ବିଦ୍ୟୁତ୍ ବିଭାଗର ଠିକା କର୍ମଚାରୀ ଙ୍କୁ ଛଟେଇ ଅଭିଯୋଗ
ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ଅନ୍ତର୍ଗତ TPCODL ଟାଟା ପାୱର ବଇଣ୍ଡା ବିତ୍ୟୁତ୍ ଅଫିସ ବାହାରେ ଛଟେଇ ହୋଇଥିବା ଓ ଅନ୍ୟ କର୍ମ ଚାରି ମାନଙ୍କୁ ନେଇ ଏକ ଆନ୍ଦୋଳନ କରିଥିଲେ । ଯାହାକି ଠିକା ସଂସ୍ଥା ଅଧୀନରେ ପ୍ରାୟ 6 ବର୍ଷ ଧରି ବିଦ୍ୟୁତ୍ ବିଭାଗର କାମ କରି ଆସୁଛନ୍ତି । କିନ୍ତୁ ସେମାନଙ୍କୁ କୌଣସି ସୂଚନା ନ ଦେଇ ଚାକିରି ବାହାର କରି ଦେବା କେତେ ଦୁର ଠିକ୍ ପରବର୍ତ୍ତୀ ସମୟରେ ସେମାନଙ୍କ ଭବିଷ୍ୟତ କଣ ଆଗକୁ ହେବ ବାକି ରହିଲା ଦେଖିବାକୁ । ଅଭିଯୋଗ କାରୀ ମାନଙ୍କ କହିବା ଅନୁଯାୟୀ ସର୍ଵ ମୋଟ୍ 10 ଜଣଙ୍କୁ ବାହାର କରି ଦିଆଯାଇଛି
ପ୍ରାୟ 6 ବର୍ଷ ଧରି ବିଦ୍ୟୁତ୍ ବିଭାଗର ଠିକା ସଂସ୍ଥା ଅଧୀନରେ କାମ କରି ଆସୁଥିଲେ । ଆଠମଲ୍ଲିକ,ବାମୂର୍, ବଇଣ୍ଡା ଅଧିନରେ 10 ଜଣ ବିଦ୍ୟୁତ୍ ବିଭାଗ ର କର୍ମ ଚାରି ଙ୍କୁ ବାହାର କରି ଦିଆଯାଇଛି ।
ବିଦ୍ୟୁତ୍ ବିଭାଗର SDO ଙ୍କୁ ପଚାରିବାରୁ ସେ କୌଣସି ସୂଚନା ଦେଇ ନ ଥିଲେ । ତାଙ୍କ କହିବା ଅନୁଯାୟୀ ମୋ ପାଖରେ କୌଣସି ସୂଚନା ନାହିଁ ସୂଚନା ଆସିଲେ ଜଣାଇବେ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق