ରାସ୍ତା ବିଳମ୍ବ କୁ ନେଇ ଅସନ୍ତୋଷ
ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଦ ପଂଚାୟତ ର କଣ୍ଟିଆ ଗଡ଼ ନିକଟରେ ଅବସ୍ଥିତ ପ୍ରସିଦ୍ଧ ଶୈବ ପୀଠ ବଟେଶ୍ୱର ପୀଠରୁ ଜାତୀୟ ରାଜପଥ 16କୁ ସଂଯୋଗ ରାସ୍ତା ନିର୍ମାଣ ଧୀନ କାର୍ଯ୍ୟ ରେ ଅହେତୁକ ବିଳମ୍ବ ଯୋଗୁଁ ପର୍ଯ୍ୟଟକମାନେ ଘୋର ଅସୁବିଧା ସମ୍ମୁଖୀନ ହେଉ ଥିବା ବେଳେ ଏହି ରାସ୍ତା ଉପରେ ଯାତାୟତ ପାଇଁ ନିର୍ଭର କରିଥିବା ୩ ଗ୍ରାମର ଲୋକଙ୍କୁ ଅସୁବିଧା ଭୋଗିବାକୁ ପଡୁଛି l ଯାହାକୁ ନେଇ ବଟେଶ୍ୱର ଐତିହ ସଂରକ୍ଷଣ କମିଟିପକ୍ଷରୁ ଅନୁଷ୍ଠିତ ଏକ ବୈଠକ ରେସମସ୍ତେ ଘୋର ଅସନ୍ତୋଷ ପ୍ରକାଶ ପାଉଛି l ଏନେଇ କମିଟି ପକ୍ଷରୁ ଜିଲ୍ଲାପାଳ ଙ୍କୁ ଅବଗତ କରିବାକୁ ନିଷ୍ପତି ହୋଇଥିବା ସୂଚନା ମିଳିଛି l ରାସ୍ତାର ନିର୍ମାଣ ପାଇଁ ଦୀର୍ଘ ଦିନ ହେଲା ରାସ୍ତା ପାର୍ଶ୍ୱ ରେ ଖୋଳି ପକାଯାଇଥିବା ଯୋଗୁଁ ଯାନବାହାନ ଯିବା ଆସିବାରେ ଆସୁଥିବା ସୃଷ୍ଟି ହେଉଛି l ଚାରି ମାସ ହେଲା ଖୋଳି ପଡ଼ିଥିବା ଯୋଗୁଁ ଠିକାଦାର ଜଣକ ଉକ୍ତ କାର୍ଯ୍ୟ ପାଇଁ ତପ୍ତରତା ନଥିବା ଜଣାପଡୁଛି l ଏହା ବିଳମ୍ବ ଯୋଗୁଁ ଦୃଘଟଣା ମଧ୍ୟ ହେଉଛି l ପର୍ଯ୍ୟଟକ ପ୍ରତେକ ଦିନ ବର୍ତମାନ ଆସୁଥିବା ବେଳେ ରାସ୍ତା ପାଇଁ ସମସ୍ୟା ସୃଷ୍ଟି ହେଉଛି l ପ୍ରଶାସନ ପକ୍ଷରୁ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ୬ ଖଣ୍ଡ ଗ୍ରାମର ଜନସାଧାରଣ ପକ୍ଷରୁ ଦାବୀ ହେଉଛି l ପ୍ରକାଶ ଯୋଗ୍ୟ ଯେ ଉକ୍ତ ରାସ୍ତା ଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ରହିଛି l ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ପାଇଁ ଉକ୍ତ ବିଭାଗ ପକ୍ଷରୁ ଅର୍ଥ ବ୍ୟୟ ବରାଦ ହୋଇଛି l ଟେଣ୍ଡର ମାଧ୍ୟମରେ କାର୍ଯ୍ୟଦେଶ ପାଇଥିବl ଠିକାଦାର ଜଣକ କିନ୍ତୁ ନିର୍ମାଣ କାର୍ଯ୍ୟ ରେ ଠିକ ଭାବେ ତ୍ଵାରାନ୍ୱିତ କରୁନାହିଁ l ଫଳରେ ନିର୍ମାଣ କାର୍ଯ୍ୟ ବିଳମ୍ବ ହେଉଛି ବୋଲି ବଟେଶ୍ୱର ମନ୍ଦିର ପରିଚାଳନା କମିଟି ପକ୍ଷରୁ ଅଭିଯୋଗ ହୋଇଛି l ରାସ୍ତା ନିର୍ମାଣ ଆରମ୍ଭ 8,7,25ରୁ ଆରମ୍ଭ ହୋଇ 7,3,26 ଶେଷ ହେବା ନେଇ ବୋର୍ଡ ସୂଚନା ରହିଛି l ବର୍ତମାନ ମେ ମାସ ଆରମ୍ଭ ହୋଇଥିବା ବେଳେ ରାସ୍ତା କାମ କେବଳ ଖୋଳି ପକେଇ ଦିଆଯାଇଛି l ଯାହାକୁ ନେଇ ଲୋକଙ୍କୁ ଯାତାୟତ ରେ ବାଧା ସୃଷ୍ଟି ହେଉଛି l ଜିଲ୍ଲାପାଳ ବିଭୀଗୀୟ ଉଚ୍ଚ କତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟ ଶୀଘ୍ର ସାରିବାକୁ ଦାବୀ ହେଉଛି l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق