'କଲମ' ପକ୍ଷରୁ ବିଶ୍ବକବି ରବୀନ୍ଦ୍ରନାଥ ଠାକୁରଙ୍କ ଜୟନ୍ତୀ ପାଳିତ
ସମ୍ବଲପୁର:
କବିତା ରଚନା ପାଇଁ ଜଟିଳ ଶବ୍ଦ ନୁହେଁ ଭାବର ଗାମ୍ଭୀର୍ଯ୍ୟତା ଅତ୍ୟନ୍ତ ଜରୁରୀ। ଉଦାର, ସ୍ବାର୍ଥ ତ୍ୟାଗ, ମୁକ୍ତ ବିଚାର ଓ ସରଳତା ଏହାର ଅଳଙ୍କାର ଅଟେ। ଅନୁଭବ ଓ ସଚେତନତା ହିଁ ଶ୍ରେଷ୍ଠ ରଚନା ସୃଷ୍ଟିରେ ସହାୟକ ହୋଇଥାଏ। ପୃଥିବୀର ସମସ୍ତ ଭାଷା, ଲେଖକ ଓ କବିଙ୍କୁ ପଢ଼ିବା ପରେ ହିଁ ଆମ ଜ୍ଞାନର ବିସ୍ତାର ହୋଇଥାଏ। ବିଶ୍ୱର ଉନ୍ନତି ଓ ଶାନ୍ତି ପାଇଁ କବି ହିଁ ମନ୍ତ୍ର ଉଚ୍ଚାରଣ କରିପାରେ। ସଙ୍କିର୍ଣ୍ଣତାରୁ ଉଦ୍ଧାର ହେବା ହିଁ କବିତ୍ୱ। ବିଶ୍ବକବି ଗୁରୁ ରବୀନ୍ଦ୍ରନାଥ ଠାକୁରଙ୍କ ଜୟନ୍ତୀ ଅବସରରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ମୁକ୍ତକଣ୍ଠ ପ୍ରଧାନ ଯୋଗ ଦେଇ ମନ୍ତବ୍ୟ ଦେଇଥିଲେ। 'କଲମ' ପରିବାର ଟ୍ରଷ୍ଟ ସଭାପତି ତଫିଜୁଲ ହୁସେନଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜିଲ୍ଲା ସାମ୍ବାଦିକ ଭବନରେ ଜୟନ୍ତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଉପ-ସଭାପତି ଜୟକୃଷ୍ଣ ବେହେରା ଓ ସମ୍ପାଦକ କ୍ଷେତ୍ରମଣି ବିଭାର କବି ଗୁରୁଙ୍କ ସ୍ମୃତିଚାରଣ କରିଥିଲେ। ପରେ ଡ଼.ଅନୁପମା ବିଶ୍ବାଳଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ସୁପ୍ରିୟା ଦାସ, ଡ଼ ପଦ୍ମାଳୟା ପଣ୍ଡା, ସବିତା ମିଶ୍ର, ମମତା ନାଥ, ଭବାନୀ ଶଙ୍କର ମେହେର, ପ୍ରଭଞ୍ଜନ ପୁରୋହିତ, ପ୍ରଦୀପ ରଞ୍ଜନ ପାଣିଗ୍ରାହୀ, ନିରୁପମା ବଡ଼ପଣ୍ଡା, ପ୍ରଣତି ମହାପାତ୍ର, ଗଦାଧର ନିଆଲ ପ୍ରମୁଖ କବି କବୟିତ୍ରୀ କବିତା ପାଠ କରିଥିଲେ। ଶେଷରେ ଅନୁଷ୍ଠାନର ପରାମର୍ଶଦାତା ଶଙ୍କର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق