ତ ରେ ଭାଙ୍ଗିଯାଇ ଏହି କୁଡ଼ିଆ ଘରେ ପଡିଯିବାର ସମ୍ବାବନା ରହିଛି ତେଣୁ ଏହି ଗଛ କାଟିବା କୁ କହି ଥିଲେ ବିଡ଼ିଓ ବାବୁ ଅଗ୍ନିଶ୍ରମ ବାହିନୀ ଅଧିକାରୀ ଙ୍କୁ ହେଲେ ତାହା ବି ଆଜିପର୍ଯ୍ୟନ୍ତ ହେଇପାରିଲା ନାହିଁ l କଥାରେ ଅଛି (ଦୀପ ତଳେ ଅନ୍ଧାର) ରହିତ ଙ୍କ ଦୁଃଖ ଦେଖି ଗ୍ରାମବାସୀ ମଧ୍ୟ ପ୍ରଶାସନ ଙ୍କୁ ଅନୁରୋଧ କରିଛନ୍ତି କି ଆବାସ ଖଣ୍ଡେ ମିଳୁ ଏବଂ ଖାଇବାକୁ ହେଲେ ପରିବାରରେ ୬ ଜଣ ଙ୍କ ନାମ ରାସନ କାର୍ଡ ରେ ଥିବା ବେଳେ ୨ ଜଣଙ୍କ ନାରେ ରାସନ ଚାଉଳ ମିଳୁଛି ଆଉ ପୁଅ ଝିଅ ଙ୍କୁ ମିଳୁ ନାହିଁ,ଏହା ବଡ଼ ବିଡମ୍ବନା ର ବିଷୟ l ରହିତ ଙ୍କ ସମସ୍ୟା ଦୀର୍ଘ ଦିନରୁ ଉପୁଜିବାର କାରଣ କଣ ସ୍ୱାଧୀନତାର ଦୀର୍ଘ ବର୍ଷ ବିତିଯାଉଥିଲେ ମଧ୍ୟ ଆଜିବି ମୌଳିକ ସୁବିଧାରୁ ବଂଚିତ l ଯାହା କି ଆଦିବାସି ଅଦ୍ୟୁଷିତ ଅଂଚଳ ର ବିକାଶ ନାଁରେ କୋଟି କୋଟି ଟଙ୍କା ମାଂଝୁର ହେଉଥିଲେ ମଧ୍ୟ ଏଠି ଗରିବ ଖଟିକିଆ ଅନେଇ ବସିଛନ୍ତି ଆବାସ ଯୋଜନା ଖଣ୍ଡେ ପାଇଁ l ଏହି କୁଡ଼ିଆ ଭିତରୁ ଦିନରେ ସୂର୍ଯ୍ୟ ଏବଂରାତିରେ ତାରା କାଳ ବର୍ଷାରେ ଅନ୍ୟ ଘରେ ମୁଣ୍ଡ ଗୁଂଜି ବୁଲନ୍ତି ରହିତ ଙ୍କ ପରିବାର l ଇଏ ହଉଚି ଆମ ଅଂଚଳ ର ବିକାଶ,ଏମିତି କି ବିକାଶ ନାଁରେ ଆଉ କେତେ ଅର୍ଥ ଲୁଟ ଚାଲିବ,ଯାହାର ଆବଶ୍ୟକ ଆବାସ ଯୋଜନା ଗୃହ ପାଇବାକୁ ଥିବା ହିତାଧିକାରୀ ପାଉନାହାନ୍ତି l ଯାହାର ବେପାର କରି ସୁବିଧା ରେ ଲକ୍ଷାଧିକ ଆୟ କରୁଛନ୍ତି ସେ ପାଉଛି ଆବାସ ଯୋଜନା ଧନ୍ୟ ହେ ମାଥିଲି ବ୍ଲକ ପ୍ରଶାସନ l ଟିକେ ଆନ୍ତରିକତା ହେଉ ଏବଂ ଆଦିବାସୀ ଅଦ୍ୟୁଷିତ ଅଂଚଳ ର ବିକାଶ ପାଇଁ ଏହି ଦୁଃଖ ଦୁର୍ଦଶା ରେ ଜୀବନ କାଟୁଥିବା ରହିତ ପାଙ୍ଗି ଙ୍କ ପରିବାର କୁ l ଜିଲ୍ଲା ପ୍ରଶାସନର ଦୃଷ୍ଟି ପଢୁ ବୋଲି ଗ୍ରାମବାସୀ କହିଛନ୍ତି l ଏବଂ ଏହି ସମସ୍ୟା ର ସମାଧାନ କେବେ ହେବ ତାକୁ ନେଇ ଅନେଇ ବସିଛନ୍ତି ଚଲାଣ ଗୁଡା ଗ୍ରାମବାସୀ l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق