BREAKING
Loading...
:

ଯୁବତୀଙ୍କୁ ୪ ବର୍ଷ ଗଣଦୁଷ୍କର୍ମ

 



ସୋସିଆଲ ମିଡ଼ିଆରେ ଆରମ୍ଭ ହେଲା ମନ ଦିଆନିଆ। ପରିଚୟ ଲୁଚାଇ ହିନ୍ଦୁ ଯୁବତୀଙ୍କୁ ଫସାଇଲେ ମୁସଲିମ ଯୁବକ। ବିବାହ ପାଇଁ କଥା ଦେଇ ଦେଖା କରିବାକୁ ଡାକିଲେ। ଆଉ ଯୁବତୀଜଣକ ପାଖକୁ ଆସିବା ପରେ ଯୁବକ ଦେଖାଇଲେ ନିଜ ଅସଲ ରୂପ।  ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ୪ ବର୍ଷ କାଳ ଯୁବତୀଙ୍କୁ  ବନ୍ଦୀ କରି ରଖିଲେ। ଧର୍ମ ପରିବର୍ତ୍ତନ କରାଇ ଜୋରଜବରଦସ୍ତ ନିକାହ ବି କଲେ। ଆଉ ସାଙ୍ଗଙ୍କ ସହ ମିଶି ନିଜ ପତ୍ନୀଙ୍କୁ ଗଣଦୁଷ୍କର୍ମ କରିବାକୁ ପଛାଇଲେ ନାହିଁ। ଦେଶର ରାଜଧାନୀ ଦିଲ୍ଲୀରେ ଘଟିଛି ଏପରି ଏକ ଛାତିଥରା ଲଭ ଜିହାଦ ଘଟଣା। ୪ ବର୍ଷ କାଳ ଏପରି ନୃଶଂସ କାଣ୍ଡ ଘଟି ଚାଲିଥିବା ବେଳେ ଶେଷରେ ପୀଡ଼ିତାଙ୍କ ଅଭିଯୋଗ ପରେ ଘଟଣା ଉପରୁ ପରଦା ହଟିଛି। 


୨୦୨୧ ମସିହାର ଏହି ଘଟଣା। ଫହିମ ନାମକ ଯୁବକ ସୋସିଆଲ ମିଡିଆରେ ନିଜକୁ ସାହିଲ ବୋଲି ପରିଚୟ ଦେଲେ। ଆଉ ଜଣେ ହିନ୍ଦୁ ଯୁବତୀଙ୍କ ସହ ବନ୍ଧୁତା କଲେ। ଧୀରେ ଧୀରେ କଥା ଆଗକୁ ବଢ଼ିଲା। ଫହିମଙ୍କ ମିଠା ମିଠା କଥା ଶୁଣି ଯୁବତୀ ଜଣକ ତାଙ୍କୁ ପ୍ରେମ କରି ବସିଲେ। ଏହା ପରେ ଫହିମ ଖେଳିଲେ ସାଂଘାତିକ ଚାଲ। ଦେଖା କରିବାକୁ ଯୁବତୀଙ୍କୁ ଜାମିଆ ନଗରସ୍ଥିତ ବାଟଲା ହାଉସକୁ ଡାକିଥିଲେ। ହେଲେ ସେଠାରେ ସେ ଯାହା ଦେଖିଲେ ଯୁବତୀଙ୍କ ପାଦ ତଳୁ ମାଟି ଖସିଗଲା। କାରଣ ସେ ଯାହାକୁ ସାହିଲ ଭାବୁଥିଲେ, ସେ ପ୍ରକୃତରେ ଥିଲେ ଫହିମ। ସେ ତାଙ୍କୁ ବନ୍ଦୀ କରି ରଖିଲେ। ପରେ ଜୋରଜବରଦସ୍ତ ଧର୍ମ ପରିବର୍ତ୍ତନ କରାଇ ନିକାହ ବି କଲେ। ଏଥିରେ ତାଙ୍କ ପରିବାର ତାଙ୍କୁ ସମ୍ପୂର୍ଣ୍ଣ ସହଯୋଗ କଲେ। ଫହିମ ଯୁବତୀଙ୍କୁ ଯୌନ ନିର୍ଯାତନା ଦେବା ସହ ତାଙ୍କ ସାଙ୍ଗମାନେ ବି ଗଣଦୁଷ୍କର୍ମ କରିବାକୁ ପଛାଇଲେ ନାହିଁ।   


ଦୀର୍ଘ ଦିନ ଏପରି ଅକଥନୀୟ ନିର୍ଯାତନା ସହିବାପରେ କୌଶଳକ୍ରମେ ଯୁବତୀଜଣକ ଉକ୍ତ ନର୍କରୁ ଖସି ଆସିଲେ। ଗତ ୧୩ ତାରିଖରେ ଜାମିଆ ନଗର ପୋଲିସ ଷ୍ଟେସନରେ ପହଞ୍ଚି ସେ ସବୁ ଘଟଣା ବଖାଣିଥିଲେ। ଏହା ପରେ ଆକ୍ସନ ମୁଡକୁ ଆସିଥିବା ପୋଲିସ୍ ୪ ଜଣଙ୍କୁ ବାନ୍ଧି ସାରିଲାଣି। ସେମାନଙ୍କ ମଧ୍ୟରେ ଫହିମ, ତାଙ୍କ ବାପା, ମା’ ଓ ଜଣେ ମୌଲାବୀ ଅଛନ୍ତି । ଫହିମ ମଧ୍ୟ ଅବୈଧ ବନ୍ଧୁକ ବ୍ୟବସାୟରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ଏହି ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇଦେଇଛି।  ଜାତୀୟ ମହିଳା କମିଶନ ମଧ୍ୟ ଏହି ଘଟଣାର  ସ୍ୱତଃ ତଦନ୍ତ ଆରମ୍ଭ କରିଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS