BREAKING
Loading...
:

ଗ୍ରାମ୍ୟ ଜଙ୍ଗଲରୁ ଦୃର୍ବୁତ୍ତ କାଟିନେଲେ ଶାଗୁଆନ ଗଛ

 ଗ୍ରାମ୍ୟ ଜଙ୍ଗଲରୁ ଦୃର୍ବୁତ୍ତ କାଟିନେଲେ ଶାଗୁଆନ ଗଛ 



ବୌଦ୍ଧ , ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ପଂଚାୟତ ଅନ୍ତର୍ଗତ ବୁରକଟା ଗ୍ରାମ୍ୟ ଜଙ୍ଗଲରୁ ଦୃର୍ବୁତ୍ତ ମାନେ ମୂଲ୍ୟବାନ ଶାଗୁଆନ ଗଛ କାଟି ନେଇଥିବା ଜଣା ପଡ଼ିଛି। ସୂଚନାଯୋଗ୍ୟ ଯେ ୨୦୨୦- ୨୧ ମସିହାରେ ପୁର୍ବତନ ସରପଞ୍ଚଙ୍କ ଉଦ୍ୟମରେ ଗ୍ରାମର ଝାରବଢାନିଠାରେ ପ୍ରାୟ ୫ ଏକର ଜଙ୍ଗଲ ଜମିରେ ୫୦୦ ରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରକାରର ଯଥା ଶାଗୁଆନ, ଶିଷ, ଭେରୁ, ଧଉରା ଆଦି ୨୦୦ ରୁ ଉର୍ଦ୍ଧ୍ବ ଗଛ ଲଗାଯାଇଥିଲା। ଏହାର ରକ୍ଷଣା ବେକ୍ଷଣ ଦାୟିତ୍ଵ ଗ୍ରାମବାସୀ ଉପରେ ନ୍ୟସ୍ତ ଥିଲା। ତେବେ ଗଛ ଗୁଡ଼ିକ ପ୍ରାୟ ୧୫/୨୦ ଫୁଟ ଉଚ୍ଚ ହୋଇଥିବା ବେଳେ କେବଳ ଦୃର୍ବୁତ୍ତ ମାନେ ୫୦ ରୁ ଉର୍ଦ୍ଧ୍ବ କେବଳ ଶାଗୁଆନ ଗଛ କାଟି ନେଇଥିବା ଜଣା ପଡିଛି। ଗଛ ଗୁଡ଼ିକ ୧୫ ଦିନ ଆଗରୁ କଟା ଯାଇଥିବା ଅନୁମାନ କରାଯାଉଛି। ତେବେ ଗତ କାଲି ଗ୍ରାମର କିଛି ବ୍ୟକ୍ତି ଗ୍ରାମ୍ୟ ଜଙ୍ଗଲ ପଟକୁ ବୁଲି ଯାଇଥିବା ବେଳେ ଗଛ କଟା ଯାଇଥିବା ଦେଖିବାକୁ ପାଇଥିଲେ। ଏଵଂ ଏହି ଘଟଣା ଗ୍ରାମବାସୀଙ୍କୁ ଜଣାଇଥିଲେ। ଏହା ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଚନା ଦେଖା ଦେଇଛି। ଏ ସମ୍ପର୍କରେ ଜଙ୍ଗଲ ବିଭାଗ ଓ ଗ୍ରାମବାସୀ ଟେର ନପାଇବା ସାଧାରଣରେ ପ୍ରଶ୍ନବାଚି ଦେଖା ଦେଇଛି। ଆଗରୁ ଗ୍ରାମବାସୀ ଗୋରୁ ଗାଈ ଚରାଇ ଯାଉଥିବାରୁ ଏହା ଉପରେ ଦୃଷ୍ଟି ରହୁଥିଲା। ତେବେ ଚାଷ ଜମିରେ ନିଆଁ ଲଗାଇ ଦେଇଥିବାରୁ ଆଉ ଗାଈ ଗୋରୁ ଚରାଇବାକୁ ଯାଉନଥିବାରୁ ଜାଣି ପାରିନଥିଲେ। ଜିଲ୍ଲା ପ୍ରଶାସନ ଏହାର ତଦନ୍ତ କରି ତୁରନ୍ତ ଦୃର୍ବୁତ୍ତଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS