BREAKING
Loading...
:

ରୋଗୀଙ୍କ ଜୀବନ ସହ ଖେଳୁଛନ୍ତି ନକଲି ଡାକ୍ତର, ପ୍ରଶାସନକୁ ବେଖାତିର

 ରୋଗୀଙ୍କ ଜୀବନ ସହ ଖେଳୁଛନ୍ତି ନକଲି ଡାକ୍ତର, ପ୍ରଶାସନକୁ ବେଖାତିର



ଦେଓଗାଁ-  ସରକାର ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ କରିବା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଅନ୍ୟପଟେ କିଛି ନକଲି ଡାକ୍ତର ଓ ବେଆଇନ କ୍ଲିନିକ ଚାଳକମାନେ ରୋଗୀଙ୍କ ଜୀବନ ସହ ଖେଳୁଥିବା ଅଭିଯୋଗ ଆସୁଛି। ପ୍ରଶାସନର ନାକ ତଳେ ଦିନକୁ ଦିନ ଏଭଳି ବେଆଇନ ଚିକିତ୍ସା କେନ୍ଦ୍ର ବଢ଼ି ଚାଲିଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ଦେଖାଦେଇଛି।

ଅଭିଯୋଗ ଅନୁସାରେ ରବି ମେହେର ଗ୍ରାମ -ଡେଷଣ୍ଢ ଥାନା -ଦେଓଗାଁ, ଜିଲ୍ଲା -ବଲାଙ୍ଗୀର ର ବ୍ୟକ୍ତି ନିଜକୁ ଡାକ୍ତର ପରିଚୟ ଦେଇ ଗ୍ରାମାଞ୍ଚଳରେ ଶ୍ରୀ ରାମ ମେଡିକାଲ ଷ୍ଟୋର ନାମରେ କ୍ଲିନିକ ଖୋଲି ରୋଗୀଙ୍କୁ ଚିକିତ୍ସା କରୁଛନ୍ତି। କୌଣସି ସ୍ୱୀକୃତ ଡିଗ୍ରୀ କିମ୍ବା ସରକାରୀ ଅନୁମତି ନଥିଲେ ମଧ୍ୟ ଇଞ୍ଜେକ୍ସନ, ସାଲାଇନ, ଔଷଧ ପ୍ରୟୋଗ ସହ ଗୁରୁତର ରୋଗର ଚିକିତ୍ସା କରାଯାଉଛି। ଅନେକ ସମୟରେ ଭୁଲ ଚିକିତ୍ସା ଯୋଗୁଁ ରୋଗୀଙ୍କ ଅବସ୍ଥା ଅଧିକ ସଙ୍କଟପୂର୍ଣ୍ଣ ହେଉଥିବା କଥା ମଧ୍ୟ ସାମ୍ନାକୁ ଆସୁଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, କିଛି ନକଲି ଡାକ୍ତର ଦିନକୁ ଶତାଧିକ ରୋଗୀ ଦେଖୁଥିବା ସହ ମୋଟା ଅଙ୍କର ଟଙ୍କା ଆଦାୟ କରୁଛନ୍ତି। ଗରିବ ଓ ଅଶିକ୍ଷିତ ଲୋକମାନେ ସହଜରେ ସେମାନଙ୍କ ଠକେଇର ଶିକାର ହେଉଛନ୍ତି। ସବୁଠୁ ଚିନ୍ତାର ବିଷୟ ହେଲା, ବାରମ୍ବାର ଅଭିଯୋଗ ସତ୍ତ୍ୱେ ସମ୍ପୃକ୍ତ ବିଭାଗ କୌଣସି କଡ଼ା ପଦକ୍ଷେପ ନେଉନଥିବାରୁ ପ୍ରଶାସନର କାର୍ଯ୍ୟପ୍ରଣାଳୀ ଉପରେ ପ୍ରଶ୍ନ ଉଠିଛି।

ସଚେତନ ମହଳର ମତାନୁସାରେ, ଯଦି ଶୀଘ୍ର ଏହି ବେଆଇନ କ୍ଲିନିକ ଓ ନକଲି ଡାକ୍ତରଙ୍କ ବିରୋଧରେ ଚଢ଼ାଉ କରାନଯାଏ, ତେବେ ଆଗାମୀ ଦିନରେ ବଡ଼ ଅଘଟଣ ଘଟିପାରେ। ସେମାନେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗଙ୍କୁ ତୁରନ୍ତ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS