ସାମ୍ବାଦିକ ଙ୍କୁ ଖୋଲା ଖୋଲି ମରଣାନ୍ତକ ଆକ୍ରମଣ ପାଇଁ ଦେଲେ ଧମକ।
ମାରି ଗୋଡେଇଲେ ଶାସକ ଦଳ ର କୁଜି ନେତା ଶତୃଘ୍ନ ସହିତ ମନୋରଞ୍ଜନ ନାଥ।
ରାସୋଳ,ହିନ୍ଦୋଳ,ଢେଙ୍କାନାଳ।
ପ୍ରାପ୍ତ ସୂଚନା କ୍ରମେ ଗତକାଲି ତା ୧୪/୦୫/୨୦୨୬ରିଖ ଅପରାହ୍ନ ପାଞ୍ଚ ଘଟିକା ସମୟ ରେ ଟାଟା ଷ୍ଟିଲ ଫାଉଣ୍ଡେସନ ତରଫରୁ ଡିଗ୍ରୀ ମହିଳା ମହାବିଦ୍ୟାଳୟ(ରାସୋଳ)ର ଗୃହ ନିର୍ମାଣର ଭିତ୍ତି ପ୍ରସ୍ତର ସ୍ଥାପନ ର ଶୁଭ ଉଦ୍ଘାଟନ ରେ ସାଧାରଣ ଜନତା ଙ୍କ ଠାରୁ ଜନୈକ ଓ୍ବେବ୍ ମେଡିଆ ସାମ୍ବାଦିକ ବିଭୁପ୍ରସାଦ ଶତପଥୀ ଙ୍କର ଜନତା ଙ୍କ ଠାରୁ ବାଇଟ୍ ନେବାକୁ ବିରୋଧ କରି ରାସୋଳ ର ପୂର୍ବତନ ବିଜେପି ମଣ୍ଡଳ ସଭାପତି ମନୋରଞ୍ଜନ ନାଥ ଗୁଣ୍ଡାଗିରି ଉପରକୁ ଓହ୍ଲାଇ ଆସିଥିଲେ।ଗର୍ଜନ ତର୍ଜନ କରି ଜନତା ଙ୍କ ସ୍ବର କୁ ଚାପି ଦେବାକୁ କରିଲେ ହୀନ ପ୍ରୟାସ।ରାସୋଳ ର ଶାସକ ଦଳ ର କୁଜି ନେତା ଶତ୍ରୁଘ୍ନ ସାହୁକୁ ସାଥ୍ ଦେଲେ(ରାସୋଳ)ବିଜେପି ମଣ୍ଡଳ ର ପୂର୍ବତନ ସଭାପତି ମନୋରଞ୍ଜନ ନାଥ।ସିଧା ସଳଖ ସାମ୍ବାଦିକ ଙ୍କୁ ମରଣାନ୍ତକ ଆକ୍ରମଣ ପାଇଁ ଦେଲେ ଧମକ।ତେବେ ଶାସକ ଦଳ ର କର୍ମୀ ମାନଙ୍କର ଏତାଦୃଶ ଅଶୋଭନୀୟ ଅପ୍ରତ୍ୟାଶିତ ବ୍ୟବହାର ପାଇଁ ମାନନୀୟା ବିଜେପି ହିନ୍ଦୋଳ ବିଧାୟିକା ସୀମାରାଣୀ ଙ୍କୁ ବଡ଼ ପ୍ରଶ୍ନ ?
ଆପଣ କଣ ରାସୋଳ ରେ ପୋଷା ଗୁଣ୍ଡା ରଖିଛନ୍ତି କି ?ସାଧାରଣ ଜନତାଙ୍କ ଠାରୁ ଵାଇଟ୍ ନେଲେ ସାମ୍ବାଦିକ ମାନଙ୍କୁ ଆକ୍ରମଣ କରିବା ପାଇଁ ଦେଇଛନ୍ତି କି ନିର୍ଦେଶ।ତେଵେ ଏହି ସଂକ୍ରାନ୍ତରେ ଆକ୍ରୋଶ ର ଶୀକାର ହୋଇଥିବା ସାମ୍ବାଦିକ ରାସୋଳ ଥାନା ରେ ଦୁଇ ଅଭିଯୁକ୍ତ ଙ୍କ ନାମ ରେ ରାସୋଳ ଥାନା ରେ ଏତଲା ଦେଇଛନ୍ତି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق