ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର
ବେଲଗୁଣ୍ଠା,, ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଖଇରପୁଟି ଗ୍ରାମରେ ଜଣେ ମହିଳାଙ୍କୁ ତାଙ୍କ ସ୍ଵାମୀ ଟାଙ୍ଗିଆରେ ହାଣି ମରଣାନ୍ତକ ଆକ୍ରମଣ କରିଥିବା ଗାଙ୍ଗପୁର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଣିଛନ୍ତି ଆହତ ମହିଳାଙ୍କ ବାପା ତଥା ଖଇରପୁଟି ଗ୍ରାମର ଚନ୍ଦ୍ରମଣି ସ୍ୱାଇଁ। ଚନ୍ଦ୍ରମଣିଙ୍କ ଅଭିଯୋଗ ପ୍ରକାରେ ଖଇରପୁଟି ଗ୍ରାମର ସଞ୍ଜୟ ବିଷୋୟୀ (୪୫) କୋଡ଼ିଏ ବର୍ଷ ତଳେ ଚନ୍ଦ୍ରମଣିଙ୍କ ଝିଅ ରଶ୍ମିତାକୁ ବିବାହ କରିଥିଲା। ବିବାହ ପର ଠାରୁ ସଞ୍ଜୟ ବିଭିନ୍ନ ସମୟରେ ବାପା ଘରୁ ଟଙ୍କା ଆଣିବାକୁ କହିବା ସହିତ ମାରପିଟ୍ କରୁଥିଲା। ବହୁତ୍ ଥର ସଞ୍ଜୟ ସ୍ତ୍ରୀ ରଶ୍ମିତାକୁ ଦଶ ହଜାର ଟଙ୍କା ମାଗିଥିଲା। କିନ୍ତୁ ରଶ୍ମିତା ସଞ୍ଜୟକୁ ଟଙ୍କା ନଦେବାରୁ ସେ ରଶ୍ମିତାକୁ ଗାଳି ଗୁଲଜ କରିଥିଲା। ସଞ୍ଜୟ ରଶ୍ମିତାକୁ ଜୀବନରୁ ମାରିଦେବା ଉଦ୍ଦେଶ୍ୟରେ ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲା। ସେ ଟାଙ୍ଗିଆରେ ରଶ୍ମିତାର ମୁଣ୍ଡ,ପିଠି,ବେକକୁ ପାଞ୍ଚ ଚୋଟା ହାଣିଥିଲା। ସଞ୍ଜୟର ଆକ୍ରମଣରେ ରଶ୍ମିତା ଗୁରୁତର ଆହତ ହୋଇଥିଲା। ଖବର ପାଇ ଚନ୍ଦ୍ରମଣି ଏକ ଆମ୍ବୁଲାନ୍ସ ଯୋଗେ ଗୁରୁତର ରଶ୍ମିତାକୁ ଆସିକା ମେଡ଼ିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତର ସେଠାରୁ ରଶ୍ମିତାକୁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଥିଲେ। ଏନେଇ ଚନ୍ଦ୍ରମଣି ଗାଙ୍ଗପୁରର ଥାନାରେ ଅଭିଯୋଗ କରିବା ପରେ ଗଙ୍ଗପୁର ପୋଲିସ୍ କେଶ୍ ନମ୍ୱର୍ ୨୦୦/୨୬ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଗଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନ ସୂଚନା ଦେଇଛନ୍ତି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق