BREAKING
Loading...
:

ବାଲିମେଳା ମହାବିଦ୍ୟାଳୟରେ ୯୦ପ୍ରତିଶତ ପାସ ହାର




 ବାଲିମେଳା ମହାବିଦ୍ୟାଳୟରେ ୯୦ପ୍ରତିଶତ ପାସ ହାର

ବାଲିମେଳା /-

ମାଲକାନଗିରି ଜିଲ୍ଲା ବାଲିମେଳା ମହାବିଦ୍ୟାଳୟରେ +୨ ରେ ପାସ ହାର ୯୦%।ଚଳିତ ବର୍ଷ +୨ଦେଇଥିବା ସମସ୍ତ ବିଭାଗର ପରୀକ୍ଷା ଫଳ  ପ୍ରକାଶିତ ହୋଇଛି।କଳା ବିଭାଗରେ କଲେଜ ରେ ପ୍ରଥମ ସ୍ଥାନ ମଧୁସ୍ମିତା ସେଠୀ ୫୦୬,ଦ୍ୱିତୀୟ ସ୍ଥାନ ଦିଲୀପ କବାସୀ ୪୯୦ ତୃତୀୟରେ ଶୁଭଶ୍ରୀ ଡାକୁଆ ରଖିଥିବା ବେଳେ ମୋଟ ୨୯୯ଛାତ୍ର ଛାତ୍ରୀ ମାନେ ପରୀକ୍ଷା ଦେଇଥିବା ବେଳେ ମୋଟ ୨୭୦ଜଣ ପାସ ହୋଇଛନ୍ତି।ସେଥିରୁ ପ୍ରଥମ ଶ୍ରେଣୀରେ ୨୧ଦ୍ୱିତୀୟ ଶ୍ରେଣୀରେ ୫୭ ତୁତୀୟ ଶ୍ରେଣୀରେ ୧୭୨ଜଣ ପାସ ହୋଇଛନ୍ତି।ସେହିପରି ବିଜ୍ଞାନ ବିଭାଗରେ ମୋଟ ୧୦୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୮୪ଜଣ ପାସ ହୋଇଛନ୍ତି।ସୁମନ୍ତ ଡାକୁଆ ୪୧୭ ମାର୍କ ରଖି କଲେଜ ଟପର ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନ ପାଇଛନ୍ତି ଅଞ୍ଜଳି ମାଡକାମୀ ୩୭୮ତୃତୀୟ ସ୍ଥାନରେ ମହେନ୍ଦ୍ର ଖିଲ।ବାଣିଜ୍ୟରେ ମୋଟ ୬୦ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ସେଥି ମଧ୍ୟରୁ ୫୪ଜଣ ପାସ ହୋଇଛନ୍ତି।ମିନାକ୍ଷୀ ବିଶୋଇ ୩୬୭ ମାର୍କ ରଖି କଲେଜ ଟପର ହୋଇଥିବା ବେଳେ ଅଞ୍ଜନା ଖରା ୩୫୨ନ ରଖି ଦ୍ଵିତୀୟ ସ୍ଥାନ ଓ ତୃତୀୟ ସ୍ଥାନରେ ବିଜୟ ଖରା ୨୯୨ନ ରଖିଛନ୍ତି।ମହାବିଦ୍ୟାଳୟ ର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ମାଝୀ ସମସ୍ତ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS